Spread the love

ଭଗବାନ ଙ୍କ ଲୀଳା ବିଚିତ୍ର, ତାଙ୍କ ଶମ୍ବୁଖରେ ସମସ୍ତ ପାପୀ ଖସିବା ମୁସ୍କିଲ, ସେଥିପାଇଁ ଭଗବାନ ପାପୀ ସଂହାର ପାଇଁ ନିୟୋଜିତ କରିଛନ୍ତି ପୋଲିସ ବିଭାଗ,, କିନ୍ତୁ ପୋଲିସ ବିଭାଗ ବି ପ୍ରଭୁ ଙ୍କ ଲୀଳା ପରିସରଭୁକ୍ତ,, ଅପରାଧୀ କୁ ଧରିବା ପାଇଁ ଯୋଉ ବୁଦ୍ଧି ଖର୍ଚ୍ଚ ହୁଏ ତାକୁ ଟିମ ୱାର୍କ କୁହାଯାଏ,, ସେ ମିଳିତ ଅପରେସନ ରେ ତୀକ୍ଷ୍ଣ ବୁଦ୍ଧିମାନ କମ ଦେଖିବାକୁ ମିଳନ୍ତି,, ଧରିନିଅନ୍ତୁ ଏକ କିଲୋ ତୁଳା କୁ ନିଆଁ ଲଗେଇବା ପାଇଁ ଗୋଟିଏ ଦିଆସିଲି କାଠି ଆବଶ୍ୟକ, ଆଉ ଯଦି ଶହେ କିଲୋ ତୁଳା ଜଳେଇବାକୁ ହୁଏ ତେବେ କେତେ ଦିଆସିଲି କାଠି ଆବଶ୍ୟକ,,ସଠିକ ଉତ୍ତର ଆଂଶିକ ତୀକ୍ଷ୍ଣ ବୁଦ୍ଧି ସମ୍ପର୍ଣ ବ୍ୟକ୍ତି ହିଁ ଦେଇପାରିବେ,, ଠିକ ଆଜିର କାହାଣୀ ତାହାରି ଉପରେ, କିପରି ଜଣେ ବ୍ୟକ୍ତିର ପରିବାର କୁ ମାରି ଅପରାଧୀ ଆରାମରେ ମନୋରଞ୍ଜନ କରୁଛି ପୋଲିସ ଆଗରେ, ଓ ପୋଲିସ ଫାଇଲ ବନ୍ଦ ହେବାକୁ ଯାଉଛି,, ଫାଇଲ ଖୋଲିଲେ ଜଣେ ମହିଳା ପୋଲିସ,,,, ଘଟଣା ଟି ଘଟିଥିଲା 2003 ମସିହାରେ ସୁଦୂର ବ୍ରିଟେନ ରେ,, ଜଣେ ଥିଲେ (ଆମରଜିତ ସିଂ)40 ବର୍ଷ ଘର ପଞ୍ଜାବ ରେ ପିଲାଦିନରୁ ସମ୍ପର୍କୀୟଙ୍କ ସାଙ୍ଗରେ ବ୍ରିଟେନ ଆସି ଛୋଟ ଚାକିରୀ କରିବା ସହିତ ଧୀରେ ଧୀରେ ନିଜ ଟ୍ରାନ୍ସପୋର୍ଟ କାରବାର କରନ୍ତି ସେଇ ବ୍ରିଟେନ ରେ, ତାଙ୍କ କମ୍ପାନୀ ନାଁ (SIBA) ଟ୍ରାନ୍ସପୋର୍ଟ,, ଅନେକ ଗାଡି ଅଛି,, କାରବାର ବି ଜୋରସୋର ରେ ଚାଲିଛି,,, ନିଜେ ବିଭା ହେଲେ ନିଜେ ଗାଁ ପାଖ ଝିଅ (ନେନସୀ) ସାଙ୍ଗରେ,, ଓ ନେନସୀ ଙ୍କ ମା (ଚିରଂଜିତ କୌର) ବି ମଝିରେ ମଝିରେ ଲଣ୍ଡନ ଯାଇ ଝିଅ ଜ୍ୱାଇଁ ପାଖରେ ରୁହନ୍ତି,, ଦୁଇଟି ପୁଅ ହେଇଛନ୍ତି ଜଣକ ବୟସ 18 ମାସ ଓ ସାନ ପିଲାର ଛ ମାସ,,, ସବୁ ଠିକ ଠାକ ଚାଲୁଛି ଲଣ୍ଡନ ରେ 14 ଫେବୃଆରୀ ରେ ନାନସି ଫୋନ କଲେ ନିଜ ଭାଇ (ଓମ କାର ବର୍ମା) ଙ୍କ ପାଖକୁ ଯିଏ ନିୟୁଜଲ୍ୟାଣ୍ଡ ରେ ବ୍ୟବସାୟ କରନ୍ତି,, ଓ କହିଲେ କାଲିଠାରୁ ସ୍ୱାମୀ ଆମରଜିତ ଙ୍କ କିଛି ପତ୍ତା ନାହିଁ,, ଓ ଆମେ ବୁଝିପାରିନୁ କୁଆଡେ ଗଲେ ଫୋନ ଲାଗୁନି,,, ଦୁଇଦିନ ପରେ ଓମକାର ଫୋନ କଲେ ଲଣ୍ଡନ ପୋଲିସ ଙ୍କୁ,, ଓ ପୋଲିସ ଙ୍କୁ କହିଲେ ମୋ ଭଉଣୀ ର ଫୋନ ଲାଗୁନି ଓ ମୋ ଭିଣୋଇ ର ବି ପତ୍ତା ନାହିଁ ତିନିଦିନ ହେବ, ମୋ ଭଉଣୀ ଫୋନ କରିଥଲା କିନ୍ତୁ ଭଉଣୀ ର ଫୋନ ବି ଲାଗୁନି, ଲଣ୍ଡନ ପୋଲିସ ଗଲେ ଆମରଜିତ ଙ୍କ ଘରକୁ, ଦେଖିଲେ ଘର ଚାବି ପଡିଛି,, ପୁଣି ଲଣ୍ଡନ ପୋଲିସ ଗଲେ ତାଙ୍କ କମ୍ପାନୀ ଙ୍କୁ,, କମ୍ପାନୀ ରେ ଜଣେ ନୂଆ ଅତି ଭଦ୍ର ପ୍ରସିଦ୍ଧ ଲୋକ ଥିଲେ,, ପୋଲିସ ଙ୍କୁ କହିଲେ ଆମରଜିତ ତ ମୋତେ ତାଙ୍କ କମ୍ପାନୀ ବିକି ଦେଇ ନିଜେ ତାଙ୍କ ଦେଶ ଭାରତ ର ପଞ୍ଜାବ କୁ ପଳେଇଲା,,, ସବୁ କାଗଜ ପତ୍ର ଦେଖେଇଲେ ନୂଆ ମାଲିକ (kannath regan )ଶାହବ, ସବୁ ଷ୍ଟାମ୍ପ ପେପର ଓ ସାକ୍ଷୀ ଠିକ ଅଛି, ତେଣୁ ହୁଏତ ଆମରଜିତ ନିଜେ ନିଜ ଦେଶକୁ ପଳେଇଲେ,,, ପୁଣି ଚରିଆଡେ ଫୋନ କଲା ଓମକାର କିଛି ପତ୍ତା ନାହିଁ, 18ତାରିଖ ଦିନ ଆସିଲା ଲଣ୍ଡନ,, ପୋଲିସ ଙ୍କୁ ପଚାରିଲା, ପୋଲିସ କହିଲେ ସେମାନେ ସମସ୍ତେ ତାଙ୍କ କମ୍ପାନୀ ବିକି ପଳେଇଲେ,, ପୁଣି ଓମକାର ଆସିଲେ ପଞ୍ଜାବ,, ଖୋଜିଲେ ସେଠାରେ, କିନ୍ତୁ କାହାର ପତ୍ତା ନାହିଁ,, ପୁଣି ଗଲେ ଲଣ୍ଡନ, ସେଠାରେ ନୂଆ ମାଲିକ ରେଗାନ ଶାହବ ଙ୍କୁ ସମସ୍ତ ଘଟଣା ବୁଝିଲେ ତିନି ମିଲିଆନ ଡଲାର ରେ ଡିଲ ହେଇଥିଲା ଓ ସମସ୍ତ ପେମେଣ୍ଟ ହେଇଯାଇଛି,,, ନିରାଶ ହେଇ ଆସିଲେ, କାହାର ଦେଖା ନାହିଁ ନିଜ ମା ସହିତ ଭଉଣୀ ଦୁଇ ଛୋଟ ଭଣଜା ସହିତ ଭିଣୋଇ, ଗାୟବ,, ଏହି ଭଳି ଏପ୍ରିଲ ମାସ ଆସିଲା, ନିଜେ ସ୍ଥାନୀୟ ଭାରତୀୟ ମାନଂକୁ ମିଶିଲେ ଓ ନିଜେ ଅନୁସନ୍ଧାନ କଲେ କିଣି ଥିବା ରେଗାନ ଶାହବ କିଏ,, ତାଙ୍କର ସନ୍ଦେହ ଠିକ ଥିଲା ରେଗାନ ଜଣେ ମାଫିଆ ଡ଼ନ ବ୍ରିଟେନ ର,, ଆଶ୍ଚର୍ଯ୍ୟ ହେଲା ନିଶ୍ଚିତ ପୋଲିସ କିଛି ଲୁଚାଉଛି,,, ଜଣେ ଏତେବଡ ଅପରାଧୀ ତା ଉପରେ କିଛି ଅନୁସନ୍ଧାନ ହେଉ,,, ବଡ଼ ବଡ଼ ଭାରତୀୟ ମାନେ ବ୍ରିଟେନ ର ସମସ୍ତ ଖବର କାଗଜ ରେ ବାହାରକଲେ ଓ ଆମରଜିତ ଓ ତାଙ୍କ ପରିବାର ର ପତ୍ତା କେମିତି ଲଣ୍ଡନ ପୋଲିସ ବାହାର କରିବ ଲାଗିପଡିଲେ,, ପୋଲିସ କୁ ବି ପ୍ରେସର ହେଲା,,, ଅଗଷ୍ଟ ମାସରେ ପୁଣି ପୋଲିସ ଆରମ୍ଭ କଲେ ତଦନ୍ତ,,, କିନ୍ତୁ ହାତ ଖାଲି,,,, ଲଣ୍ଡନ କୋର୍ଟ ଅର୍ଡର ବଳରେ କେଶ ଦିଆଗଲା ସ୍କଟଲ୍ୟାଣ୍ଡ ୟାର୍ଡ଼ ସୋତନ୍ତ୍ର ତଦନ୍ତକାରି ସଂସ୍ଥା କୁ,, ସେଇଠୁ ଆରମ୍ଭ ହେଲା ଅସଲ ତଦନ୍ତ,, ପୁଣି ମୁଳୁରୁ ଚାଲିଲା ଅନୁସନ୍ଧାନ,,, ପୁଣି ସ୍କଟଲ୍ୟାଣ୍ଡ ୟାର୍ଡ଼ ଟିମ ଗଲେ ଓମକାର କୁ ଧରି ଆମରଜିତ ଘରକୁ,,, ସେଠାରେ ତାଙ୍କ ଘରେ ଦୁଇ ଦିନ ତଦାରଖ ହେଲା,, ପୁଣି କିଛି ସତନ୍ତ୍ର ଟିମ ଗଲେ ପଞ୍ଜାବ, କିଛି ଗଲେ ଜର୍ମାନୀ,, ଆଉ କିଛି ଅଷ୍ଟ୍ରେଲିଆ,,, ଚାଲିଲା ଅନୁସନ୍ଧାନ,,,ଅଗଷ୍ଟ ମାସରେ ଜଣେ ମହିଳା ପୋଲିସ ଲଣ୍ଡନ ର 70 କିଲୋମିଟର ଦୂରରୁ ଫୋନ କଲେ ସ୍କଟ ଲ୍ୟାଣ୍ଡ ପୋଲିସ ଙ୍କୁ,, କିଛି ଖବର ଦେଲେ,, କମ୍ପାନୀ କିଣିଥିବା କନ୍ନାଥ ରେଗାନ ର ଜଣେ ଆରବପତି ସାଙ୍ଗ( ବ୍ଲେଣ୍ଡା ) ଙ୍କ ଫାର୍ମ ହାଉସ ରୁ ଦୁଇ ମାସ ତଳେ କିଛି ଡେଡ ବଡି ମିଳିଥିଲା,, ଯାହା ତାଙ୍କୁ ଏବେ ବ୍ଲେଣ୍ଡା କହୁଛନ୍ତି,, ଘଟଣା ଟି ଥିଲା ବ୍ଲେଣ୍ଡା ଟିକେ ବାହାରକୁ ଯାଇଥିଲେ ତାଙ୍କ ସାଙ୍ଗ ରେଗାନ ଫାର୍ମ ହାଉସ ରେ ଥିଲେ 13 ଫେବୃଆରୀ ରୁ 16 ଫେବୃଆରୀ,, ଯୋଉଦିନ ବ୍ଲେଣ୍ଡା ଆସିଲେ ଫାର୍ମ ହାଉସ କିଛି ସନ୍ଦେହ କରିଥିଲେ, ରେଗାନ ଓ ତାର ତିନିଜଣ ସାଙ୍ଗ କାହିଁକି ଏତେବଡ ଫାର୍ମ ହାଉସ ଜଙ୍ଗଲ ରେ ବୁଲିଥିଲେ,,, ଓ ବ୍ଲେଣ୍ଡା ଏକ ଜାଗାରେ ଦେଖିଲେ ଦୁଇଟି ବଡ଼ ବଡ଼ ଗାତ ହେଇଛି, ବ୍ଲେଣ୍ଡା ଜାଣିଥିଲେ କିଛି କରିଛି ରେଗାନ,, ଓ କହିବେ କାହାକୁ ନିଜେ ବ୍ଲେଣ୍ଡା ବି ଡରନ୍ତି ରେଗାନକୁ,, କିଛି ଦିନ ପରେ କହିଥିଲେ ତାଙ୍କ ସାଙ୍ଗକୁ ଓ ସାଙ୍ଗ କହିଥିଲେ ମହିଳା ପୋଲିସଙ୍କୁ,, ସ୍କଟ ଲ୍ୟାଣ୍ଡ ପୋଲିସ ଉଠେଇଲେ ରେଗାନକୁ,,, ଓ ଜେରା କଲେ,, ପ୍ରଥମ ରେଗାନ ମାନୁନଥିଲେ ପରେ ସତ କହିଥିଲେ,,, ଆମରଜିତ ଙ୍କୁ ମାରି ସମୁଦ୍ରରେ ଫୋପାଡ଼ି ଥିଲେ, ଓ ପୁରା ପରିବାର କୁ ମାରି ପୋତିଥିଲେ ବ୍ଲେଣ୍ଡା ଙ୍କ ଫାର୍ମ ହାଉସରେ, ଓ ପରେ ଗାତରୁ କାଢି ପୁଣି ସମୁଦ୍ରରେ ଫୋପାଡ଼ି ଥିଲେ,,, ଓ ନକଲି କାଗଜ ବନେଇ ତାଙ୍କୁ ଫସେଇବା ସହିତ କମ୍ପାନୀ ହଡପ କରିଥିଲେ,,,, ରେଗାନ ର ଇତିହାସ ହେଉଛି ସେ ପ୍ରସିଦ୍ଧ ଡ୍ରଗ୍ସ ବେପାରୀ,, ଥରେ ଧରାପଡ଼ି ଥିଲେ,,, କିନ୍ତୁ ଲଣ୍ଡନ ପୋଲିସର ନୂଆ ବଡ଼ ଅଫିସର ଙ୍କୁ କହିଥିଲେ ଶୁଣନ୍ତୁ ଆପଣ ନୂଆ ମୁଖିଆ କିନ୍ତୁ ଆପଣଂକ ଡିପାର୍ଟମେଣ୍ଟ ରେ ମୋତେ ସମସ୍ତେ ଚିହ୍ନନ୍ତି,, ମୁଁ କାହାସହିତ କଥା ହୁଏନି,,, ଆଉ ମୋତେ ଗିରଫ କରିବେ ମୋ ଦଣ୍ଡ ଆଜୀବନ ହେବ କି ଫାସୀ ହେବ ଆପଣଂକ ପୋଲିସ ଡିପାର୍ଟମେଣ୍ଟ କୁ କଣ ମିଳିବ,, ଆଉ ଯଦି ମୋ ସହିତ ଏକ ସମଝତା କରିବେ ମୁଁ କହିବି ପୁରା ବ୍ରିଟେନ ର ଡ୍ରଗସ କାରୋବାରୀ ଙ୍କ ନାଁ ଓ ଠିକଣା,, ସେଇଆ ହେଇଥିଲା 1985ମସିହାରେ ଓ ଅନେକ ଡ୍ରଗ୍ସ ମାଫିଆ ଧରାପଡ଼ିଥିଲେ,, କହିବାକୁ ଗଲେ ଲଣ୍ଡନ ପୋଲିସ ହାତରେ ପୁରା ସଫା ହେଇଯାଇଥିଲେ,ଓ ରେଗାନ ଙ୍କୁ ମାତ୍ର ତିନିବର୍ଷ ଜେଲ ହେଇଥିଲା,, ଜେଲରୁ ବାହାରବା ପରେ ଦେଖିଥିଲା ତାର ଆଉ କିଛି ନାହିଁ ସମ୍ପତି ଘର ଦ୍ୱାର ସବୁ ସରକାର ସିଜ କରିଛନ୍ତି, ଓ ପୋଲିସ ତାଙ୍କୁ କହିଥିଲେ ତୁମର ବହୁତ ଶତ୍ରୁ ଲଣ୍ଡନ ଛାଡ଼ ନଚେତ ତୁମକୁ ତୁମର ଡ୍ରଗ୍ସ ସିଣ୍ଡିକେଟ ଵାଲା ମାରିଦେବେ,,, କିଛି ଦିନ ପାଇଁ ରେଗାନ କୁଆଡେ ପଳେଇଥିଲା,, ପୁଣି 2001 ରେ ଆସି ଆମରଜିତ ଙ୍କ ପାଖରେ ଶରଣ ପଶିଥିଲା, କାରଣ ଆମରଜିତ ବହୁତ ଗରିବ ଓ ଦିନ ଦୁଖୀ ମାନଂକୁ ସାହାଯ୍ୟ କରୁଥିଲେ,, ଓ ରେଗାନ ଆସି କହିଥିଲା ମୁଁ ଦରିଦ୍ର ହେଇଯାଇଛି ମୋତେ କିଛି ସାହାଯ୍ୟ କରନ୍ତୁ ଆଉ ତାର ଇତିହାସ କହିଥିଲା ଓ ଭଗବାନ ମୋତେ ଏକ ବିରାଟ ପରିବର୍ତନ କରିଦେଇଛନ୍ତି,, ସେଇଠି ଆମରଜିତ ଙ୍କର ସହନଭୁତି ହେଇଥିଲା, ଯେହେତୁ ଆଗରୁ ଡନ ଥିଲା,, ତେଣୁ ଆମରଜିତ ଙ୍କ ବ୍ୟବସାୟ ବି ବଢିବ ଓ ଜଣେ ପୂର୍ବତନ ଅପରାଧୀ ବି ନିଜ ଭବିଷ୍ୟତ ଗଢ଼ିବ,,,, ଯାହାକୁ ସାହାଯ୍ୟ କରିଥିଲେ ସେଇ ଶେଷକୁ ତାଙ୍କ ପରିବାର ଙ୍କୁ ସର୍ବନାଶ କଲା,,,

Leave a Reply

Your email address will not be published. Required fields are marked *