Spread the love

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା : ଆପ୍ ପ୍ରାର୍ଥୀ କୁଳଦୀପ କୁମାର ହେଲେ ଚଣ୍ଡିଗଡ଼ ମେୟର

ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା କରିଛନ୍ତି। କିଛି ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣି ଆପ୍ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି। ଏହାର ଅର୍ଥ କୁଲଦୀପ ଚଣ୍ଡିଗଡ଼ ମେୟର ଭାବେ ଶପଥ ନେବେ। କୁଲଦୀପଙ୍କୁ ମେୟର ଘୋଷଣା କରି ପୂର୍ବରୁ ଜାରି ହୋଇଥିବା ନିର୍ବାଚନ ଫଳାଫଳକୁ ବାତିଲ କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ଓ ଆପ୍ ମଧ୍ୟରେ ବିବାଦରେ ୮ଟି ‘ଅବୈଧ’ ଭୋଟ୍ ର ଶୁଣାଣି କରି ଏହାକୁ ବୈଧ ବୋଲି ବିବେଚନା କରାଯିବା ନେଇ ଘୋଷଣା କରିଥିଲେ। ଏହାପୂର୍ବରୁ ବିଜେପି ମେୟର ପ୍ରାର୍ଥୀଙ୍କୁ ବିଜୟୀ ଘୋଷିତ କରିଥିଲେ ରିଟର୍ଣ୍ଣିଂ ଅଫିସର । କିନ୍ତୁ ମେୟର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଆପ୍ ।

ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ଅମାନ୍ୟ ଘୋଷିତ ହୋଇଥିବା ସମସ୍ତ ୮ ଭୋଟକୁ ବୈଧ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରେକର୍ଡ ହୋଇଥିବା ସିସିଟିଭି ଭିଡ଼ିଓରେ ବାଲାଟ ପେପରରେ ରିଟର୍ଣ୍ଣିଂ ଅଫିସର ଗାର ମାରୁଥିବାର ଦେଖିବାକୁ ମିଳିଥିଲା । ଏପରିକି ରିଟର୍ଣ୍ଣିଂ ଅଫିସର ଏକଥା କୋର୍ଟରେ ମଧ୍ୟ ମାନିଥିଲେ । ମାମଲାର ଶୁଣାଣି କରି ମୁଖ୍ୟ ବିଚାପତି କହିଥିଲେ, ଅବୈଧ ହୋଇଥିବା ୮ଟି ଭୋଟ କୁଳଦୀପଙ୍କ ସପକ୍ଷରେ ରହିଥିଲା । କିନ୍ତୁ ରିଟର୍ଣ୍ଣିଂ ଅଫିସର ଏହାକୁ ଖାରଜ କରିଥିଲେ । ରିଟର୍ଣ୍ଣିଂ ଅଫିସର ବାଲାଟ ପେପରରେ ଗାର ମାରି ଯେଉଁ ଭୁଲ କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସର୍ବୋଚ୍ଚ ଅଦାଲତ ରିଟର୍ଣ୍ଣିଂ ଅଫିସର ଅନୀଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତାଙ୍କୁ ୩ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି। କେଉଁ ପରିସ୍ଥିତିରେ ସେ ଆପ ସପକ୍ଷରେ ଥିବା ୮ କାଉନସିଲରଙ୍କ ଭୋଟକୁ ନାକଚ କଲେ, ତାଙ୍କୁ ସେ ବିଷୟରେ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

You Missed