–😆–ତା16.02.2024ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —🤓—-
" ଆଲିବାବା ଓ ଚାଳିଶ ଚୋର"
( ଏହାଏକ ଗପ ଯାହାର ମୂଳ ରଚୟିତାଙ୍କ ବାବଦରେ କୌଣସି ତଥ୍ୟ ନାହିଁ। କିନ୍ତୁ ଏହା ପ୍ରସିଦ୍ଧଗପମାଳା ARBIAN NIGHTSରେ ସ୍ଥାନିତ ଅଛି। )
–×–
ଗପରେ ” ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଆଲିବାବାଙ୍କର
ଗରିବଭାଇ ଗୋଟିଏ ଧନୀପରିବାରରେ ବାହା ହୋଇ ଭଲରେ ଚଳିଛନ୍ତି କିନ୍ତୁ ଆଲିବାବା ଗରିବଘରେ ବାହାହୋଇ ଜଙ୍ଗଲରୁ କାଠକାଟି ଗରିବ କାଠକଟାଳୀ ହୋଇ ରହିଛନ୍ତି।
ଥରେ ଆକଷ୍ମିକଭାବେ ଚାଳିଶଜଣ ଚୋରଙ୍କ ଦ୍ୱାରା ଚୋରିହୋଇ
ଜଙ୍ଗଲରେ ଲୁଚାହୋଇଥିବା ଅମାପ ସମ୍ପତ୍ତିଥିବା ଗୁମ୍ଫାଟିଏ ଆଲିବାବାଙ୍କ ନଜରରେ ପଡିଛି।ସେ ଏହା ନିଜଭାଇଙ୍କୁ କହିବାପରେ,
ଭାଇ ଲୋଭପରବଶହୋଇ ଏକୁଟିଆ ଜଙ୍ଗଲକୁ ଯାଇଛନ୍ତି ସେହି ସମ୍ପତ୍ତି ଆଣିବାକୁ। ଚୋରମାନେ ତାଙ୍କୁ ଧରନ୍ତେ , ସେ “ଏହା ଆଲିବାବାଙ୍କଠାରୁ ଜାଣିବାକୁ ପାଇଛି” ବୋଲି କହିବାପରେ, ଚୋରମାନେ ତାଙ୍କୁ ମାରିଦେଇ ଆଲିବାବାଙ୍କୁ ମାରିବାକୁ ଅନେକ ଚେଷ୍ଟା କରିଛନ୍ତି କିନ୍ତୁ ଆଲିବାବା ନିଜ ବୁଦ୍ଧିମତି ସହକାରୀ ମୋରିଜିଆନଙ୍କ ଉପସ୍ଥିତ ବୁଦ୍ଧିଯୋଗୁ ରକ୍ଷାପାଇଛନ୍ତି। ଥରେ ଚୋରମାନେ ଚାଳିଶଟି ବଡ ବଡ ଖାଲି ତେଲକୁମ୍ପିରେ ଲୁଚି ଆଲିବାବାଙ୍କୁ ମାରିବାକୁ ଆସିଥିବା ସମୟରେ, ଆଲିବାବା ଓ ତାଙ୍କ ସହକାରୀ ସେହିସବୁ ତେଲକୁମ୍ପିରେ ଗରମତେଲ ଢାଳି ଓ କୁମ୍ପିର
ମୁହଁ ବନ୍ଦକରି ସେମାନଙ୍କୁ ମାରିଦେଇ ସବୁ ସମ୍ପତ୍ତିର ମାଲିକ ହୋଇଛନ୍ତି ।
ସେତେବେଳର ଚାଳିଶଚୋର ମୂର୍ଖଥିବାରୁ ମରିଥିଲେ ।
କିନ୍ତୁ ଏବର “400+ ଜଣ ଯାହାଙ୍କଦ୍ୱାରା ଚୋରବୋଲି ଘୋଷିତ ହେଉଛନ୍ତି, ତାଙ୍କରି ଅତ୍ୟାଧୁନିକ ଉପରୁ ଖୋଲୁଥିବା ୱାଶିଙ୍ଗମେସିନରେ ପଶି ଏକଦମ ସଫାହୋଇ ବଢିଆ ପଦବୀପାଇ
ଓ ଆରାମରେ ଶୋଇ ଜୀବନ ବିତାଉଛନ୍ତି।ସେମାନଙ୍କୁ ଧୋଉଥିବା ବଢିଆ ୱାଶିଙ୍ଗପାଉଡରମିଶା ପାଣି ଗଙ୍ଗାନଦୀରେ ମିଶିବା ଦ୍ବାରା ,
‘ରାମ ତେରୀ ଗଙ୍ଗା ମୈଳି ହୋ ଗଇ ପାପୀଓଁ କି ପାପ ଧୋତେ
ଧୋତେ’ ହୋଇଯାଉଛି”। ଯେଉଁମାନେ ପଶୁନାହାନ୍ତି, ସେଥିରୁ ଥୋକେ ଉଦ୍ୟମରତ ତ ଆଉଥୋକେ ଲୋକଲଜ୍ୟାଯୋଗୁ ପଶିନପାରି କିନ୍ତୁ
ଅନିଦ୍ରା ରହି ” ଓମ ବୈଷ୍ଣବାୟ ନମଃ” ଶ୍ଳୋକ ଜପୁଛନ୍ତି।
ତା15.02.2024ରିଖରେ ସୁପ୍ରିମକୋର୍ଟଙ୍କ କର୍ତ୍ତୁକ
” ଇଲେକଟୋରାଲ ବଣ୍ଡକୁ ଅବୈଧ ଘୋଷଣା କରାଯିବା” ପରେ
ଆଉଥୋକେ ସାମାଜିକ ଗଣମାଧ୍ୟମରେ, ବିଶେଷକରି ହିନ୍ଦିଭାଷାର ୟୁ- ଟ୍ୟୁବ ଭିଡିଓ ଜରିଆରେ ଅତି ଉଚ୍ଚସ୍ୱରରେ
” ଠିପିବନ୍ଦ- ତା13.03.2024ରେ ସବୁ ଖୁଲାସା ହେବ- ଯିବେ ଯିବେ” ବୋଲି ରଡିପକେଇଲା ବେଳକୁ ପୃଥିବୀର ସର୍ବଶ୍ରେଷ୍ଠ ୱାଶିଙ୍ଗମେସିନ ସୁବ୍ରମଣ୍ୟମ ସ୍ୱାମୀ ଗୋଟିଏ ସାମାଜିକ ଗଣମାଧ୍ୟମରେ, “ଇସ୍ତଫା ଦେଇଥିବା କିନ୍ତୁ ତାହା ଗୃହିତ ହେବା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ
ସଚିବ, ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନୀ ସଭାକୁ ବିଦ୍ୟୁତ ଯୋଗାଣ କରେଇଥିବା ଆରୋପରେ ମୁଁ କେଶ କରି ଇନ୍ଦିରଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟେଇଥିଲି” ବୋଲି କହି, ପୁଣି “ତେଣୁ ଏଭଳି ଅବୈଧ ନିୟମ ଆଣିଥିବା ବ୍ୟକ୍ତି ଇସ୍ତଫା ଦିଅନ୍ତୁ” ବୋଲି କୁହନ୍ତେ, ଆଙ୍କର ମହାଶୟ
ତାଙ୍କୁ ” ଆପଣ କେଶ କରିବେ କି” ବୋଲି ପଚାରନ୍ତେ, ଶ୍ରୀ ସ୍ୱାମୀ
ତାଙ୍କ ଉଦ୍ଦେଶ୍ୟରେ ” ଆପଣ କରନ୍ତୁ ” ବୋଲି କହିଛନ୍ତି ।
ଦଶଟି ହିନ୍ଦିଭାଷାର ଭିଡିଓତଳେଥିବା କମେଣ୍ଟ ବାକ୍ସରେ ମୁଁ ଅଂଗ୍ରେଜୀରେ” Electoral BOND amount is tip of the huge unaccounted for donations to political parties.
It is meant to legalise such huge amounts. Huge election expenses will continue.” ବୋଲି
ଲେଖିଥିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ, ଯେହେତୁ ନାହିଁ ।
“ଲକ୍ଷ ଲକ୍ଷ କୋଟିଟଙ୍କାର ଭୋଟକିଣା ଚାନ୍ଦା ହେଉଛି, କର୍ପୋରେଟମାନଙ୍କ ଟିକସ ଓ ଋଣଛାଡ ତଥା ଟିକସ କମାଯିବା ପରିମାଣର ଏକ କ୍ଷୁଦ୍ରାଂଶ।ଇଲେକଟୋରାଲ ଦଣ୍ଡ ଜରିଆରେ ପରିମାଣ, ମିଳୁଥିବା ଚାନ୍ଦାର ଏକ କ୍ଷୁଦ୍ରାଂଶ।
ଏହାର ପ୍ରଚଳନ, ବହୁତ ଚାନ୍ଦାକୁ ବୈଧ ଘୋଷଣା କରାଯିବାର ଏକ ପ୍ରୟାସ ମାତ୍ର ଥିଲା ଯାହା ଅନ୍ୟ ଉପାୟରେ ହୋଇପାରିବ। ” କେଉଁଠୁ ଆଣି ଏତେ ଖର୍ଚ୍ଚ କରୁଛ ” ବୋଲି ଭୋଟରଗଣ ନ ପଚାରିବା
ପର୍ଯ୍ୟନ୍ତ ମଝିରେ ମଝିରେ ଏପରି ” ଚା କପରେ ଝଡ ସୃଷ୍ଟିହୋଇ ଫୁସୁକି ଯାଉଥିବ”।
ଗାନ୍ଧିଜୀଙ୍କ ” ତିନି ମାଙ୍କଡ” ଚାଲାକ ହୋଇଯାଇ ଓ ବିବାହ କରି,ସେମାନଙ୍କ ବଂଶକୁ ଛଅକୁ ବୃଦ୍ଧି କରିଛନ୍ତି,ଯଥା :- ସମ୍ବିଧାନ ସମତ୍ତ ତିନୋଟି ସ୍ତମ୍ଭ + ସ୍ୱଘୋଷିତ ଚତୁର୍ଥ ସ୍ତମ୍ଭ+ ତଦନ୍ତକାରୀସଂସ୍ଥା +ବୁଲଡୋଜରବାବା = ଛଅ ” ଓ ସମ୍ବିଧାନର ପ୍ରଥମ ତିନୋଟି ଶବ୍ଦ
” WE THE PEOPLE”ରୁ ଯିଏ ସେମାନଙ୍କ କଥାରେ ରହୁ ନାହାନ୍ତି, ସେମାନଙ୍କୁ ଖପକରି ମାଡି ବସୁଛନ୍ତି।
ଓଡିଆ ଲୋକକଥା ” କେତେ ଇନ୍ଦ୍ର ଗଲେଣି- ସେଇ ସଚୀ
ଅଛନ୍ତି” ମନେପଡୂଛି। ପ୍ରମୂଖ ଗଣମାଧ୍ୟମ ବଣ୍ଡ ଜରିଆରେ ଅଳ୍ପ ଚାନ୍ଦା ପାଇଥିବାଦଳଙ୍କ ଉପରେ ସବୁଦୋଷ ଲଦି ଦେଉଥିବା ପରିପ୍ରେକ୍ଷୀରେ, ଆଉକେତେକ ସାମାଜିକ ଗଣମାଧ୍ୟମରେ ହାଉ ହାଉ ହେବା ମନେପକେଇ ଦେଉଛି ” କେଡେ କେଡେ ଗଲେ ଫସରଫାଟି- ଇଏ ଆସିଛନ୍ତି ବେସରବାଟି”ଭଳି ଓଡିଆ ଲୋକକଥାଟିକୁ। ହା ହା ହା ।
ନମସ୍କାର
(ଉପରେଥିବା-
ଫଟୋ-1-
ଆଲିବାବା-ଗପର ଚୋର
ଲୁଚିଥିବା ତେଲକୁମ୍ପିରେ ଗରମତେଲ
ଢଳାଯାଇ ସେମାନଙ୍କୁ ମାରିଦିଆଯାଉଛି।
ଫଟୋ-2- ଉପର ଆଡୁ ଖୋଲୁଥିବା ତଥା 35% ରିହାତିଥିବା ଅତ୍ୟାଧୁନିକ ୱାଶିଙ୍ଗମେସିନ
ଯେଉଁଥିରେ 400+ ପଶି ଏକଦମ
ସଫାହୋଇ ବାହାରି ଆସୁଛନ୍ତି ।
ଫଟୋ-3- ଗଙ୍ଗାନଦୀର ମୈଳାପାଣି, ପାପ ଧୋଇ ଧୋଇ)