Spread the love

ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ହଜାର ହଜାର ଭକ୍ତ ପୋୟା ଶ୍ରାଦ୍ଧ ଓ ବଡ଼ ବଡୁଆ ଙ୍କୁ ଡାକିଲେ |
ଖଲ୍ଲିକୋଟ :20/10 -=(ଦର୍ଶନ ସମୀକ୍ଷା)

ପବିତ୍ର କାର୍ତିକ ମାସ ପବିତ୍ର ଅମାବାସ୍ୟା ଓ କୃଷ୍ଣ ପକ୍ଷ ତିଥି ରେ ପିତୃ ପୁରୁଷ ଙ୍କ ଉଧେଶ୍ୟ ପୁରୀ ରେ ଯେପରି ଭକ୍ତ ମାନେ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଆଗରେ ପୋୟା ଶ୍ରଦ୍ଧା ଓ ବଡ଼ ବଡୁଆ ଙ୍କୁ ଡାକିଥାନୁ ଅନୁରୂପ ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ର କେନ୍ଦ୍ର ସ୍ଥଳ ରେ ଥିବା ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ସମ୍ମୁଖ ରେ ଆଖ ପାଖ ଅଞ୍ଚଳ ର ହଜାର ହଜାର ଭକ୍ତ ଯୋଗ ଦେଇ ପିତୃ ପୁରୁଷ ଙ୍କ ଉଧେଶ୍ୟ ରେ ପୋୟା ଶ୍ରଦ୍ଧ ଓ ଦୀପଦାନ କରି ପିତୃ ପୁରୁଷ ଓ ବଡ଼ ବଡୁଆ ଙ୍କ ଉଧେଶ୍ୟ ରେ କଉଁରିଆ କାଠି ରେ ଅଗ୍ନି ସଂଯୋଗ କରି ସମର୍ପଣ କରିଛନ୍ତି |

ଗତ ମହାଳୟା ଶ୍ରାଧ ରୁ ଆସିଥିବା ପିତୃ ପୁରୁଷ ଙ୍କୁ ଉଜ୍ବଳ ଆଲୋକ ଦେଖାଇ ସ୍ୱର୍ଗ ଲୋକଙ୍କୁ ବିଦାୟ ଦେବାର ପରମ୍ପରା କୁ ପାଳନ କରିଥାନ୍ତି |ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ଦେବ ଦୀପାବଳୀ ନିତି ପଲାବ ହୋଇଥିବା ଯୋଗୁଁ ବଡ଼ ଦାଣ୍ଡ ରେ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା |ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ ହୋଇଥିବା ଦେଖିବାକୁ ମିଳିଥିଲା |ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ

Leave a Reply

Your email address will not be published. Required fields are marked *