ଅପ୍ରିୟ କଥା ।
ଆଜିର ଅପ୍ରିୟ କଥାରେ ହୃଦୟର ବେଦନା ।ପ୍ରେମ ବିଜ୍ଞାନ ଉପରେ ପ୍ରବଚନ ନୁହେଁ କି ପ୍ରେମିକ/ପ୍ରେମିକାର ପ୍ରତାରଣା ଆରୋପ ପ୍ରତ୍ୟାରୋପ ନୁହେଁ । ପ୍ରତ୍ୟେକ ଭାରତୀୟ ମନକୁ କଷ୍ଟ ଦେଲା ପରି କଥାଟିଏ । ନକଲି ବିଦେଶୀ ହେବାର ଅଭିନୟ କରୁଥିବା ପଥଭ୍ରଷ୍ଟ ବ୍ୟକ୍ତିଙ୍କ ପାଇଁ କବିତା। ପ୍ରେମୀ ଯୁଗଳ ଗାଳି ତ ଦେବେ ନିଶ୍ଚୟ ।ମୋତେ ଫରକ ପଡିବନି । କାରଣ ସୋସିଆଲ ମିଡିଆରେ ଗାଳି ଶୁଣିଶୁଣି ମୋର ଅଭ୍ୟାସରେ ପରିଣତ ହେଇ ଗଲାଣି । ବରଂ ଗାଳିଟା ବୁମେରାମ୍ ହେବ । ଫେରି ଯିବ ସେଇ ବ୍ୟକ୍ତି ଯିଏ କୁନ୍ଥେଇ କୁନ୍ଥେଇ ଗାଳି ଦେଉଥିବ।
ଦେଶର ସ୍ବାଭିମାନ କଥା । ବିଦେଶୀ ସଂସ୍କାରକୁ ସ୍ବାଗତ କରି ନିଜ ଦେଶର ବୀର ସନ୍ତାନଙ୍କୁ ଭୁଲି ବାହାଦୂରୀ ନେବାର କଥା । ଆଖିରେ ଗ୍ଲିସେରିନ୍ ଲଗେଇ ମିଛ ଅଭିନୟ କରୁଥିବା V DAY ଉପରେ ଯୁକ୍ତି କରୁଥିବା ଗାଲୁଆ ମାନଙ୍କ ପାଇଁ ଏ କବିତା । କହି ଲାଭ ନାହିଁ । କଲମରେ ଗାରେଇ ମନକୁ ହାଲକା କରିବା କଥା ଆଜ୍ଞା …
ଡ୍ରାମା .. ଡ୍ରାମା.. ଡ୍ରାମା। ବିଦେଶୀ ମାନଙ୍କର ଡ୍ରାମା । ଶାଶ୍ଵତ ପ୍ରେମରେ ଦିନ ନିର୍ଦ୍ଧାରିତ ହୋଇ ନଥାଏ ।୩୬୫ ଦିନ ପ୍ରେମୀ ଯୁଗଳ ପାଇଁ ପ୍ରେମ ଦିବସ । ଇଂରେଜୀ ବାବୁ ମାନେ ଆସି ଦିନ ଧାର୍ଯ୍ୟ କରି ୭ ଦିନ ପୂର୍ବରୁ ଡ୍ରାମା କରି ପ୍ରେମକୁ ବଜାରରେ ବିକ୍ରି କରିବାର ଫେଶନ ବନେଇଦେଲେ । ତଥାପି ପ୍ରତିଦିନ ପରି ଆଜି ବି ପ୍ରେମୀ ଯୁଗଳଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।କିନ୍ତୁ ବିଡ଼ମ୍ବନାର ବିଷୟ ଆମେ ଆଜି ବି ପରାଧୀନ ।ଇଂରେଜ ମାନଙ୍କ ଠାରୁ ସ୍ଵାଧୀନ କେବଳ କାଗଜ କଲମରେ ।ଏବେ ବି ମାନସିକ ସ୍ତରରେ ଆମେ ପରାଧୀନ । ଗୋରା ମାନଙ୍କ ଦିଆ ଯାଇଥିବା ପର୍ବକୁ ପାଳି ଭାରତୀୟ ସଂସ୍କୃତିକୁ ଭୁଲିବାକୁ ବସିଲାଣି ଯୁବ ପୀଢ଼ି । ଯୁବକ ଯୁବତୀ ମାନେ ପ୍ରକୃତ ପ୍ରେମକୁ ବୁଝି ପାରୁ ନାହାଁନ୍ତି।
ଅନ୍ୟ ପକ୍ଷରେ ୧୪ ଫେବୃଆରୀ ହେଉଛି ପ୍ରତ୍ୟେକ ଦେଶପ୍ରେମୀ ଭାରତୀୟଙ୍କ ପାଇଁ “କଳା ଦିବସ” । ରାଜଗୁରୁ, ଭଗତ ସିଂ, ସୁଖ୍ ଦେବ ୩ ମହାନ ଦେଶଭକ୍ତଙ୍କୁ ଗୋରା ସରକାର ଆଜି ଫେବୃଆରୀ ୧୪ ,୧୯୩୧ ମହିସରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବାର ରାୟ ଦେଇଥିଲେ ।ପରେ ସେହି ବର୍ଷ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ହସି ହସି ପ୍ରାଣ ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲି ।
ଫେବୃଆରୀ ୧୪ ,୨୯୧୯ ମସିହା ଆଜିର ଦିନରେ ପୁଲୱାମାରେ ସନ୍ତ୍ରାସବାଦୀ ମାନଙ୍କର କଳା କାରନାମା ଥିଲା । ସହିଦ ହୋଇଥିଲେ ଅନେକ ବୀର ଯବାନ । ଆଜି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବାର ଦିବସ ।
ସୋସିଆଲ ମିଡିଆରେ କିଛି ମିଥ୍ୟା ତଥ୍ୟ ଦେଇ ଶହୀଦଙ୍କ ଆତ୍ମାକୁ ଆଘାତ ଦିଆ ଯାଉଛି ଶ୍ରାଦ୍ଧ ଦିବସ ନାଁ ରେ ।କାରଣ ଆଜି ଇଂରେଜ ସରକାରଙ୍କ ରାୟ ବିରୁଦ୍ଧରେ ସ୍ବର ଉତ୍ୱଳନ କରିଥିଲେ ଦେଶବାସୀ ।
ଅନ୍ୟ ପକ୍ଷରେ ଇଂରେଜୀ ମାନେ ଆଜିର ଦିନରେ Valentine’s Day ପାଳିଥିଲେ । ପଥଭ୍ରଷ୍ଟ ଯୁବପିଢ଼ି ମହାନ ସହିଦ୍ ସମ୍ମାନକୁ ଭୁଲି ବିଦେଶୀ ସଂସ୍କୃତିରେ ପ୍ରଭାବିତ ହୋଇ ପ୍ରେମ ଦିବସ ରୂପେ ପାଳିଛନ୍ତି ।ଧନ୍ୟ ଆମ ସଂସ୍କାର ।ଏମାନଙ୍କୁ ସଦବୁଦ୍ଧି ଦିଅ ପ୍ରଭୁ । ସୁଧୁରି ଯାଆନ୍ତୁ ।🙏