Spread the love

ଲୋଭ, ମୋହ,ରେ ପଡି ମଣିଷ ଶେଷରେ ମାୟା ଦେବି ଙ୍କର ଶିକାର ହୁଏ,ଭଗବାନ ଙ୍କ ଲୀଳା ବିଚିତ୍ର, ତାଙ୍କର ସୃଷ୍ଟିକୁ କେହି ବୁଝୁ କିମ୍ବା ନବୁଝୁ ତାଙ୍କୁ ନିତିଦିନ ଦର୍ଶନ କରିବାଜୁ ହେଲେ କିଛି ସମୀକ୍ଷା ର ଆବଶ୍ୟକ ରହିଛି, ଅର୍ଥାତ ଇଶ୍ୱର କଣ ଚାଁହାନ୍ତି,, ଯାହାକୁ ଜୀବନ ସମୀକ୍ଷା କୁହାଯାଏ (ଦର୍ଶନ ସମୀକ୍ଷା)ଦୈନଦିନ ଆମେ କରୁଛୁ କଣ,ନିଜ ସ୍ୱାର୍ଥ ରେ ଆମେ କିଛି ଇଶ୍ଵର ଙ୍କ ତତ୍ୱ ଭୁଲିଯାଉ,ଧରିନିଅନ୍ତୁ ଆମେ କଠିନ ପରିଶ୍ରମ କରି ଉପାର୍ଜନ କରୁଥିବା ଅର୍ଥ କୁ ଆମେ କୋଉ ଉପାୟରେ ଖର୍ଚ୍ଚ କରୁଛୁ,, ଅର୍ଥାତ ଦିନ ଦୁଖୀ ମଣିଷକୁ ଯଦି ଆମ ଉପାର୍ଜନ ଅର୍ଥରୁ କିଛି ଦେଇଦେଉ,, ଉପରେ କ୍ୟାମେରା ଲଗେଇ ଦେଖୁଥିବା ଇଶ୍ଵର ନିଶ୍ଚିତ ଖୁସିହୁଅନ୍ତି, ନଚେତ ତାଙ୍କ ଦିବ୍ୟ ସୁନ୍ଦର ରୁପର ଦୂର୍ଷ୍ୟ କୁ ଦେଖି ନିଜକୁ ନିଜେ ଆତ୍ମବିଭୋର ହେଇ ତାଙ୍କ ଆଗରେ ନଗର କୀର୍ତନ ହେଉ କିମ୍ବା ବଡ଼ ପାଟିରେ କାଳିଆ କାଳିଆ,ବା ରାମ ରାମ ହେଲେ କିଛି ଲାଭ ନାହିଁ,, ନହେଲେ ଅର୍ଜି ଥିବା ଅର୍ଥ କେତେବେଳେ କୁଆଡେ ପଳାଏ ଜାଣି ହୁଏନି,, ଭଗବାନ ଭକ୍ତର ହୃଦୟ କୁ ଦେଖନ୍ତି,, ସେମିତି ଆଜିର କାହାଣୀ, କିପରି ଜଣେ ମହିଳା ଚାକିରୀ ରୁ ଅବସର ନେବା ପରେ ଅଜସ୍ର ଧନ ବ୍ୟାଙ୍କରେ ରଖିଥିବା ବେଳେ ନିମିଷକେ କୁଆଡେ ପଳାଏ,,ନାଁ ଅଦିତି ଚୋପ୍ରା, ଘର ହରିଆଣା ର ଗୁଡ଼ଗାଁ, ଦିଲ୍ଲୀ ର ନିକଟବର୍ତ୍ତୀ ପ୍ରସିଦ୍ଧ ସ୍ଥାନ,, ଅଦିତି ସରକାରୀ ଚାକିରୀ କରୁଥିବା ବେଳେ ସ୍ୱାମୀ ବି ବଡ଼ ଅଫିସର, ଦୁଇ ଝିଅ ଓ ଗୋଟିଏ ପୁଅ, ସମସ୍ତ ସନ୍ତାନ ମାନଂକୁ ଉଚ୍ଚଶିକ୍ଷିତ କରି ସେମାନଂକୁ ବଡ଼ ବଡ଼ ଚାକିରୀ ରେ ଅବସ୍ଥାପିତ କରି ଅତି ଆନନ୍ଦ ରେ ରହୁଥିବା ବେଳେ ନିଜ ସ୍ୱାମୀ ଙ୍କ ଦେହାନ୍ତ ହୁଏ,ଗୁଡ଼ଗାଁ ରେ ବିରାଟ କୋଠି, ପିଲା ମାନେ ସବୁ ବାହାରେ ସମସ୍ତେ ବିବାହିତ, ଓ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି,ଯେତେବେଳେ ଅଦିତି ଙ୍କ ବୟସ 61ହୁଏ ଏକୁଟିଆ ଘରେ ରହି କରବେ କଣ ଖାଲି ଅଧିକା ସମୟ ମୋବାଇଲ ରେ ବ୍ୟସ୍ତ, ଯାହାସବୁ ସୋସିଆଲ ମିଡ଼ିଆ ରେ ରହିଛି ଫେସବୁକ, ଭାଟ୍ସସାପ, ଇଂସ୍ଟଗ୍ରାମ, କୁ ନିଜ ସମୟ ଅତିକ୍ରମ କରୁଥିବା ବେଳେ, ଥରେ ଫେସବୁକ ରେ ଜଣେ ଅଲେକ୍ସ ବିଲ ଙ୍କ 28ବର୍ଷ ଙ୍କ ସମ୍ପର୍କ ରେ ଆସନ୍ତି ଓ ଫ୍ରେଣ୍ଡ ରିକୁଏସ୍ଟ, କୁ ଗ୍ରହଣ କରି କଥା ବାର୍ତା ହୁଅନ୍ତି, ଅଲେକ୍ସ କୁହେ ସେ ଏକ ସମ୍ରାନ୍ତ ପରିବାରର ଓ ତାଙ୍କ ବାପା ମା ବଡ଼ ବଡ଼ ଅଫିସର ନିଜର ଆମେରିକା ରେ ଫର୍ମହାଉସ, ଓ ଅଲେକ୍ସ ନିଜେ ନିଜର ଉଡ଼ାଜାହାଜ ରେ ବୁଲନ୍ତି,, ଏଥିରେ ପ୍ରଭାବିତ ହେଇ ଅଦିତି ସବୁଦିନେ ଚାଟିଙ୍ଗ କରିବା କିମ୍ବା ଫୋନ ରେ କଥା ହେବା ଏକ ଅଭ୍ୟାସ ହେଇଯାଇଥାଏ,,ମଝିରେ ମଝିରେ ଅଲେକ୍ସ ଅଦିତିଙ୍କର ଫୋଟୋ ଦେଖି କୁହନ୍ତି ଆପଣ 61 ବର୍ଷ ର ଜଣାପଡ଼ୁନାହାନ୍ତି,, ଦିନେ ଅଦିତି ଙ୍କର ଜନ୍ମ ଦିନ ହେଇଥିଲା ସାଥି ପଡୋଶୀ ମାନେ ଆସି ଘରେ ଅଦିତିଙ୍କୁ ଶୁଭେଚ୍ଛା ଜଣେଇ କେକ କାଟିବା ଫୋଟୋ ଅଦିତି ଅଲେକ୍ସ ଙ୍କୁ ଫୋନରେ ପଠେଇଥାନ୍ତି, ଅଲେକ୍ସ କୁହନ୍ତି ଆପଣ ମୋତେ ତ ଜଣେଇନଥିଲେ ଆପଣଙ୍କ ଜନ୍ମ ଦିନ,ହୁଏତ ମୋର ବୟସ କମ ତେଣୁ ଆପଣ ଭୁଲିଗଲେ, ଅଦିତି କୁହନ୍ତି ସେମିତି କିଛି ନାହିଁ ମୋ ଫୋଟୋ କେମିତି ହେଇଛି ଦେଖି କୁହନ୍ତୁ,ଅଲେକ୍ସ ବି ଅଦିତି ଙ୍କୁ ପ୍ରଶଂସାରେ ପୋତିପକାନ୍ତି,, ଓ ଅଲେକ୍ସ କୁହନ୍ତି ମୁଁ ଆପଣଂକ ପାଖକୁ ଗିପଟ ପଠାଉଛି ଗ୍ରହଣ କରନ୍ତୁ,, ଚାରିଦିନ ପରେ ଦିଲ୍ଲୀ ଏଆରପୋର୍ଟ ରୁ ନକଲି କଷ୍ଟମ ଅଫିସର ଙ୍କ ଫୋନ ଆସେ, ଯେ ଏକ ବଡ଼ ପାର୍ସଲ ଆସିଛି ତେଣୁ 32 ହଜାର ଟଙ୍କା ଦେବାକୁ ପଡିବ,, ଅଦିତି ଦେଇଦିଅନ୍ତି ମନି ଟ୍ରାନ୍ସଫର କରି,, ତା ପରଦିନ ଆଉ ଜଣେ ନକଲି ଅଫିସର କୁହନ୍ତି ଆମେ ପାର୍ସଲ ଚେକ କଲୁ କାରଣ ଏହା ବିଦେଶ ରୁ ଆସିଛି,, ଓ ତା ଭିତରୁ ଆଠ ଟି ଆଇ ଫୋନ 14 ମିଳିଲା ଓ ଯାହାର ମୂଲ୍ୟସମ୍ପୂର୍ଣ ମୂଲ୍ୟ 60 ଲକ୍ଷ୍ୟ ଟଙ୍କା ହେବ ଓ କଷ୍ଟମ ଡିଉଟି ଦେବାକୁ ପଡିବ 1ଲକ୍ଷ୍ୟ 55 ହଜାର ସାତଶହ ପଚାଶ ଟଙ୍କା,, ତାକୁ ବି ଅଦିତି ଦେଇଦିଅନ୍ତି, କାରଣ 60 ଲକ୍ଷ୍ୟ ଟଙ୍କାର ଗିଫ୍ଟ,,, ପୁଣି ତା ପରଦିନ ଫୋନ ଆସେ GST ଵାଲା ଫୋନ କରନ୍ତି, ଆପଣ କାହିଁକି ଆମେରିକା ରୁ ମୋବାଇଲ ଆଣୁଛନ୍ତି ଟ୍ୟାକ୍ସ ଦେବାକୁ ପଡିବ 2ଲକ୍ଷ୍ୟ କୋଡିଏ ହଜାର,, ତାକୁ ବି ଦିଅନ୍ତି,, ପୁଣି ଦୁଇଦିନ ପରେ ଏକ ସାଙ୍ଘାତିକ ଫୋନ ଆସେ,, ଆମେରିକା ର ଆଣ୍ଟି କରପ୍ସନ ବିଭାଗରୁ ଯେ ଅଲେକ୍ସ ଜଣେ ଆତଙ୍କବାଦୀ, ସେ ଯାହା ପଠେଇଛି ତାର ହିସାବ ଦିଅନ୍ତୁ, ଓ ଆଗରୁ କଣ କଣ ପଠେଇଛି, ଏତିକି ଶୁଣି ଅଦିତି ଙ୍କ ମୁଣ୍ଡ ଖରାପ, କେଡେ ଭୁଲ କଲେ ଜଣେ ଅପରାଧୀ ସହିତ ସମ୍ପର୍କ ରଖି,, ସମାଧାନ କଲେ ନକଲି ଭାରତୀୟ ଗୋଏନ୍ଦା ଅଫିସର, ପୁଣି ଦେଲେ 20 ଲକ୍ଷ୍ୟ,, ପୁଣି ଆସିଲା RAW, ATS, ଓ ଅନେକ ନକଲି ତଦନ୍ତ କାରି ଅଫିସର ମାନଂକଠାରୁ,, ଅଦିତି ଏକ ମାସ ଭିତରେ ଦିଅନ୍ତି ଏକ କୋଟି 95 ଲକ୍ଷ୍ୟ ଟଙ୍କା, ଏକ ଜମି ଯାହା ତାଙ୍କ ସ୍ୱାମୀ ତାଙ୍କ ନାଁରେ କିଣିଥିଲେ ତାକୁ ଅଧା ଦାମରେ ଅର୍ଥାତ 50 ଲକ୍ଷରେ ବିକିଥିଲେ,,, ପୁଅ ଜାଣିଲ ବିଦେଶରେ ରହି, ଯେତେବେଳେ ମା ପୁଅ ଙ୍କ ନାଁରେ ଏକ ଜୟଣ୍ଟ ଆକାଉଣ୍ଟ ରୁ ମା ଉଠେଇଥିଲେ ଦଶଲକ୍ଷ୍ୟ,, ପୁଅ ଫୋନ କଲା ଅର୍ଥ କାହିଁକି ଆବଶ୍ୟକ ପଡିଲେ ଅଦିତି କହିଲେ ଜୀବନ ରକ୍ଷା ହେଇଗଲା ନଚେତ ଆମେ ସମସ୍ତେ ଆମେରିକା ଜେଲରେ ରହିଥାନ୍ତେ, ପଇସା ଗଲା କିଛିନାହିଁ, କେହି ଜାଣିନାହାନ୍ତି ମୁଁ ସବୁ ସମାଧାନ କରିଦେଇଛି ଏତିକି ଶୁଣି ପୁଅ ଜାପାନ ରୁ ଧାଇଁ ଆସିଲା ଦିଲ୍ଲୀ ଓ ମା କୁ କହିଲା ଆପଣ ଙ୍କ ମୁଣ୍ଡରେ କିଛି ବୁଦ୍ଧି ନାହିଁ,, ଆପଣ ଜାଲିଆ ମାନଂକୁ ଟଙ୍କା ସବୁ ଦେଇଦେଲେ,, କମ ସେ କମ ମୋତେ ଟିକେ ଫୋନ କରିଥାନ୍ତେ,, ମୁଁ ବିଦେଶ ଯାଇ ଭୁଲ କରଥିଲି,,, ଆଉ ମୁଁ ଜାଣିପାରୁଛି,,, ୟେ ସତ୍ୟ କାହାଣୀ ଟି ଏଇ ଏକ ବର୍ଷ ମଧ୍ୟରେ ଘଟିଥିଲା,ବର୍ତମାନ ତଦନ୍ତ ଚାଲିଛି ସାଇବର ସେଲ ଲାଗିଛନ୍ତି,,,ନିଶ୍ଚିତ ଧରାପଡ଼ିବେ,,,

Leave a Reply

Your email address will not be published. Required fields are marked *

You Missed