ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଦ୍ୱାରା ପବିତ୍ର ଶରତ ପୂର୍ଣ୍ଣିମାରେ ଧଉଳିଗିରିରେ ବୋଧିଦ୍ରୂମ ଆଳତୀ ଅନୁଷ୍ଟିତ।
ଧଉଳି,ଆଜି ତା ୦୭.୧୦.୨୦୨୫, -=(ଦର୍ଶନ ସମୀକ୍ଷା) ମଙ୍ଗଳବାର କୁମାର ପୂର୍ଣ୍ଣମୀ ଅବସରରେ ଧଉଳି ପଞ୍ଚାୟତ ଅଫିସ୍ ପାଖ ବୁଦ୍ଧ ବିହାର ଠାରେ ଦିବା ୧୨ଟା ସମୟରେ ବୋଧିଦ୍ରୁମ ଆଳତୀ (ଶ୍ରୀଲଙ୍କା, ଅନୁରାଧା ପୁରରୁ ଓଆଇସିର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପରେଶ ଭାଇଙ୍କ ଦ୍ଵାରା ଅଣାଯାଇଥିବା ପବିତ୍ର ଅଶ୍ଵସ୍ଥ ଗଛକୁ ପୂଜାର୍ଚନା ଓ ଆଳତୀ ) ।ପ୍ରତ୍ୟୈକ ମାସ ପୂର୍ଣ୍ଣିମା ଦିନ ଏହି ପବିତ୍ର ବୋଧି ଦ୍ରୁମ ଆଳତୀ କରାଯାଏ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟରର( ଓଆଇସିର ) ସମ୍ମାନନୀୟ ସଦସ୍ୟା, ସଦସ୍ୟ, କାର୍ଯ୍ୟକାରୀ ସମିତିର ସମସ୍ତ ସଭ୍ୟା/ ସଭ୍ୟ , ଉପଦେଷ୍ଟା ମଣ୍ଡଳୀ ଓ ଶୁଭେଚ୍ଛୁ ବନ୍ଧୁ ମାନେ ଠିକ ସମୟରେ ଯୋଗଦାନ କରି ପବିତ୍ର ବୋଧୀଦ୍ରୁମ ଆଳତି ମହା ସମାରୋହରେ ସମ୍ପାଦନ କରିଥିଲେ। ବୋଧିଦ୍ରୁମ ଆଳତୀ ପରେ ସମସ୍ତଙ୍କ ଉପସ୍ଥିତିରେ ଓଆଇସି ର ମାସିକ ବୈଠକ ଓଆଇସି ର ମାନେଜିଙ୍ଗ ଟ୍ରଷ୍ଟି ଭାବଗ୍ରାହି ଶାନ୍ତିଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇଥିଲା।
ଓଆଇସି ଆନୁକୁଲ୍ୟରେ ସଦ୍ୟ ସମାପ୍ତ ନବଦିନ ବ୍ୟାପି ନବରାତ୍ର ଉସ୍ଥବର ସଫଳତା ପାଇଁ ବରିଷ୍ଠ ସଦସ୍ୟ କିଶୋର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ
ଦେଇଥିଲେ।ବିଶେଷ କରି ଓଆଇସିର ବରିଷ୍ଠ କର୍ମକର୍ତ୍ତା ଗଦାଧର ବରାଳଙ୍କ ସାହାଯ୍ୟ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ପୁରୀ ବଡଦାଣ୍ଡରେ ଆସନ୍ତା ପବିତ୍ର ଦେବ ଦୀପାବଳୀ ଉତ୍ସବର (ଆସନ୍ତା ନଭେମ୍ବର ୨୦ ତାରିଖ) ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ଦୀପାବଳୀ କାର୍ଯକ୍ରମ କିପରି ସଫଳ ଭାବେ ପାଳନ କରାଯିବ,ସେ ବିଷୟରେ ମାନେଜିଙ୍ଗ ଟ୍ରଷ୍ଟି ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହା ପରେ ଆଜୀବନ ସଦସ୍ୟ ମନୋରଂଜନ ମହାନ୍ତିଙ୍କ ସହଯୋଗ ରେ ତାଳବ୍ରୁକ୍ଷ ମଞ୍ଜି ରୋପଣ କରାଯିବା ସହ ଷଣ୍ଢ ଓ ଗୋରୁ ଗାଈ ମାନଙ୍କୁ ରୁଟି ଓ ପ୍ରସାଦ ଖାଇବାକୁ ଦିଆଯାଇ ଗୋସେବା କରାଯାଇଥିଲା । ବୈଠକ ଶେଷରେ ଅନନ୍ତ ବାସୁଦେବ ମନ୍ଦିରରୁ ଆସିଥିବା ପ୍ରସାଦ ସମସ୍ତେ ସେବନ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ଅନୁଷ୍ଠାନର ମାନେଜିଙ୍ଗ ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି, କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ କିଶୋର ପ୍ରଧାନ, ଗଦାଧର ବରାଳ, ଇନ୍ଦିରା ମିଶ୍ର, ସୁନାରାମ ଭାଇ, ପ୍ରଶନ୍ନ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମହାନ୍ତି,ସ୍ମିତାରାଣୀ ମହାନ୍ତି, ରଞ୍ଜନ କୁମାର ସାହୁ, ଡଃ ଅରୁନ୍ଧତୀ ତେଜ, ଛାୟା ତେଜ, ବୁଟୁ ବକ୍ସି,ସୁମନ ଦାଶ,ଅଜୟ ସାମନ୍ତରାୟ, ପ୍ରମୋଦ ବିଶ୍ଵାଳ, ଅଶୋକ ସାହୁ , ମଣ୍ଟୁ ଜେନା ,ଦିନବନ୍ଧୁ ନାୟକ, ପୂଜା ସ୍ବାଇ ,ଭାରତୀ ଶାନ୍ତି, ରିଭା ମହାନ୍ତି , ରୁବି ପଣ୍ଡା, ଅଜୟ ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟା ସଦସ୍ୟା ମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।
ମନୋରଞ୍ଜନ ମହାନ୍ତି
ଫୋନ :-୯୪୩୭୨୮୭୯୨୨
Leave a Reply