ହିନ୍ଦୋଳ ଆଇନଜୀବୀଙ୍କ କଲମଛାଡ଼ ପ୍ରତିବାଦ
ହିନ୍ଦୋଳ-ତା -୦୮/୧୦/୨୦୨୫ (ଦର୍ଶନ ସମୀକ୍ଷା) -ବ୍ରହ୍ମପୁର ଆଇନଜୀବୀ ତଥା ଓଡିଶା ଆଇନଜୀବୀ ପରିଷର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗତ ୬ତାରିଖରେ ହତ୍ୟାକୁ ନେଇ ସାରା ରାଜ୍ୟରେ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ, ଜନଜୀବନ ଅସୁରକ୍ଷିତ ପାଇଁ ଜନସାଧାରଣ ମାନସିକ ଚାପରେ ଥିବାବେଳେ ସାରା ରାଜ୍ୟର ଆଇନଜୀବୀ ମାନେ ଆଜି ପ୍ରତିବାଦ ସହ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନକୁ ହିନ୍ଦୋଳ ଓକିଲ ସଂଘ ସମର୍ଥନ କରି ଆଜି ରାଜ୍ୟ ସରକାଙ୍କୁ ଦାବି କରିଛନ୍ତି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରି ଦୋଷୀକୁ ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ଆରେଷ୍ଟ କରିବା ସହିତ କୋଠର ଦଣ୍ଡବିଧାନ ନିମିତ୍ତ।ହିନ୍ଦୋଳ ଓକିଲ ସଙ୍ଘର
ସଭାପତି ସୁଶୀଲ କୁମାର ଗଡ଼ନାୟକଙ୍କ ନେତୃତ୍ୱରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ଉପସଭାପତି ଦେବାନନ୍ଦ ପଟ୍ଟନାୟକ ଙ୍କ ସହିତ ବରିଷ୍ଠ ଆଇନଜୀବୀ ଦିବାକର ଦାସ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଅରୁଣ କୁମାର ଦାସ, କ୍ଷିତୀଶ କୁମାର ସର, ଅଭୟ ଆଚାର୍ଯ୍ୟ, ସୁରେଶ ବାରିକ, ମନୋଜ ମହାଳିକ, ପ୍ରଶାନ୍ତ ସାହୁ, ଦିଲ୍ଲୀପ ଦାସ, ସଞ୍ଜୟ ପଟ୍ଟନାୟକ, ଦୀପ୍ତିକାନ୍ତ ପ୍ରଧାନ, ବିବେକାନନ୍ଦ ପଣ୍ଡା, ସୁଶାନ୍ତ ସାହୁ, ସୁଶାନ୍ତ ମିଶ୍ର, ହିମାଂଶୁ ମିଶ୍ର, ପ୍ରଦୀପ ମିଶ୍ର, ଅଶ୍ୱିନୀ ମହାପାତ୍ର, ପ୍ରକାଶ ଦାସ, ମନୋଜ ସାମଲ, ସନ୍ତୋଷ ନାଏକ, କାମାକ୍ଷା ପ୍ରସାଦ ଦାସ, ସନ୍ତୋଷ ବେହେରା, ପଞ୍ଚାନନ ସାହୁ, ବିକଳ ମହାରଣା ଙ୍କ ସହିତ ପ୍ରାୟ ଚାଳିଶ ରୁ ଅଧିକ ଆଇନଜୀବୀ ଏହି ଆନ୍ଦୋଳନରେ ସାମିଲ ହୋଇ ସଙ୍ଘର ଦାବି ଉପସ୍ଥାପନା କରିଥିଲେ!ପ୍ରକାଶ ଥାଉ କି ଗତ ତା -୦୬/୧୦/୨୦୨୫ ରିଖ ସାନ୍ଧ୍ୟ ରେ ଆଇନଜୀବୀ ପୀତବାସ ପଣ୍ଡା ବଡବଜାର ଥାନାକୁ ଯାଇଥିଲେ, ସେଠାରୁ କାମ ସାରି ରାତି ପ୍ରାୟ ୯:୩୦ ମିନିଟ ସମୟରେ ଚାମ୍ବର ରୁ ଭାଗ୍ୟଶ୍ରୀ ହୋଟେଲ କୁ ଯାଇ ଘରପାଇଁ କିଛି ଖାଇବା ପାର୍ସଲ ଆଣି ବୈକୁଣ୍ଠ ନଗର ର ପ୍ରଥମ ଗଳିରେ ଥିବା ତାଙ୍କ ବାସଭବନ କୁ ଫେରୁଥିବା ସମୟରେ ବାସଭବନ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ତାଙ୍କୁ ଦୁର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଥିଲେ!
Leave a Reply