କଟକ ଗଣ୍ଡଗୋଳକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଭୁବନେଶ୍ୱର : ଉଦବେଗଜନକ ସ୍ଥିତିରୁ ଧିରେ ଧିରେ ସାଧାରଣ ହେଉଛି ପରିସ୍ଥିତି । ପୁଲିସ ଯଥା ଯୋଗ୍ୟ ପଦକ୍ଷେପ ନେବା କଥା ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶାନ୍ତି ପାଇଁ ଅପିଲ କରିଛନ୍ତି । ସରକାରଙ୍କ ତରଫରୁ ଅନୁରୋଧ କରାଯାଉଛି କି ଏଭଳି କିଛି ଘଟଣା ନଘଟୁ ଯାହାଦ୍ବାରା ଓଡିଶା କିମ୍ବା କଟକର ସମ୍ମାନରେ ଆଞ୍ଚ ଆସିବ । ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖନ୍ତୁ । ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ସରକାର ସଜାଗ ଅଛନ୍ତି , କଠୋର ଶାସ୍ତି ବିଧାନ ହେବ । ସମସ୍ତେ ନିଜର ଭାବାବେଗ ଚେତନାକୁ ସକାରାତ୍ମକ ଭାବରେ ନେବେ ବୋଲି ଆଶା । କଟକରେ ଭାଇଚାରା ବଜାୟ ରହୁ ।
ଅନ୍ୟପଟେ ବିଜେଡ଼ି ବିଧାୟକ ଅରୁଣ ସାହୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ । କଟକ ହଜାରେ ବର୍ଷର ସହର , ବାଲିଯାତ୍ରା ସହ ସହର ଇତିହାସ ପାଇଁ ସାରା ବିଶ୍ବରେ ପ୍ରସିଦ୍ଧ କଟକ । ତେବେ ଯେଉଁ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଲା । ସେଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ନେତାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି । ଆମେ ଆମ ରାଜ୍ୟର ଗରିମା ତଳେ ପକାଇବା ପାଇଁ ଦେବା ନାହିଁ । ସମସ୍ତେ ସଂଯମତା ଅବଲମ୍ବନ କରିବା । ଓଡ଼ିଆ ଅସ୍ମିତା ତଳେ ପକାଇବା ପାଇଁ ଦେବା ନାହିଁ । ସମସ୍ତେ ମତ ମତାନ୍ତର, ମନାନ୍ତରକୁ ପଛରେ ପକାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପାଇଁ ଆଗକୁ ଆସିବା ଉଚିତ୍ । କେଉଁଠି ତ୍ରୁଟି ରହିଲା ପରେ ବିଚାର କରିବା । ସ୍ଥିରତା ଆଣିବା ବର୍ତ୍ତମାନ ପରିସ୍ଥିତିରେ ପ୍ରାଥମିକତା । ପରେ କିଏ ଦାୟୀ ସରକାର ବୁଝିବେ । ଯଦି ନବୁଝିବେ ତେବେ ଆମେ ସରକାରଙ୍କୁ ବୁଝାଇ ଦେବୁ ।
Leave a Reply