ଆରମ୍ଭ ହେବାକୁ ଯାଉଛି ଗୋଲାପ ଦିନ 🌹ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ତାରିଖ ଯାଏ ଏହି ପ୍ରେମ ସପ୍ତାହକୁ ପାଳନ କରିବେ ପ୍ରେମୀଯୁଗଳ। ନିଜର ପ୍ରେମକୁ ପ୍ରକାଶ ପାଇଁ ପ୍ରଥମ ଦିବସକୁ ରୋଜ ଡେ’ ଭାବେ ପାଳନ କରାଯାଏ। ତେବେ ଏହି ଦିନକୁ କାହିଁକି ପାଳନ କରାଯାଏ। ଏବଂ ଏହି ଦିନକୁ ପାଳନ କରିବା ପଛରେ ରହିଛି ଏକ ଇତିହାସ। କେବଳ ପ୍ରେମିକାଙ୍କୁ କିମ୍ବା ପ୍ରେମିକକୁ ଗୋଲାପ ଦିଆଯାଏ ନାହିଁ। ଗୋଲାପର ବିଭିନ୍ନ ରଙ୍ଗ ରହିଥିବାବେଳେ କେଉଁ ଗୋଲାପ କାହାକୁ ଦେବେ ତାହା ମଧ୍ୟ ଜାଣି ରଖନ୍ତୁ!.
🌹ରୋଜ୍…ପ୍ରେମର ପ୍ରତୀକ ହେଉଛି ଗୋଲାପ। ନିଜ ମନର ଭାବନାକୁ ପ୍ରକାଶ କରିବା ପାଇଁ ଆମେ ଗୋଲାପ ଦେଇଥାଉ। ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଥିବାବେଳେ ୭ ଫେବୃଆରୀ ହେଉଛି ରୋଜ ଡେ। ତେବେ ଏହି ରୋଜ ଡେ ଆମେ କାହିଁକି ପାଳନ କରିଥାଉ। ଏହା ପଛରେ ରହିଛି ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ ପ୍ରକାଶ କରିଥିଲେ। ଅନ୍ୟ ଏକ କାହାଣୀ ମଧ୍ୟ ରହିଛି ମହାରାଣୀ ଭିକ୍ଟୋରିଆଙ୍କ ସମୟରେ ଲୋକେ ନିଜର ପ୍ରେମକୁ ପ୍ରକାଶ ପାଇଁ ମଧ୍ୟ ଗୋଲାପ ଦେଉଥିଲେ। ମାନାଯାଏ କି ରାଣୀ ଭିକ୍ଟୋରିଆ ଏବଂ ରୋମନ ମଧ୍ୟ ନିଜର ପ୍ରେମକୁ ଗୋଲାପ ଦେଇ ଆରମ୍ଭ କରିଥିଲେ। ରେଜ୍ ଡେ’କୁ ନେଇ ଏମିତି ଅନେକ କାହାଣୀ ରହିଛି!.
🌹ଟି ତେବେ ଅନେକ ରଙ୍ଗର ରହିଥିବାବେଳେ ପ୍ରେମୀ ଯୁଗଳ ନାଲୀ ଗୋଲାପ ଦିଆନିଆ ହୋଇଥାନ୍ତି। ପ୍ରେମ ଏବଂ ଇମୋସନ ସହଜଡିତ ଲୋକଙ୍କୁ ନାଲୀ ଗୋଲାପ ଦିଆଯାଏ। ହଳଦିଆ ଗୋଲାପ। ସାଙ୍ଗକୁ ହଳଦିଆ। ଯାହାଦ୍ବରା ଆପଣ ନିଜ ସଙ୍ଗକୁ ନିଜର ଭଲପାଇବା କେତେ ରହିଛି ତାହା ଜଣାଇପାରିବେ। ଆପଣ ଧଳା ଗୋଲାପ ମଧ୍ୟ ଜାଣିଥିବେ। ଧଳା ହେଉଛି ଶାନ୍ତିର ପ୍ରତୀକ। ଏଣୁ ଆପଣ ଧଳା ଗୋଲାପ ଦେଇ ସାନ୍ତ୍ବନା ଦେଇପାରିବେ। ପିଙ୍କ୍ ଗୋଲାପ ଆପଣ ନିଜ ପିତା ମାତା ଏବଂ ଗୁରୁଜନଙ୍କୁ ଦେଇପାରିବେ। କାହିଁକି ନାଁ ଏହି ଗୋଲାପ ହେଉଛି ଧନ୍ୟବାଦର ପ୍ରତୀକ। ଅରେଞ୍ଜ ଗୋଲାପ ଦେଇ ଆପଣ ନିଜର ପ୍ରେମକୁ ପ୍ରକାଶ କରିପାରିବେ। ଅରେଞ୍ଜ ଗୋଲାପ ମାଧ୍ୟମରେ ନିଜ ଇଛାକୁ ପ୍ରକାଶ କରି କେତେ ଭଲ ପାଉଛନ୍ତି ନିଜର ପାର୍ଟନରଙ୍କୁ ଜଣାଇପାରିବେ!.