ଆକ୍ସନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଉତ୍ତରାଖଣ୍ଡର କଂଗ୍ରେସ ନେତା ହରକ ସିଂହଙ୍କ ଘରେ ରେଡ୍। ଏକାସାଙ୍ଗେ ୧୨ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ଚଢାଉ। ଏହି ଚଢାଉରେ ଇଡିର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି। ଖବର ଅନୁଯାୟୀ , ମନି ଲଣ୍ଡରିଂ ମାମଲାରେ ଆକ୍ସନମୋଡ଼କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଭିଯୋଗକୁ ଆଧାର କରି ଉତ୍ତରଖଣ୍ଡର ବରିଷ୍ଠ କଂଗ୍ରେସ ନେତା ହରକ ସିଂହ ରାଓ୍ୱତଙ୍କ ଘରେ ରେଡ୍ କରିଛି ଇଡି। ଏକାସାଙ୍ଗେ ଇଡିର ବିଭିନ୍ନ ଟିମ୍ ୧୨ଟି ସ୍ଥାନରେ ଚଢାଉ କରୁଛନ୍ତି। ଏହି ଚଢାଉରେ ଉତ୍ତରଖଣ୍ଡରୁ ଦିଲ୍ଲୀ ପର୍ଯ୍ୟନ୍ତ ଥିବା ବିଭିନ୍ନ ସ୍ଥାନ ରହିଛି!.
[2/7, 12:01] Das Suprabhat Meddia: ସୂଚନାଯୋଗ୍ୟ ଯେ , ଉତ୍ତରାଖଣ୍ଡ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣି ହରକ ସିଂହ ରାଓ୍ୱତ। ୧୯୯୧ରେ ପ୍ରଥମ ଉତ୍ତରପ୍ରଦେଶର ପାଉରି ବିଧାନସଭା ଆସନରୁ ବିଜୟ ହୋଇଥିଲେ ହରକ। ଏହାସହିତ ଖୁବ୍ କମ୍ ବୟସରେ ମନ୍ତ୍ରୀ ହେବାର ମଧ୍ୟ ରେକର୍ଡ ହରକ ସିଂହଙ୍କ ନାଁରେ ରହିଛି। ଏହାପରେ ୧୯୯୩ରେ ପୁଣି ଥିରେ ସେହି ଆସନରୁ ନିର୍ବାଚିତ ହୋଇଥିଲା। ୧୯୯୭ରେ ଉତ୍ତର ପ୍ରଦେଶ କଂଗ୍ରେ କମିଟିର ସଦସ୍ୟ ଭାବେ ଚୟନ ହୋଇଥିଲେ। ଏହାସହିତ ସେହି ବର୍ଷ କଂଗ୍ରେସ ଓ୍ୱାର୍କିଂ କମିଟିକୁ ବି ଚୟନ କରାଯାଇଥିଲା। ଏହାପରେ ୨୦୦୨ , ୨୦୦୭ , ୨୦୧୨ , ୨୦୧୭ରେ ଭିନ୍ନ ଭିନ୍ନ ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ହରକ ସିଂହ!.