Spread the love

“1948ର ଜାନୁୟାର ତିରିଶର ଗାନ୍ଧିଜୀଙ୍କ ‘ହେ ରାମ’ ରୁ
2024ଜାନୁୟାରୀ ବାଇଶର
‘ଜୟ ଶ୍ରୀରାମ’ “

ହିନ୍ଦିଭାଷାର ଜଣାଶୁଣା ସାମ୍ବାଦିକ ତଥା ସାମାଜିକ କର୍ମୀ
ଶ୍ରୀ ଆନନ୍ଦ ବର୍ଦ୍ଧନ ସିଂହ ଲେଖିଥିବା “HEY RAM TO JAI SHRI RAM : 20 dates that changed the course of India” ଶୀର୍ଷକ ବହିରେ ତା 30.01.1948ରିଖରେ ଗାନ୍ଧିଜୀଙ୍କ ହତ୍ୟା ( ସେତେବେଳେ ସେ ‘ହେ ରାମ’ ଉଚ୍ଚାରଣ
କରି ପ୍ରାଣତ୍ୟାଗ କରିଥିଲେ ।)ଠାରୁ ଆରମ୍ଭ
କରି ତା06.12.1992ରିଖର ବାବ୍ରୀ ମସଜିଦ ଭଙ୍ଗାଯିବା ( ସେତେବେଳେ ଖୁବ ଜୋରରେ ‘ଜୟ ଶ୍ରୀରାମ’ଧ୍ୱନୀ ଉଚ୍ଚାରିତ ହୋଇଥିଲା)ଭିତରର କୋଡିଏଟି ତାରିଖ ବାବଦରେ ଉଲ୍ଲେଖ ଅଛି, ଯାହା ଭାରତବର୍ଷର ଇତିହାସର ମୋଡକୁ ବଦଳାଇଥିଲା।
ତା22.01.2024ରିଖର ଦିନ 12.30 କ୍ଷଣ ହେଉଛି ଆଉ ଏକ ଶୂଭମୂହୁର୍ତ୍ତ, ଯେତେବେଳେ ବାବ୍ରୀମସଜିଦ ସ୍ଥଳରେ ନିର୍ମିତ ହେଉଥିବା ଭବ୍ୟରାମମନ୍ଦିର ଓ ଶ୍ରୀରାମଙ୍କ ନୁଆମୂର୍ତ୍ତିଙ୍କ ପ୍ରାଣପ୍ରତିଷ୍ଠା
ଜରିଆରେ ଇତିହାସ ଆଉ ଟିକିଏ ଯେ ବଦଳି ଗଲା ତାହା ନୁହେଁ , ‘ଯୁଗର ପରିବର୍ତ୍ତନ ହୋଇଗଲା’ବୋଲି ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥଟ୍ରଷ୍ଟ’ର କୋଷାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଗିରୀ ମହାରାଜାଙ୍କର ଘୋଷଣାକୁ ଦେଶର ସବୁ ଉପରସ୍ତରର ତଥା ଦେଶକୁ ଚଳାଉଥିବା
ନାମୀ ଓ ଦାମିକା ନିମନ୍ତ୍ରିତ ସାତହଜାର ମହାମହିମଗଣଙ୍କ କର୍ତ୍ତୁକ ଘନ ଘନ ତାଳିମାଡରେ ସମର୍ଥନ କରାଯାଇଥିଲା । ଅବଶ୍ୟ ‘କେଉଁ ଯୁଗ ସରିଲା ଓ କେଉଁ ଯୁଗ ଆରମ୍ଭ ହେଲା- ତାହା ଜଣା ନ ପଡିଲା”। ଏହା ବାବଦରେ ସେ ବା ଅନ୍ୟକେହି କିଛି କହି ନାହାନ୍ତି ।

ତା11.08.1511ରିଖରେ ଜନ୍ମଗ୍ରହଣକରି ରାମବୋଲା ଦୁବେ ନାମରେ ନାମିତ
ପିଲାଟି ବଡହେବାପରେ ସନ୍ଥ ତୁଳସୀଦାସ ନାମଧାରୀହୋଇ ‘ରାମଚରିତ ମାନସ’ କାବ୍ୟ ଲେଖିଥିଲେ ।
ତା 30.07.1623ରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
( ଗୁଗୁଲରୁ ଉପଲବ୍ଧ ତଥ୍ୟ)
ସେ ଲେଖିଥିଲେ ‘ ରାମ ସ୍ୱୟଂ ସଗୁଣ ଓ ନିର୍ଗୁଣର ମନ୍ଦିର ।
ତାଙ୍କ ବ୍ୟକ୍ତିତ୍ୱ ପ୍ରବଳ ସୂର୍ଯ୍ୟକିରଣ ସହିତ ସମାନ ଯାହା
କାମ,କ୍ରୋଧ ,ଅହଙ୍କାର ଓ ଅନ୍ଧକାରକୁ ବିନାଶ କରିଥାଏ।ସେ ଭକ୍ତଙ୍କ
ମନରେ ଥାଆନ୍ତି , ଇଟା ଓ ପଥରର କୌଣସି ଘର ଦରକାର ନାହିଁ’।

ତା02.10.1869ରେ ଜନ୍ମିତ ମୋହନଦାସ କରମଚାନ୍ଦ ଗାନ୍ଧୀ,
ପରବର୍ତ୍ତୀ କାଳରେ ‘ବାପୁଜୀ, ମହାତ୍ମା, ଜାତିର ଜନକ’ ଇତ୍ୟାଦି
ନାମରେ ପରିଚିତ ଥିଲେ। ନିଜକୁ କଟ୍ଟରହିନ୍ଦୁ ବୋଲି ଘୋଷଣା କରିଥିବା ଗାନ୍ଧୀଜୀ ଶ୍ରୀରାମଙ୍କ ପ୍ରତି ସଂପୂର୍ଣ୍ଣଋପେ ସମର୍ପିତ ଥିଲେ।
ଏପରିକି, ତା30.01.1948ରିଖ ଅପରାହ୍ନ ପାଞ୍ଚଘଟିକା ସତର ମିନିଟ ଓ ତିରିଶି ସେକେଣ୍ଡରେ ଗୁଳିବିଦ୍ଧି ହୋଇ ପ୍ରାଣତ୍ୟାଗ
କରିବା କ୍ଷଣରେ ‘ହେ ରାମ’ ଉଚ୍ଚାରଣ କରିଥିଲେ । ସେତେବେଳେ କେତେକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧଥିବାରୁ ସେ କୌଣସି ମନ୍ଦିରକୁ ଯାଉନଥିଲେ କିନ୍ତୁ
ଦୈନିକ ‘ସର୍ବଧର୍ମ ପ୍ରାର୍ଥନା ସଭା’ର ଆୟୋଜନ କରୁଥିଲେ
ଓ ସେଭଳି ସଭାକୁ ଆସିବା ସମୟରେ ହି ଗୁଳିବିଦ୍ଧ ହୋଇ ଓ
‘ହେ ରାମ’ ଉଚ୍ଚାରଣ କରି ପ୍ରାଣତ୍ୟାଗ କରିଥିଲେ ।

ଆଜି ତାଙ୍କର ପୂଣ୍ୟତିଥିର ସକାଳୁ ସକାଳୁ ଦିଲ୍ଲୀସ୍ଥିତ ତାଙ୍କ
ସମାଧିପୀଠ ତଥା ଦେଶରେଥିବା ଅଧିକାଂଶ ପ୍ରତିମୂର୍ତ୍ତି
ଫଟୋରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ଏକ ଗତାନୁଗତିକ କଥା।
ସେମାନଙ୍କ ଭିତରୁ ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି,
ସେମାନଙ୍କ ଭିତରୁ ସମଗ୍ର ମାନବ ସମାଜର ସୁରକ୍ଷାପାଇଁ ସେ
ଦେଇଥିବା ଚାରୋଟି ଡେଇଁରିଆ ବା ଉପଦେଶ କେତେଜଣଙ୍କ କର୍ତ୍ତୁକ
ପାଳିତ ହେଉଥିବ,ତାହା ଏକ ଆକଳନ( Suvey) ର ଅପେକ୍ଷା ରଖେ।ବିଭିନ୍ନ ସଭା, ଆଲୋଚନାଚକ୍ର, ଗଣମାଧ୍ୟମରେ ଲେଖା ଓ ଆଲୋଚନା
ଜରିଆରେ ‘ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦିଆଯିବା ବି ଏକ ଚିରାଚରିତ ପ୍ରକ୍ରିୟା, ଯଦିଓ ଏଭଳି କହୁଥିବା/ ଲେଖିଥିବା ଲୋକେ ନିଜ କ୍ଷେତ୍ରରେ ସେସବୁରେ ବିଶ୍ବାସ
ରଖନ୍ତି ନାହିଁ । ଗ୍ରହଣ କରିବା
ଲୋକଙ୍କ ସଂଖ୍ୟା ବି ପ୍ରଶ୍ନବାଚୀ ଭିତରେ ।

ଆହୁରି ବିଡମ୍ବନାର ବିଷୟ ଏହିକି ଯେ
‘ ଆଜିର ଅପରାହ୍ନ 05.17.30 କ୍ଷଣ ତାଙ୍କର ହତ୍ୟାର ସମୟ ହୋଇଥିବାରୁ’, ତା30.01.2019ରିଖରେ ଉତ୍ତର ପ୍ରଦେଶ ଅନ୍ତର୍ଗତ ଆଲିଗଡରେ
‘ହିନ୍ଦୁ ମହାସଭା’ତରଫରୁ ‘ଶୌର୍ଯ୍ୟ ଦିବସ ‘
ପାଳନ କରାଯାଇଥିଲା । ସଙ୍ଗଠନର ଜାତୀୟ ସମ୍ପାଦିକା ପୂଜା ଶକୁନ ପାଣ୍ଡେଙ୍କ କର୍ତ୍ତୁକ ଗାନ୍ଧୀଙ୍କ ଫଟୋରେ ନକଲି ବନ୍ଧୁକରୁ ଗୁଳି ମରାଯାଇ ନକଲି ରକ୍ତ
ବୁହାଯାଇଥିଲା ।ଏତିକିବେଳେ
ଉପସ୍ଥିତ ସମସ୍ତେ ‘ମହାତ୍ମା ନାଥୁରାମ ଗଡସେ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ ।ଏହାପରେ ନାଥୁରାମ ଗଡସେଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
(ସୌଜନ୍ୟ:- TIMES OF INDIA) । ଏହି ଧାରାରେ ଏହା ଆଉ କେଉଁଠି କେଉଁଠି ପାଳିତହୋଇ ଆସୁଥିବ। ସାମାଜିକ ଗଣମାଧ୍ୟମରେ ତାଙ୍କର ‘କୁତ୍ସାରଟନା କରାଯାଇ ତାହାକୁ ଭାଇରାଲ କରାଯିବ’।
କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଏଭଳି କରୁଥିବା ବା ଚଳାଉଥିବା ଅନେକ ପ୍ରକାଶ୍ୟଭାବେ ତାଙ୍କ ପ୍ରତିମୂର୍ତ୍ତି
ଆଗରେ ମଥାନତକରି
ତାଙ୍କର ଗୁଣଗାନ କରିବାକୁ ପଛାନ୍ତି ନାହିଁ । ସତରେ ଗାନ୍ଧିଜୀ ଏକ
ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଓ ବିଚାର।

ସନ୍ଥ ତୁଳସୀଦାସ ଓ ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟରେ ‘ଚୋରି, କଷଣ,ଶୋଷଣ, ଧର୍ଷଣ ‘ଇତ୍ୟାଦିର କୌଣସି ସ୍ଥାନନଥିଲା।
କିନ୍ତୁ ତା22.01.2024ରିଖରୁ ଆରମ୍ଭ ହୋଇଥିବା ରାମରାଜ୍ୟର ଅବ୍ୟବହିତ ପୂର୍ବରୁ, ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥଟ୍ରଷ୍ଟ ‘ର
ମହାସଚିବ ଶ୍ରୀ ଚମ୍ପତ ରାଏଙ୍କୁ କେତେକ ଅତରବେପାରି ମନ୍ଦିରରେ ଲଗାଯିବାପାଇଁ କିଛି ଚାନ୍ଦିରଫୁଲ ଦିଆଯାଆନ୍ତେ,
‘ଏଗୁଡିକ ନେଇ ମୁଁ କଣ କରିବି? ଏଠାର ପ୍ରତ୍ୟେକ କବାଟରେ
ଷାଠିଏ କୋଟିଟଙ୍କାର ସୁନା ଛାଉଣି ହୋଇଛି। କାଳେ, ‘ଡାକୁମାନେ କାଳେ ପୂଜକଙ୍କ ଗଳାକାଟି ସେହି ସୁନା ନେଇଯିବେ, ସେହି ଭୟ ମୋତେ ଘାରୁଛି’ବୋଲି ସେ କହିଥିଲେ ।

ଦେଶ ତଥା ପୃଥିବୀର ସୁରକ୍ଷାପାଇଁ ଯେଉଁ ଅତି ଚାରୋଟି ସହଜିଆ ଡେଉଁରିଆ/ ଉପଦେଶ ଦେଇଥିଲେ, ସେଗୁଡିକ ହେଉଛି,
(1) ସ୍ୱାଧୀନ ଭାରତର ପ୍ରଥମ ସରକାରଙ୍କ
ପ୍ରଥମ କର୍ତ୍ତବ୍ୟ ‘ସଂପୂର୍ଣ୍ଣ ନିଶା ନିବାରଣ ‘ ହେବା ଆବଶ୍ୟକ,
(2) ଦେଶର ସମସ୍ତ ସମ୍ପତ୍ତି ‘ନ୍ୟାସ ସମ୍ପତ୍ତି-Trust Property’
ଋପେ ରଖାଯାଇ ନ୍ୟାସୀମାନଙ୍କ ଦାୟିତ୍ୱରେ ରଖାଯିବା ଉଚିତ,
ନଚେତ ପ୍ରକୃତିର ଅବିଚାରିତ ଦୋହନ କରାଯିବ, ଯାହା ଅସମ୍ଭବ
ପରିସ୍ଥିତି ସୃଷ୍ଟି ହେବ ଯେହେତୁ ‘ପ୍ରକୃତି ସମସ୍ତଙ୍କ ଚଳିବାପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ’,
( What Is Trust Property?

Trust property refers to assets that have been placed into a fiduciary relationship between a trustor and trustee for a designated beneficiary. Trust property may include any type of asset, including cash, securities, real estate, or life insurance policies. Trust property is also referred to as “trust assets” or “trust corpus.”),

(3)ଯେତେବେଳେ କୌଣସି ଯୋଜନା ପ୍ରସ୍ତୁତ କରାଯିବ, ସେତେବେଳେ ଲକ୍ଷ୍ୟ ରଖିବାକୁ ହେବ ଯେ, ତାହାଦ୍ୱାରା ଦେଶର ସବୁଠାରୁ ତଳେଥିବା ଲୋକଟିଏ କେତେମାତ୍ରାରେ ଉପକୃତ
ହେଉଛନ୍ତି ,
(4) ଯେଉଁ ଲୋକଟି ଆଉଜଣଙ୍କ (ବିଶେଷକରି ଶାସନ , ପ୍ରଶାସନ, ନ୍ୟାୟିକ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ନିୟୋଜିତମାନେ) ପାଖକୁ
ତାଙ୍କର କୌଣସି ଅଧିକାରସମ୍ମତ୍ତ କାମଟିଏ ହାସଲ କରିବାକୁ ଆସିବେ, ‘ତାଙ୍କୁ କାମରେ ବାଧା ସୃଷ୍ଟିକାରୀ ହିସାବରେ ବିଚାର କରାନଯାଇ , କାମର ସ୍ରଷ୍ଟା ( ସେଇଥିପାଇଁ ନିଯୁକ୍ତ) ହିସାବରେ
ବିଚାର କରିବାକୁ ପଡିବ।

କିନ୍ତୁ, ଶାସନ, ପ୍ରଶାସନ, ନ୍ୟାୟପାଳିକା, ଗଣମାଧ୍ୟମ, ସାମାଜିକ ଜୀବନରେଥିବା ମହାମହିମଗଣଙ୍କ ଭିତରୁ କେତେ ଏସବୁ ବିଷୟରେ ଅବଗତ ବା ପାଳନ କରିବାକୁ ଆଗ୍ରହୀ, ତାହା ଏକ ଆକଳନ
( Survey) ର ଆବଶ୍ୟକତା, ଯାହା ହେବନାହିଁ ।

କିନ୍ତୁ ବିଡମ୍ବନାର ବିଷୟ ହେଉ ବା ଇତିହାସର କୃରତା, ସେ ଆଜି ଅଲୋଡା ଓ ତାଙ୍କ ଉପଦେଶସମୂହ କବରତଳେ।
ଏଠାରେ ପ୍ରଣିଧାନଯୋଗ୍ୟ ଯେ ଏହି ମୂର୍ତ୍ତୀ ବାବ୍ରୀମସଜିଦରେ ରଖାଯାଇଥିବା ‘ରାମଲାଲା ବିରାଜମାନ’
ନୁହଁନ୍ତି ଯାହାଙ୍କ ନାମରେ ସମ୍ମାନୀୟ ସୁପ୍ରିମକୋର୍ଟଙ୍କ
ତରଫରୁ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ଦିଆଯାଇଥିଲା ।
‘ଏହା ଛୋଟ ଓ ଗର୍ଭଗୃହରୁ ତିରିଶଫୁଟ ଦୂରରେଥିବା ଭକ୍ତମାନଙ୍କୁ ଦିଶିବ ନାହିଁ, ତିରିଶ ଫୁଟ ଦୂରତ୍ବ ସୁରକ୍ଷାପାଇଁ, ତେଣୁ ନୁଆ ବଡମୂର୍ତ୍ତ
ରଖାଯାଉଛି’ ବୋଲି ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥଟ୍ରଷ୍ଟ’ର
ମହାସଚିବ ଶ୍ରୀ ଚମ୍ପତ ରାଏ କହିଛନ୍ତି । ଆମ ସମସ୍ତଙ୍କୁ ସୁରକ୍ଷା ଦେଉଥିବାଙ୍କ ଖୋଦ୍ ଶ୍ରୀରାମଙ୍କ ଆସ୍ଥାନସ୍ଥଳରେ ପୁଣି ‘ସୁରକ୍ଷାର ଆଶଙ୍କା ‘!

ନୁଆ ରାମରାଜ୍ୟ ଗଠନ ଉତ୍ସବରେ, ଶ୍ରୀରାମଙ୍କୁ ଅଇଁଠା ବରକୋଳି ଖୁଏଇଥିବା ଶବରୀ ବର୍ଗର ମହାମହିମ ରାଷ୍ଟ୍ରପତି, ଏଭଳି ଯୁଗ ପରିବର୍ତ୍ତନର ମୂଳ ସୂତ୍ରଧର ଲାଲକୃଷ୍ଣ ଆଡଭାନୀଜୀ ଇତ୍ୟାଦି ଉପସ୍ଥିତ ନଥିଲେ।ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ‘ଅର୍ଦ୍ଧନିର୍ମିତ ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହେବା ଉଚିତ ନୁହେଁ ‘କୁହାଯିବା ଉପରେ,
‘ଶ୍ରୀରାମ ଜନ୍ମଭୂମୀ ତୀର୍ଥଟ୍ରଷ୍ଟ’ ର ମହାସଚିବ ଚମ୍ପତ ରାଏ
କହିଥିଲେ “‘ଏହା ରାମାନନ୍ଦ ସଂପ୍ରଦାୟର ଲୋକଙ୍କ ମନ୍ଦିର,
ଶଙ୍କରାଚାର୍ଯ୍ୟଙ୍କର କୌଣସି ଭୂମିକା ନାହିଁ ‘।କିନ୍ତୁ ସେହି ସଂପ୍ରଦାୟର
କେହି ନଥିଲେ। ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିବା ଅନେକ ବି ଶାସନ ଦାୟିତ୍ୱରେ ନଥିଲେ ଓ ଲଢିନଥିବା ଲୋକେ ଥିଲେ। ତେଣୁ ଆଡଭାନୀଜୀ ଓଗେର ନ ରହିବା କିଛି ନୁଆକଥା ନୁହେଁ ।
ଏଭଳି ଅତି ଶୁଭକ୍ଷଣ ପୂର୍ବର ଶୁଭକ୍ଷଣ ପୂଜାକାମରେ ନିୟୋଜିତ ଯଜମାନ ଶ୍ରୀ ଅନୀଲ ମିଶ୍ର ଓ ତାଙ୍କ ସହଧର୍ମିଣୀଙ୍କୁ
କୌଣସି ଟିଭି ଚ୍ୟାନେଲ ଦେଖାଇଥିଲେ କି? କୌଣସି ଖବରକାଗଜରେ
ସେମାନଙ୍କ ଫଟୋ ପ୍ରକାଶିତ ହୋଇଥିଲା କି? ଏହି ଧାର୍ମିକ କାର୍ଯ୍ୟକ୍ରମରେ କୌଣସି ଦଳିତ ଭାଗ ନେଇଥିଲେ କି?

ଯୁଗ ପରିବର୍ତ୍ତନ କ୍ଷଣର ପୂର୍ବରୁ ଅଧିବାସ କାଳ ଆରମ୍ଭ ହୋଇଥିଲା ମୋଦିଜୀଙ୍କ କର୍ତ୍ତୁକ ତା12.01.2024ତାରିଖରୁ ‘ଏଗାରଦିନିଆ ଅନୁଷ୍ଠାନ କାର୍ଯ୍ୟକ୍ରମ ପାଳନ’ ଜରିଆରେ ।ଏହାଭିତରେ ଆଉ ଗୋଟିଏ ପୂଣ୍ୟତିଥି ଥିଲା ତା19.01.2024ରିଖ, ଯେଉଁଦିନ ହତ୍ୟା ଇତ୍ୟାଦି ଅଭିଯୋଗରେ ନ୍ୟାୟାଳୟ ଦ୍ବାରା
ଦଣ୍ଡିତ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ଡେରା-ସୌଚା-ସୌଦାର
ମୂଖ୍ୟବାବା ଗୁରପ୍ରୀତ ରାମ ରହିମଙ୍କୁ ପୁଣି ପଚାଶ ଦିନ ପାଇଁ ପାରୋଲରେ ଛାଡି ଦିଆଯାଇଥିଲା , ଅର୍ଥାତ ‘ଜୟଶ୍ରୀରାମ ମାହୋଲ’ ପୂର୍ବରୁ ସୃଷ୍ଟି ହୋଇଥିଲା ‘ଜୟ ରାମ- ରହିମ’ର
ମାହୋଲ।ଏଠାରେ ପ୍ରଣିଧାନଯୋଗ୍ୟ ଯେ ତା17.01.2019 ରିଖରେ ନ୍ୟାୟାଳୟ ଦ୍ବାରା ଦଣ୍ଡିତ ଏହି ବାବା ଗତ ଦୁଇବର୍ଷ
ଭିତରେ ସମୁଦାୟ ନଅଥରରେ 234 ଦିନ ପାରୋଲରେ ବାହାରେ ଅଛନ୍ତି, ବିଶେଷକରି ନିର୍ବାଚନ ସମୟରେ ।ଏହା ଅଲଗା କଥା
ଯେ ତା5,34,034 ଜଣ ବିନା ବିଚାରରେ ଜେଲରେ ଷଢୁଛନ୍ତି, ଯେହେତୁ ସେମାନଙ୍କର ‘ଯୁଗ ବଦଳିବାର ସନ୍ଧିକ୍ଷଣର ଉତ୍ସବ’ରେ ଅତିଥି ହେବାର ମାନ୍ୟତା ନାହିଁ ।

Leave a Reply

Your email address will not be published. Required fields are marked *

You Missed