ଜରାଜୀର୍ଣ୍ଣ ଅବସ୍ଥାରେ ଚିତାପାରି-୧ ଯାତ୍ରୀ ପ୍ରତୀକ୍ଷାଳୟ
ଯାତ୍ରୀ ଓ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କିଛି ବର୍ଷ ପୂର୍ବେ ଲକ୍ଷ୍ମୀ ବସ ଯୋଜନାରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ଗ୍ରାମ ପଞ୍ଚାୟତ ଅଧିନସ୍ତ ବାଲିମେଳା -ମାଲକାନଗିରି ମୁଖ୍ୟ ରାସ୍ତା ପାର୍ଶ୍ୱ ତଥା ଚିତାପାରି -୧ ଗ୍ରାମ ଛକରେ
ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା।ଲୋକେ ବସକୁ ଅପେକ୍ଷା କରି ସେଠାରେ ବସିବା
ପାଇଁ ଷ୍ଟିଲ ଚେୟାର, ଚତୁଃପାର୍ଶ୍ୱରେ ରେଲିଙ୍ଗ ସହ ଲୁହାରେ ପିଲର ସହ ଟିଣରେ ଛାତ ନିର୍ମାଣ କରାଯାଇଥିଲା
କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ
ଚିତାପାରି-୩ ପଞ୍ଚାୟତ କତୃପକ୍ଷ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଏହି ଯାତ୍ରୀ ପ୍ରତୀକ୍ଷାଳୟର ଉଚିତ ରକ୍ଷଣା ବେକ୍ଷଣ ଦିଗରେ ଆଦୌ ଦୃଷ୍ଟି ଦିଆଯାଉ ନଥିବା ଦେଖିବାକୁ ଯାହା ଫଳରେ ଉକ୍ତ ବିଶ୍ରାମଗାରାରେ ଲାଗିଥିବା ଷ୍ଟିଲ ଚେୟାର ଗୁଡିକ ଭାଙ୍ଗି ରୁଜି ଯିବା ସହ ସେଗୁଡିକ ଜରାଜୀର୍ଣ ଅବସ୍ଥାରେ ପଡିରହିଛି। ଉକ୍ତ ପ୍ରତୀକ୍ଷାଲୟର ପରିସରରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିବା ସହ ସେଠାରେ ଏକ କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ମୁଖ୍ୟତଃ ଯାତ୍ରୀ ପ୍ରତୀକ୍ଷାଲୟରେ ଯାତ୍ରୀଙ୍କ ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ବସ ଗୁଡିକର ରୁଟ ଚାର୍ଟ ଏବଂ ସମୟ ସାରଣୀ ଓ ମାନଚିତ୍ରର ସୂଚନା ଫଳକ ସ୍ଥିନତ କରାଯିବା କଥା କିନ୍ତୁ ଏହି ଯାତ୍ରୀ ପ୍ରତୀକ୍ଷାଳୟରେ ଏଭଳି କୌଣସି ସୂଚନା ଫଳକ ଲଗାଯାଇନାହଁ।
ଯାହା ଫଳରେ କେଉଁ ବସ କେଉଁ ସମୟରେ ଏହି ରାସ୍ତା ଦେଇ କେଉଁ ଅଞ୍ଚଳକୁ ଯାତାୟତ କରୁଛି ସେ ସମ୍ପର୍କରେ ଯାତ୍ରୀ ମାନେ ସୂଚନା ପାଇ ନପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କିଛି ଯାତ୍ରୀ କହିଛନ୍ତି।ବର୍ଷ ତମାମ ବର୍ଷା, ଖରା ଓ ଶୀତ ଦିନରେ ଯାତ୍ରୀଙ୍କୁ ଆଶ୍ରୟ ଦେଉଥିବା ଏହି ଯାତ୍ରୀ ପ୍ରତୀକ୍ଷାଳୟ
ଗୁଡିକର ସୁରକ୍ଷା ଓ ଆବଶ୍ୟକ ହେଉଥିବା ରକ୍ଷଣା ବେକ୍ଷଣ ପାଇଁ ସ୍ଥାନୀୟ ପଞ୍ଚାୟତ କତୃପକ୍ଷ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କିଛି ଯାତ୍ରୀ ଏବଂ ଅଞ୍ଚଳବାସୀ ଦାବୀ କରିଛନ୍ତି।ଏ ସମ୍ପର୍କରେ ଚିତାପାର-୩ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ମନ୍ଦାକିନୀ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ମୁଁ ଯାଇ ଉକ୍ତ ପ୍ରତୀକ୍ଷାଳୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏହାର ମରାମତି ଏବଂ ରକ୍ଷଣା ବେକ୍ଷଣ
କିପରି ତୁରନ୍ତ କରାଯାଇ ପାରିବ ସେ ସମ୍ପର୍କରେ ବିଡ଼ିଓଙ୍କ ସହ ଆଲୋଚନ କରିବି ବୋଲି ସେ କହିଛନ୍ତି।
Leave a Reply