ନୟାଗଡ //ମାନ୍ୟବର ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ର ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ସୃଜନ) ରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହିଥଲେ

Spread the love

କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ
ନୟାଗଡ଼ ୧୮.୯.୨୫ =(ଦର୍ଶନ ସମୀକ୍ଷା) ମାନ୍ୟବର ସାଂସଦ କନ୍ଧମାଳ ସଂସଦୀୟ କ୍ଷେତ୍ର ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ସୃଜନ) ରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଯୁଗ୍ମ ନିର୍ଦ୍ଦେଶକ (ଡି.ପି.ଏମ.ୟୁ.)ବିଦ୍ୟାଧର ନାୟକ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।ବୈଠକ ରେ ଜିଲ୍ଲାପାଳ ସାଂସଦ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ସାଂସଦ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ପ୍ରସଙ୍ଗ ଗୁଡିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ହସ୍ତତନ୍ତ,ପ୍ରାଣୀ ସମ୍ବନ୍ଧୀୟ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ତାଙ୍କର ସଭା ଖଣ୍ଡ ଦଶପଲ୍ଲା ଉପରେ ବିତୃତ ଆଲୋଚନା କରିଥିଲେ। କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦଶପଲ୍ଲା ମଧ୍ୟ ରେ ଆସୁଥିବା ଗଣିଆ, ନୂଆଗାଁ ଓ ଦଶପଲ୍ଲା ରେ ଅତି କମ୍ ରେ ବ୍ଲକ୍ ପିଛା ୨୦ ଜଣ ଲେଖାଏଁ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ।ଏହା ସମ୍ଭବ ହୋଇପାରିଲେ ମାନ୍ୟବର ପ୍ରଧାମନ୍ତ୍ରୀଙ୍କ ” Vocal for Local” ଉଦ୍ଦେଶ୍ୟ ସାକାର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହା ସହିତ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକୁ ଲୋକାଭିମୁଖୀ କରିବା ଓ ରୋଜଗାର ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେଇଥିଲେ।ଦଶପଲ୍ଲା ଏକ ଆକାଂକ୍ଷା ବ୍ଲକ୍ ହୋଇଥିବାରୁ ଏହାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ ଲୋଡିଥିଲେ।ପରିଶେଷରେ ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଉତ ମାନ୍ୟବର ସାଂସଦ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *