ମାଲକାନଗିରି //ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ,ବାଲିମେଳା ସହରରେ ଥିବା ଟିପିଏସଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏବଂ ବାଲିମେଳା ସହରରେ ଥିବା ବାବା ବିଶ୍ୱକର୍ମା ନିର୍ମାଣ ଶ୍ରମିକ ସଂଘ ଧୂମଧାମ ରେ ପାଳନ କଲେ -ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା ମାଲକାନଗିରି

Spread the love

ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଭସାଣି ଉତ୍ସବ

ମାଲକାନଗିରି:(ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଟିପିଏସଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏବଂ ବାଲିମେଳା ସହରରେ ଥିବା ବାବା ବିଶ୍ୱକର୍ମା ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଲୟରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମାଙ୍କ ପୂଜା ଶୁକ୍ରବାର ଶେଷ ହୋଇଛି। ସନ୍ଧ୍ୟାରେ ଦେବସ୍ଥପତିଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଦୁଇ କାର୍ଯ୍ୟାଳୟର ମୂର୍ତ୍ତୀକୁ ବିଭିନ୍ନ ପ୍ରକାର ବାଦ୍ୟ, ନୃତ୍ୟ ଏବଂ ଆତିସବାଜିର
ତାଳେ ତାଳେ ପୃଥକ ପୃଥକ ଭାବେ
ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟିପିଏସଓଡିଏଲର ଏସଡିଓ ଦେବାଶିଷ ପଣ୍ଡା, କନିଷ୍ଠଯନ୍ତ୍ରୀ ଦେବେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର କର, ମଳୟ ପଟ୍ଟନାୟକଙ୍କ
ସମେତ ବିଭାଗର ଅନ୍ୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ହୋଇଥିବା ବିଶ୍ଵକର୍ମାଙ୍କ ଭସାଣି ଉତ୍ସବରେ ସଂଘର ସଭାପତି ରବୀନ୍ଦ୍ର ସରକାର, ପୂଜା କମିଟିର ସଭାପତି କାର୍ତ୍ତିକ ଖିଲ, ନରେନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ କତୃପକ୍ଷଙ୍କ ସମେତ ଶତାଧିକ ରାଜମିସ୍ତ୍ରୀ ଏବଂ ଶ୍ରମିକ ମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ
ନିର୍ଦ୍ଧେଶ କ୍ରମେ ଦୁଇଟି ମେଢ଼ ସହିତ ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁତ୍ତୟନ କରାଯାଇଛି।

Leave a Reply

Your email address will not be published. Required fields are marked *