Spread the love

ପୁଣି ଏକ ସଫଳତା ର ଫର୍ଦ୍ଧ ଯୋଡିହେଲା କଟକ ସଦର ଥାନା ତରଫରୁ, ବନ୍ଧା ହେଲେ ନକଲି ସାମ୍ବାଦିକ ଦଳ, ଦିନକୁ ଦିନ ନକଲି ସାମ୍ବାଦିକ ମାନଙ୍କ ପାଦୁର୍ଭାବ ବଢ଼ିଲାଣି,ଗାଡ଼ିରେ ପ୍ରେସ ଲେଖି ଦାଦାଗିରି କରି ଘଟଉଛନ୍ତି ଅପରାଧ, ଘଟଣା ଟି ଘଟିଛି କଟକ ସଦର ଥାନା ଅଞ୍ଚଳରୁ, ନିଜକୁ ନିୟୁଜ ୱନ ମିଡ଼ିଆ ର ସାମ୍ବାଦିକ କହି ବ୍ୟବହାର କରୁଥିଲେ ଦାମୀ ଚାରିଚକିଆ ଗାଡି ନାଁ ହିମାଂଶୁ ଶେଖର ସାହୁ, ସାଙ୍ଗରେ ଯୋଡିହେଇଥିଲେ କୁଖ୍ୟାତ ଅପରାଧୀ ସକିଲ ଓ ତାଙ୍କର କିଛି ସହଯୋଗୀ,, ଦାଦାବଟି ନେବା ପଦ୍ଧତି ରେ ନକଲି ଖବର ନକଲି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି କରୁଥିଲେ ଅପରେସନ, ଅଭିଯୋଗ ହେବାରୁ ଘଟଣା ଟିକୁ ଗମ୍ଭୀର ଭାବେ ଗ୍ରହଣ କରି କଟକ ସଦର ଥାନା ଅଧିକାରୀ ତିଆରି କଲେ ସୋତନ୍ତ୍ର ସ୍କ୍ୱାଡ଼, ପୁରା ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ ଗୁପ୍ତ ଭାବେ କରି ଗିରଫ କଲେ ହିମାଂଶୁ ଙ୍କୁ,, ତାଙ୍କ ନାଁ ରେ ପୁଳା ପୁଳା ଅପରାଧୀକ କେଶ ଭୁବନେଶ୍ୱର ର ବିଭିନ୍ନ ଥାନାରେ ଥିବାବେଳେ ସହଯୋଗୀ ମାନଙ୍କ ସହିତ ଧରାପଡ଼ିଲେ,ସମ୍ପର୍ଣ ଘଟଣା ଟିକୁ ଏକରକମ ସହର ର ବୁଦ୍ଧିଜୀବୀ ମାନେ ପ୍ରଶଂସା କରୁଥିବାବେଳେ, ସାମ୍ବାଦିକ ମାନଙ୍କ ଉପରେ ସନ୍ଦେହ ସୃଷ୍ଟି କଲାଭଳି ଦୈନିକ ଘଟଣା ମାନ ଘଟୁଛି,, କିଏ ନକଲି କିଏ ଅସଲି ଜାଣିବା ମୁସ୍କିଲ ହେଉଛି,, ଚତୁର୍ଥ ସ୍ତମ୍ଭ କୁ ସମାଜରେ ଉଚ୍ଚ ଆସନ ମିଳୁଥିବା ବେଳେ ଏହିପରି ଘଟଣା ମାନ ସାମ୍ବାଦିକ ପେସାକୁ ସଂକୋଚ ଦେଉଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ,, ଘଟଣା ଉପରେ ଏକ ବିବୃତି ରେ DCP ଶ୍ରୀ ପିନାକୀ ମିଶ୍ର ମହୋଦୟ କହିଲେ ଦ୍ୱେତ ନଗରୀ ରେ ଏହିଭଳି ଘଟଣା ମାନ ଘଟୁଛି ଯାହା ଜାଣିବା ଅତି ଜରୁରୀ ହେଇପଡ଼ିଲାଣି, ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ,, ତଥ୍ୟ ଅନୁଯାଇ କଟକ ସହରରେ 133 ଜଣ ଓ ପୁରା ଜିଲ୍ଲରେ 473 ଜଣ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ରହିଛନ୍ତି,,ସୂଚନା ଲୋକ ସମ୍ପର୍କ ବିଭାଗର ହିସାବ ଯଦି ଠିକ ତେବେ ମାଳ ମାଳ ନିୟୁଜ ୱେବ ପୋର୍ଟାଲ,ଇଲେକ୍ଟ୍ରୋନିକ୍ସ ସୋସିଆଲ ମିଡ଼ିଆ ସାମ୍ବାଦିକ କାହିଁକି ସୃଷ୍ଟି ହେଇ ସହରରେ ଗଳି କନ୍ଦିରେ ଆବିର୍ଭାବ ହେଉଛନ୍ତି,,,ତେବେ ଯାହାହେଉ ଓଡିଶା ପୋଲିସ ର କଟକ ସଦର ଥାନା ତରଫରୁ ଅପରାଧୀ ଦମନ କାର୍ଯ୍ୟାନୁଷ୍ଠାନ ଉପରେ ସହର ର ବୁଦ୍ଧିଜୀବୀ ଓ ଜନସାଧାରଣ ମାନଙ୍କ ନିଶ୍ଚିତଭାବେ ବିଶ୍ୱାସ ଭାଜନ ହେଇପାରିଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ,,
ନିଜକୁ ବଡ଼ ସାମ୍ବାଦିକ କହି ଲୁଟୁଥିଲେ ଅର୍ଥ,ଦାମୀ ଗାଡ଼ିରେ PRESS ଲେଖି ବୁଲିବା ଥିଲା ସଉକ, ଘଟଉଥିଲେ ଅପରାଧ ,,କିନ୍ତୁ ଜାଣିନଥିଲେ ଯୋଉ ଗାଡ଼ିରେ ବୁଲୁଛନ୍ତି ତାଙ୍କ ପଛେ ପଛେ ପୋଲିସ ବି କରୁଛି ଅନୁସନ୍ଧାନ, ପୁରା ଗ୍ୟାଙ୍ଗ ଧରାପଡ଼ିଲେ,, ସହର ର ବୁଦ୍ଧିଜୀବୀ କଟକ ସଦର ଥାନାର କାର୍ଯ୍ୟାନୁଷ୍ଠାନ କୁ ପ୍ରଶଂସା କଲେ,”,,

Leave a Reply

Your email address will not be published. Required fields are marked *