ଭୁବନେଶ୍ୱର //ହୋପ୍ ଫାଉଣ୍ଡେସନ ତରଫରୁ ସ୍ଥାନୀୟ କଳ୍ପନା ଅଞ୍ଚଳରେ ଥିବା ଭଞ୍ଜକଳା ମଣ୍ଡପ ଠାରେ ୪ର୍ଥ ହୋପ୍ ସେବା ସମ୍ମାନ-୨୦୨୫ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ଯ ଅତିଥି ରୂପେ ବିଧାୟକ ଶ୍ରୀଯୁକ୍ତ ଡ଼ଃ. ଫକୀର ମୋହନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ

Spread the love

ହୋପ୍ ଫାଉଣ୍ଡେସନ୍ ତରଫ ରୁ ହୋପ୍ ସେବା ସମ୍ମାନ-୨୦୨୫ ପ୍ରଦାନ
ଭୁବନେଶ୍ୱର :=ଦର୍ଶନ ସମୀକ୍ଷା =ରାଜ୍ଯର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହୋପ୍ ଫାଉଣ୍ଡେସନ ତରଫରୁ ୭ତାରିଖ ରବିବାର ଦିନ ସ୍ଥାନୀୟ କଳ୍ପନା ଅଞ୍ଚଳରେ ଥିବା ଭଞ୍ଜକଳା ମଣ୍ଡପ ଠାରେ ୪ର୍ଥ ହୋପ୍ ସେବା ସମ୍ମାନ-୨୦୨୫ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ଯ ଅତିଥି ରୂପେ ବିଧାୟକ ଶ୍ରୀଯୁକ୍ତ ଡ଼ଃ. ଫକୀର ମୋହନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର , ସମାଜସେବି ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ, ଏବଂ ଓଡିଶା ସରକାରରେ ଉପ ସଚିବ ଶ୍ରୀଯୁକ୍ତ ସନ୍ୟାସ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସମାଜ ସେବା ର ବିଭିନ୍ନ କ୍ଷେତ୍ର ରେ ପାରଦର୍ଶୀତା ଲାଭ କରିଥିବା ୪୦ ଜଣ ବରପୁତ୍ର ମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଅତିଥି ମାନେ ଫାଉଣ୍ଡେସନର ଏହି ମହନୀୟ ପ୍ରୟାସକୁ ଭୁୟସି ପ୍ରଶଂସା କରିବା ସହିତ ଏଥିପାଇଁ ଯୁବ ସମାଜକୁ ଅଧିକ ରୁ ଅଧିକ ସାମିଲ ହେବାକୁ ଆହ୍ଵାନ୍ ଦେଇଥିଲେ । କାର୍ଯ୍ୟକ୍ରମ ରେ କୁମାରୀ ଅର୍ପିତା ଉପସ୍ଥାପନା ଏବଂ ମଞ୍ଚ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନ୍ ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷଭାଗ ରେ ଫାଉଣ୍ଡେସନ୍ ର ସଭାପତି ଶ୍ରୀଯୁକ୍ତ ବିକ୍ରମ ନାୟକ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ଉପସ୍ଥିତ ସମସ୍ତ ମହାନୁଭବ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *