Spread the love

ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି- ମୋତେ ପାଇବାର ତିନୋଟି ମାର୍ଗ ରହିଛି, ଯଥା – ଭକ୍ତିଯୋଗ,ଜ୍ଞାନଯୋଗ ଓ କର୍ମଯୋଗ । ଯେଉଁମାନେ ଏସବୁ ମାର୍ଗ ଛାଡ଼ି ଚଞ୍ଚଳ ଇନ୍ଦ୍ରିୟମାନଙ୍କ ଦ୍ବାରା କ୍ଷୁଦ୍ର ବିଷୟଭୋଗରେ ମଜ୍ଜି ରହନ୍ତି, ସେମାନେ ବାରମ୍ବାର ଜନ୍ମ-ମୃତ୍ୟୁରୂପ ସଂସାରଚକ୍ରରେ ପଡ଼ି ଘୁରିବୁଲନ୍ତି । ନିଜ ନିଜର ଅଧିକାର ଅନ୍ତର୍ଗତ ଧର୍ମରେ ଦୃଢ଼ନିଷ୍ଠା ରଖିବା ହିଁ ଗୁଣ ଏବଂ ଏହାର ବିପରୀତ ଅନଧିକାର ଚେଷ୍ଟା କରିବା ହିଁ ଦୋଷ । ଶୁଦ୍ଧ-ଅଶୁଦ୍ଧର ଯେଉଁ ନିର୍ଣ୍ଣୟ ତାହା ଧର୍ମକୁ ନେଇ କରାଯାଏ । ବ୍ୟବହାର ଓ ଶରୀରନିର୍ବାହ ନିମନ୍ତେ ହିଁ ଏହିସବୁ ବ୍ୟବସ୍ଥା କରାଯାଇଛି । ଧର୍ମର ମର୍ଯ୍ୟାଦା ରକ୍ଷା ନିମନ୍ତେ ମୁଁ ଏହି ଧର୍ମ ସମ୍ବନ୍ଧୀୟ ଆଚାର ପାଳନ କରିବାକୁ କହିଛି।

ଚୌରାଅଶୀ ଲକ୍ଷ ପ୍ରକାରର ଯୋନି ରହିଛି । ମନୁଷ୍ୟଠାରୁ ନିମ୍ନ ଯୋନି – ପଶୁ, ପକ୍ଷୀ, ମାଛ, କୀଟ ପତଙ୍ଗ ଆଦିଙ୍କ ଠାରେ ମନୁଷ୍ୟ ପରି ବୁଦ୍ଧିର ବିକାଶ ହୋଇ ନ ଥାଏ । ତଥାପି ସେମାନେ କିଛି ସାଧାରଣ କ୍ରିୟା କରିଥାଆନ୍ତି ଯେପରି କି, ଆହାର, ନିଦ୍ରା, ଆତ୍ମରକ୍ଷା ଏବଂ ପ୍ରଜନନ ଇତ୍ୟାଦି । ମନୁଷ୍ୟକୁ ଏକ ମହତ୍ ଉଦ୍ଦେଶ୍ୟରେ ଜ୍ଞାନ ଶକ୍ତି ପ୍ରଦାନ କରାଯାଇଛି ଯଦ୍ୱାରା ସେ ଏହାର ବ୍ୟବହାର କରି ନିଜକୁ ଉଚ୍ଚତର ସୋପାନକୁ ଉତ୍ତୀର୍ଣ୍ଣ କରିପାରିବ । ମନୁଷ୍ୟ ଯଦି ତାର ବୁଦ୍ଧିକୁ ପଶୁମାନଙ୍କ ପରି କେବଳ ଆହାର, ନିଦ୍ରା, ମୈଥୁନ ଓ ଆତ୍ମରକ୍ଷା ଆଦିରେ ବ୍ୟବହାର କରେ, ତାହେଲେ ମନୁଷ୍ୟ ଜନ୍ମର ତାହା ଅପବ୍ୟବହାର ଅଟେ । ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଭୋଜନକୁ ତାଙ୍କ ଜୀବନର ମୁଖ୍ୟ ସୁଖ ଭାବରେ ବିଚାର କରନ୍ତି, ତାହେଲେ ଏକ ଘୁଷୁରିର ଶରୀର ତାଙ୍କ ପାଇଁ ଯଥେଷ୍ଟ ଅଟେ ଏବଂ ପରବର୍ତ୍ତୀ ଜନ୍ମରେ ସେହି ବ୍ୟକ୍ତି ଏକ ଘୁଷୁରିର ଶରୀର ପ୍ରାପ୍ତ କରିଥାଆନ୍ତି । ଯଦି ଜଣେ ନିଦ୍ରାକୁ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରନ୍ତି, ତାହେଲେ ଭଗବାନ ତାଙ୍କ ପାଇଁ ମେରୁ ଅଞ୍ଚଳର ଭାଲୁର ଶରୀର ଉପଯୁକ୍ତ ଭାବି ପରବର୍ତ୍ତୀ ଜନ୍ମରେ ତାଙ୍କୁ ସେହି ଯୋନି ପ୍ରଦାନ କରିଥାନ୍ତି । ତେଣୁ ଆମ ସମ୍ମୁଖରେ ସବୁଠାରୁ ବଡ଼ ବିପଦ ହେଉଛି ପରବର୍ତ୍ତୀ ଜନ୍ମରେ ଆମେ ହୁଏତ ମନୁଷ୍ୟ ଶରୀର ପାଇ ନ ପାରୁ । ବେଦ କହୁଅଛି:-

ଇହ ଚେଦବେଦୀଦଥ ସତ୍ୟମସ୍ତି ନ ଚେଦିହାବେଦୀନ୍‌ମହତୀ ବିନଷ୍ଠିଃ (କେନୋପନିଷଦ ୨.୫)

“ହେ ମନୁଷ୍ୟ! ମାନବ ଜନ୍ମ ଏକ ଦୁର୍ଲଭ ସୁଯୋଗ ଅଟେ । ତୁମେ ଯଦି ତୁମର ଲକ୍ଷ୍ୟ ପ୍ରାପ୍ତି ପାଇଁ ଏହାକୁ ଉପଯୋଗ ନ କରିବ, ତୁମେ ଅନେକ କ୍ଷତି ସହିବ ।” ବେଦ ପୁଣି କହୁଛି:-

ଇହ ଚେଦଶକଦ୍ ବୋଦ୍ଧୁଂ ପ୍ରାକ୍‌ଶରୀରସ୍ୟ ବିସ୍ରସଃ ତତଃ ସର୍ଗେଷୁ ଲୋକେଷୁ ଶରୀରତ୍ୱାୟ କଳ୍ପତେ (କଠୋପନିଷଦ ୨.୩.୪)

“ତୁମେ ଯଦି ଭଗବତ୍ ପ୍ରାପ୍ତି ନିମନ୍ତେ ଏହି ଜନ୍ମରେ ଚେଷ୍ଟା ନ କର, ତୁମେ ଚୌରାଅଶୀ ଲକ୍ଷ ଯୋନିରେ ଅନେକ ଜନ୍ମ ପର୍ଯ୍ୟନ୍ତ ଘୂରି ବୁଲୁଥିବ

ଯେତେବେଳ ଯାଏ ବନ୍ଧା ଥିବ ଝାଡ଼ୁ
ସଫା କରଇ ଅଳିଆ,
ଖୋଲିଗଲେ ବେଣ୍ଟ ନିଜେ ସେ ପାଲଟେ
ଆଉ ଗୋଟିଏ ଅଳିଆ ।

ପାଖରେ ଛିଡା ହୋଇ ଭରସା ଦେବାକୁ ଲୋକ ନାହାନ୍ତି, ସାମ୍ନାରେ ଛିଡ଼ା ହୋଇ ବାଟ ଦେଖେଇବାର ଲୋକ ନାହାନ୍ତି କିନ୍ତୁ ପଛରେ ଛିଡ଼ାହୋଇ ନିନ୍ଦା କରିବାକୁ ଲୋକଙ୍କ ଅଭାବ ନାହିଁ ।

ଧୋକା ହେଉଛି କଳି ଯୁଗର ପ୍ରସାଦ, ଆଜି ନ ହେଲେ କାଲି ଜଣ ଜଣ କରି ସମସ୍ତଙ୍କୁ ମିଳିବ ।

ଯେଉଁ ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସ୍କାର, ବ୍ୟାପାର ପୂର୍ବରୁ ବ୍ୟବହାର ଓ ଭଗବାନଙ୍କ ପୂର୍ବରୁ ପିତାମାତାଙ୍କୁ ଚିହ୍ନି ଯାଏ ତା Life ରେ କେବେ ବି କୈାଣସି Problem ଆସିନଥାଏ ।

କୌଣସି ଶବ୍ଦକୁ ଅବମାନନା କରନ୍ତୁ ନାହିଁ….*

କାହିଁକିନା

ଆମର ଗୋଟିଏ ଛୋଟ “ହଁ” କିମ୍ବା ଗୋଟିଏ ଛୋଟ “ନା” ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିଦେଇଥାଏ….

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

 

Leave a Reply

Your email address will not be published. Required fields are marked *