Spread the love

ଦାନ ଦେବା ଦ୍ୱାରା ଜଣେ ବ୍ୟକ୍ତିଙ୍କର ପୂଣ୍ୟ ବଢିଥାଏ ବୋଲି ବିଶ୍ୱାସ ରହିଛି । ଆଜିକାଲି ଲୋକମାନେ ଦାନର ଅର୍ଥ କହିଲେ କେବଳ ଟଙ୍କା ବୋଲି ଭାବୁଛନ୍ତି । ହେଲେ ଏଭଳି କିଛି ଦାନ ଅଛି ଯାହା ମହାନ ଦାନରେ ଗଣା ଯାଇଥାଏ । ସେହିଭଳି ପାଞ୍ଚଟି ମହାନଦାନ ବିଷୟରେ l

ଭୂମି ଦାନ

ପୂର୍ବ କାଳରେ ରାଜାଙ୍କ ଦ୍ୱାରା ଯୋଗ୍ୟ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ଭୂମି ଦାନ କରାଯାଇଥାଏ । ଭଗବାନ ବିଷ୍ଣୁ ତାଙ୍କ ବାମନ ଅବତାରରେ ଭୂମି ଦାନ ନେଇ ତିନି ପାଦରେ ତିନି ଲୋକକୁ ମାପିଥିଲେ । ତେଣୁ ଭୂମି ଦାନ ହେଉଛି ଶ୍ରେଷ୍ଠ ଦାନ । ଯଦି ବିଦ୍ୟାଳୟ, ଆଶ୍ରମ, ଧର୍ମଶାଳା ଆଦି ଧର୍ମୀୟ ଅନୁଷ୍ଠାନକୁ ଭୂମି ଦାନ କରାଯାଏ ତେବେ ତାହାକୁ ମହାନଦାନ କୁହାଯାଏ ।

ଗୋଦାନ

ଭୂମି ଦାନ ଭଳି ଗୋଦାନର ମଧ୍ୟ ଅନେକ ମହତ୍ୱ ରହିଛି । ପୂରାଣ କଥା ଅନୁଯାୟୀ ଯେଉଁ ବ୍ୟକ୍ତି ଗୋଦାନ କରିଥାଏ ତାହାର ପରଲୋକରେ ମଧ୍ୟ କଲ୍ୟାଣ ହୋଇଥାଏ । ଗୋଦାନ କରିଥିବା ବ୍ୟକ୍ତି ଓ ତାଙ୍କର ପୂର୍ବପୁରୁଷ ଜୀବନ ଚକ୍ରରୁ ମୁକ୍ତି ପାଆନ୍ତି ବୋଲି ବିଶ୍ୱାସ ରହିଛି ।

ଅନ୍ନ ଦାନ

ଅନ୍ନ ଦାନ କରିବା ଏକ ବଡ ପୂଣ୍ୟ କାମ ଅଟେ । ଏହି ଦାନ ଦ୍ୱାରା ଜଣେ କ୍ଷୁଦାର୍ଥର କ୍ଷୁଦା ମେଣ୍ଟାଯାଇଥାଏ । ଅନ୍ନ ଦାନ ଭୋଜନର ଗୁରୁତ୍ୱକୁ ବୁଝାଇଥାଏ । ଏହା କରିବା ଦ୍ୱାରା ନିଜ ମନକୁ ମଧ୍ୟ ଶାନ୍ତି ମିଳିଥାଏ ।

କନ୍ୟା ଦାନ

ସବୁଠାରୁ ଶ୍ରେଷ୍ଠ ଦାନ ହେଉଛି କନ୍ୟା ଦାନ । ସନାତନ ଧର୍ମରେ କନ୍ୟା ଦାନକୁ ସବୁଠାରୁ ଉପରେ ରଖାଯାଇଥାଏ । ଏହି ଦାନ କରିବା ଦ୍ୱାରା ମାତା ପିତା ଅନେକ ପୂଣ୍ୟ ଅର୍ଜନ କରିଥାଆନ୍ତି ।

ବିଦ୍ୟା ଦାନ

ବିଦ୍ୟା ଦାନରେ ମଣିଷର ବିଦ୍ୟା ଆହୁରି ବଢିଥାଏ । ଏହି ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ପାଖରେ ବିବେକଶୀଳତା ଓ ବିନୟ ଗୁଣରେ ବୃଦ୍ଧି ଘଟିଥାଏ । ଭାରତୀୟ ସଂସ୍କୃତିରେ ବହୁ ପୂରାତନ କାଳରୁ ଗୁରୁ- ଶିଷ୍ୟ ପରମ୍ପରା ରହିଛି । ଯେଉଁଥିରେ ବିଦ୍ୟାଦାନର ପରମ୍ପରା ରହିଛି । ତେଣୁ ବିଦ୍ୟାଦାନ ମହାନ ଦାନ

ରାଗକୁ ମନରେ ଯାଗା ଦେଲେ ସମ୍ପର୍କ ନଷ୍ଟ ହୁଏ….

ଅଭିମାନକୁ ମନରେ ପୋଷି ରଖିଲେ ଦୂରତା ସ୍ରୁଷ୍ଟି ହୁଏ….

କିନ୍ତୁ

ସବୁକିଛି ଭୁଲି କ୍ଷମା କରିଦେଲେ ସମ୍ପର୍କ ସ୍ଥାୟୀ ହୋଇଥାଏ….

ମୁଖମଣ୍ଡଳ ଓ ଭାଗ୍ୟ ଭିତରେ ଏତିକି ଫରକ ଯେ,ମୁଖରେ ଅମେ ମନଇଛା ରଙ୍ଗ ବୋଳୁ କିନ୍ତୁ,ଭାଗ୍ୟର ରଙ୍ଗ ଭଗବାନ ତାଙ୍କ ଇଚ୍ଛାରେ ଲଗାନ୍ତି।

ସବୁଠାରୁ ମୂଲ୍ଯବାନ କଣ ଜାଣନ୍ତି? “ସମୟ ଆଉ ସମ୍ପର୍କ”।ସମୟ ତାକୁ ଦିଅ ଯିଏ ତୁମ ସମୟର ମୂଲ୍ଯ ବୁଝିବ।ସମ୍ପର୍କ ତା ସହିତ ରଖ ଯିଏ ତୁମକୁ ଗୁରୁତ୍ବ ଦେଉଥିବ।

ସୁଖରେ ଥିବା ଲୋକମାନେ ବୁଝନ୍ତି ନାହିଁ କଷ୍ଟ କଣ ।ସ୍ବପ୍ନ ଦେଖୁଥିବା ଲୋକ ବୁଝନ୍ତି ନାହିଁ ବାସ୍ତବତା କଣ ।ଆଉ ସ୍ୱାର୍ଥପର ଲୋକମାନେ ବୁଝନ୍ତି ନାହିଁ ସମ୍ପର୍କ କଣ ।

ଚେହେରାର ସୌନ୍ଦର୍ଯ୍ୟ ଆଇନାରେ ପ୍ରକାଶିତ ହୁଏ,ଆଉ ଅନ୍ତରର ସୌନ୍ଦର୍ଯ୍ୟ ଆଚରଣରେ ପ୍ରକାଶ ପାଇଥାଏ।

Leave a Reply

Your email address will not be published. Required fields are marked *