Spread the love

କନ୍ଧମାଳ :ଫୁଲବାଣୀ ରେ ଦୁଇଦିନିଆସାସ୍କୃତିକ ଜନଜାତି ମହୋତ୍ସବ ଉଦ୍ ଯାପିତ ହେଇଯାଇଛି..

 

କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଆନୁକୂଲ୍ୟରେ ଫୁଲବାଣୀ ବ୍ଲକ୍ ନିକଟ ସ୍ତ କରୋନେସନ ପଡ଼ିଆରେ ଦୁଇଦିନିଆଁ ବ୍ଲକ୍ ସ୍ତରୀୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇଥିଲେ l କନ୍ଧମାଳ ଜିଲ୍ଲା ରେ ଆଦିବାସୀ ସାସ୍କୃତିକ ପରମ୍ପରା ବଜାୟୀ ରଖିବା ସହିତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଜ୍ୟ ର ପ୍ରତ୍ୟୋକ ଜିଲ୍ଲା ଓ ପ୍ରତ୍ୟୋକ ଜିଲ୍ଲା ପ୍ରତ୍ୟେକ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ କରିଛନ୍ତି l ସେହିପରି କନ୍ଧମାଳ ଜିଲ୍ଲା ରେ ବହୁ ଆଡ଼ମ୍ବର ରେ ଏହି ଦୁଇଦିନିଆ ଜନଜାତି ସାସ୍କୃତିକ କାର୍ଯ୍ୟକ୍ରମ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବେ ଫୁଲବାଣୀ ଗୋଷ୍ଠି ଉନୟନ ଅଧିକାରୀ ପ୍ରତୀକ ସାହୁ, ଫୁଲବାଣୀ ପିଏ ଆଇ ଟି ଡିଏ ପ୍ରବୀଣ କୁମାର ବାଣୁଆ,କୁଇସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର, ଚ୍ୟାର୍ମେନ୍ ଉପଜିଲ୍ଲାପାଳ ଜୋତି ଶଙ୍କର ରାୟ , କୁଇ ସମାଜ ସେବାସମିତି ର ସମ୍ପାଦକ ଅବନୀ କହଁର, ଫୁଲବାଣୀ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା କହଁର, ଉପଧକ୍ଷା ଶ୍ରୀନିବାସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରମା ମଲ୍ଲିକ, ଏସଡିସି ମେମ୍ବର୍ ଭଜମନ ପ୍ରଧାନ,ନଳିନୀ କହଁର ଯୋଗଦେଇଥିଲେ l ସେହିପରି ଏହି କାର୍ଯ୍ୟକ୍ରମ ଟିକୁ ଫୁଲବାଣୀ ବ୍ଲକ୍ ସମ୍ପ୍ରସାରଣ ଅଧିକାରିଣୀ ନିବେଦିତା ମହାନ୍ତି ଏବଂ ବ୍ଲକ୍ ଷ୍ଟାପ୍ ସୂଚାରୁରୂପେ ତୁଲେଇ ଥିବା ଦେଖିବାକୁ ମିଳିଛି l ଉକ୍ତ କାର୍ଯ୍ୟକ୍ରମ ଟିକୁ ଖଜୁରୀପଡ଼ା ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ମଞ୍ଚ ପରିଚାଳନା କରିଥିଲେ l କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଆୟୋଜିତ ହେଇଥିବା ଏହି ଦୁଇଦିନିଆ ସାସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଦିବାସୀ କୁଇ କଳାକାର ମାନେ ନିଜକୁ ଧନ୍ୟ ମନେ କରିବା ସହିତ ଓଡ଼ିଶା ର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l କନ୍ଧମାଳ ଜିଲ୍ଲା ରୁ କୁନା ଦିଗାଲ ଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *