ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ଯା ଜଗନ୍ନାଥାୟ ତେ ନମଃ।
ମୈତ୍ରେୟ କହୁଛନ୍ତି ଯେ ବିଷ୍ଣୁ କର ସ୍ପର୍ଶ ପାଇ ଧ୍ରୁବ ସ୍ତୁତି ଆରମ୍ଭ କଲେ ଯେ ହର ପ୍ରଜାପତି ଯାହା ଶରୀରରୁ ଜାତ ହୋଇ ଯାହାର ଆଜ୍ଞା ରେ ପାଳନ ସଂହାରଣ କରନ୍ତି। ତୁ ସେ ହିରଣ୍ଯଦାତା ଓ ତୁ ହିରଣ୍ୟ ଭ୍ରାତା ଅଟନ୍ତି। ନମସ୍ତେ ହିରଣ୍ଯରୁପ ସୁଖମୟ ଧାତା। ତୁମେ ହିରଣ୍ୟକଶିପୁ ବପୁ ନଖରେ ବିଦାରଣ କଲେ । ତୁ ମାୟା ଭୁତଙ୍କର ଆତ୍ମା। ଶ୍ରୀକୃଷ୍ଣ ତୋହର ରୁପ ଜଳଦଶ୍ଯାମ। ନମୋ ନମଃ ଯଜ୍ଞେଶ୍ଵର ପରମକାରଣ। ନମସ୍ତେ ନମସ୍ତେ ପ୍ରଭୁ କେଶୀ ଵିମର୍ଦନ। ନମୋ ଲକ୍ଷ୍ମୀ ପତି ଦକ୍ଷ କରେ ସୁଦର୍ଶନ। ନମଃ ନମଃ ବାସୁଦେବ ଦେବକୀ ନନ୍ଦନ।
ଦାମୋଦର ହୃଷିକେଶ ଗୋବିନ୍ଦ ଅଚ୍ୟୁତ ମାଧବ ଉପେନ୍ଦ୍ର ଯେ କୈଟଭ ପ୍ରାଣହତ ନାରାୟଣ ନରକ ନାଶନ ପାପହାରୀ ବାମନକୁ ନମୋ ନମଃ ଗଦାଧାରୀ ଶିଶୁପାଳ ପ୍ରାଣହର ଅସୁରଦଳନ ଦାନବ ଅନ୍ତକ ଜୟ କୃଷ୍ଣ ନାରାୟଣ।
ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟ ଏବ ଚ। ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ।*
ଶ୍ରୀକୃଷ୍ଣ କହୁଛନ୍ତି ଆତ୍ମା କୁ ଖଣ୍ଡିତ କରି ପାରିବେ ନାହିଁ। ଅଗ୍ନି ତାକୁ ଜଳାଇ ପାରିବେ ନାହିଁ। ଏହାକୁ ଆର୍ଦ କରି ହେବ ନାହିଁ ଓ ଶୁଷ୍କ କରି ହେବ ନାହିଁ। ଏହା ସନାତନ ନିତ୍ୟ ଶାଶ୍ଵତ , ଅପରିବର୍ତ୍ତିନୀୟ ଓ ସର୍ବପ୍ରାପକ ଅଟେ।*
ବେଦବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ୍। କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍।
ବେଦ- ଜାଣେ; ଅବିନାଶିନଂ-ଅବିନାଶୀ; ନିତ୍ୟଂ-ସର୍ବଦା; ଯ-ଯିଏ; ଏନଂ-ଏହି (ଆତ୍ମା)କୁ; ଅଜଂ-ଅଜ; ଅବ୍ୟୟମ୍- ଅବ୍ୟୟ; କଥଂ-କିପରି; ସଃ-ସେ; ପୁରୁଷଃ- ପୁରୁଷ; ପାର୍ଥ- ହେ ପାର୍ଥ (ଅର୍ଜୁନ); କଂ-କାହାକୁ; ଘାତୟତି- ଆଘାତ ପ୍ରାପ୍ତ ହୁଏ; ହନ୍ତି- ମାରେ, କମ୍-କାହାକୁ।
ହେ ପାର୍ଥ! ଆତ୍ମା ଅକ୍ଷୟ, ନିତ୍ୟ, ଅଜନ୍ମା ଏବଂ ଅପରିବର୍ତ୍ତନଶୀଳ ଅଟେ, ଯିଏ ଏହା ଜାଣନ୍ତି, ସେ କିପରି ଅନ୍ୟ କାହାକୁ ହତ୍ୟା କରିବେ ବା ଅନ୍ୟ ଦ୍ୱାରା ଆହତ ହେବେ?*
ଆଧ୍ୟାତ୍ମିକତାରେ ଯେଉଁମାନେ ଉଚ୍ଚ କକ୍ଷରେ ଅବସ୍ଥାପିତ, ସେମାନେ ଅହଂକାରକୁ ଦମନ କରିଥାଆନ୍ତି, ଯିଏ ଆମକୁ କର୍ମର କର୍ତ୍ତା ଭାବରେ ଅଭିମାନଯୁକ୍ତ କରିଥାଏ । ସେପରି ସ୍ଥିତିରେ ଜଣେ ଉପଲବ୍ଧି କରିପାରେ ବାସ୍ତବରେ ଆତ୍ମା କିଛି କରେ ନାହିଁ । ଏହିପରି ଉଚ୍ଚକୋଟିର ଆତ୍ମା, ସମସ୍ତ ପ୍ରକାର କର୍ମ କରୁଥିଲେ ମଧ୍ୟ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ସେ ନିଜକୁ ଜ୍ଞାନର ସେହି ଉଚ୍ଚସ୍ତରକୁ ନେଇ ଯାଆନ୍ତୁ ଏବଂ ନିଜକୁ ଅକର୍ତ୍ତା ବିବେଚନା କରି ସମସ୍ତ ଅହଂକାର ତ୍ୟାଗ କରି, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ ଏବଂ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତୁ ନାହିଁ।*