Spread the love

ସ୍ୱାସ୍ଥ୍ୟ କଥା ମାଧ୍ୟମରେ ଆଜି ଆମେ ତିନୋଟି ଶକ୍ତିଶାଳୀ ମନ୍ତ୍ରର ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଆଲୋଚନା କରିବା l ବହୁତ ଦିନ ଧରି ଆମେ ଏହି ତିନୋଟି ମନ୍ତ୍ର ଉପରେ ଅନେକ ଲୋକଙ୍କ ଉପରେ ଗବେଷଣା କରି ଳ ସ୍ୱାସ୍ଥ୍ୟ କଥାରେ ସ୍ଥାନ ଦେଉଛୁ l ସମସ୍ତେ ଏହାକୁ ଧ୍ୟାନ ଦେଇ ପଢ଼ିବେ l

1- ଓଁକାର ମନ୍ତ୍ର

ଏହା ସବୁ ମନ୍ତ୍ରର ବୀଜମନ୍ତ୍ର ଅଟେ l ସୃଷ୍ଟି, ସ୍ଥିତି ଓ ଲୟ ପାଇଁ ଯେଉଁ ପ୍ରକ୍ରିୟା ସାରା ବ୍ରହ୍ମାଣ୍ଡରେ ତାର କେନ୍ଦ୍ରବିନ୍ଦୁ ଓଁ କାର ଅଟେ l ତେଣୁ ସାରା ବ୍ରହ୍ମାଣ୍ଡ ହେଉ କି ଆମ ଶରୀର ହେଉ ଯଦି ଜଣେ ବ୍ୟକ୍ତି ଏକାଗ୍ର ଚିତ୍ତ ହୋଇ ଠିକ ଵିଧି ବିଧାନରେ ଓଁ କାର ଧ୍ୱନି ନିଜ ପାଟି ଦ୍ୱାରା କରେ ତାହେଲେ ଏମିତି କୌଣସି ରୋଗ ନାହିଁ ଯାହାକି ଠିକ ନହେବ l ଆମେ ବେଶୀ ଭିତରକୁ ନଯାଇ ଏତିକି କହିବା କି ପ୍ରତିଦିନ କିଛି ସମୟ ନିଜ ପାଇଁ ସମୟ ବାହାର କରି ଓଁ କାର ଜପ କରନ୍ତୁ l ଯାହା ଅସମ୍ଭବ ଜଣା ପଡ଼େ ତାହା ସମ୍ଭବ ହେଇଯିବ l

ଓଁ କାର ଧ୍ୱନିର ଯେଉଁ ସକାରାତ୍ମକ ତରଙ୍ଗ ରହିଛି ଏହା ନିଜ ଶରୀରକୁ ଶୁଦ୍ଧ କରି ଆଖ ପାଖ ବାତାବରଣକୁ ମଧ୍ୟ ଶୁଦ୍ଧ କରିଦିଏ l

👉 ଯଦି ଆପଣ କୌଣସି ଯନ୍ତ୍ରଣା ଅନୁଭବ କରୁଛନ୍ତି ସଙ୍ଗେ ସଙ୍ଗେ ଏକାଗ୍ରତାର ସହ ଓଁ କାର କରନ୍ତୁ ଆପଣ ନିଶ୍ଚିତ ଲାଭ ପାଇବେ l

👉 ମାନସିକ ଯେତିକି ରୋଗ ଅଛି ତାହା ଶୀଘ୍ର ଭଲ ହେବା ଆରମ୍ଭ ହୁଏ l
👉 ଆମର ଲକ୍ଷ ଲକ୍ଷ ନାଡି ସକ୍ରିୟ ହୋଇ ଶୁଦ୍ଧ ହୁଏ ଏବଂ ଆମର ପ୍ରାଣ ଶକ୍ତି ବଢ଼େ l

👉 କିଛି ଲୋକଙ୍କୁ ଆରମ୍ଭରୁ ଏହାର ଲାଭ ଜଣା ନ ପଡ଼ିବାର କାରଣ ହେଲା ଏକାଗ୍ରତା ର ଅଭାବ ଏବଂ ସୁପ୍ତ ହୋଇ ପଡ଼ିଥିବା ନାଡିର ଚକ୍ର ଅଟେ l ତେବେ ଧୈର୍ଯ୍ୟର ସହିତ ଏବଂ ନିରନ୍ତର ଓଁ କାର କରିବାର ଅଭ୍ୟାସ କଲେ ରୋଗୀକୁ ଶୀଘ୍ର ଏହାର ସୁଫଳ ମିଳିଥାଏ l

2- ଗାୟତ୍ରୀ ମନ୍ତ୍ର

ଏହାକୁ ସୂର୍ଯ୍ୟ ମନ୍ତ୍ର ମଧ୍ୟ କୁହାଯାଏ l ଏହି ମନ୍ତ୍ରରେ ପ୍ରଚୁର ଉର୍ଜାଶକ୍ତି ରହିଛି l ଏହାର ପ୍ରତିଟି ଅକ୍ଷରକୁ ନିର୍ଭୁଲ ଭାବରେ ମଧ୍ୟମ ବେଗରେ ଜପ କରିବାକୁ ହୁଏ l ପାଟି କରି ଜପ କଲେ ସେତେ ବେଶୀ ସ୍ୱାସ୍ଥ୍ୟ ଲାଭ ମିଳିନଥାଏ l ନା ମୌନ ରହି ନା ପାଟି କରି ଏମିତି ଭାବେ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ ଯେମିତି ଜିଭ ଓ ଓଠର ବ୍ୟବହାର ହେବ ମନ୍ତ୍ର ଉଚ୍ଚାରଣ ସମୟରେ କିନ୍ତୁ କୌଣସି ଶବ୍ଦ ବାହାରିବ ନାହିଁ l

ଏହା କେଉଁ କେଉଁ ରୋଗଗୁଡିକୁ ଠିକ କରେ?

👉 ଅଧକପାଳୀ
👉 ଥଣ୍ଡା, କଫ, ସର୍ଦି, ଛିଙ୍କ ଇତ୍ୟାଦି
👉 ଥଣ୍ଡା ବାତ ଯୋଗୁଁ ଯନ୍ତ୍ରଣା ବା ବଥା
👉 ସବୁ ପ୍ରକାରର ଶ୍ୱାସ, ଆସ୍ଥମା ଇତ୍ୟାଦି ରୋଗ l
👉 ଆଖି, ନାକ, ଗଳା, କାନର ଅନେକ ରୋଗ l
👉 ଆମ୍ବ ବାତ ବା ସନ୍ଧିବାତ ଇତ୍ୟାଦି

3- ମହାମୃତ୍ୟଞ୍ଜୟ ମନ୍ତ୍ର

ଏହି ମନ୍ତ୍ରକୁ ଠିକ ଭାବେ ଉଚ୍ଚାରଣ କରି ପାଟି କରି ଏକାଗ୍ରତାର ସହ ଜପ କଲେ ନିମ୍ନଲିଖିତ ରୋଗ ଭଲ ହୁଏ 👇

👉 ସମସ୍ତ ପ୍ରକାରର ପିତ୍ତ ରୋଗ :- ଏସିଡିଟି, ଅଲସର, ରକ୍ତ ବାହାରୁଥିବା ଅର୍ଶ, ଜ୍ୱଳନ, କ୍ଷୟ ଜନିତ ରୋଗ, ଘା, ଗରମ ବାତ, ରକ୍ତଶ୍ରାବ, ଧାତୁ ବିକାର, କ୍ୟାନ୍ସର ଇତ୍ୟାଦି l

👉 ଯଦି ମୌନ ହୋଇ ଜପ କରିବେ ତାହେଲେ ପଥରି ରୋଗ, ମଧୁମେହ, କିଡ଼ନୀ, ବିନା ରକ୍ତ ଵାଲା ଅର୍ଶ, ଅନେକ ପ୍ରକାରର କ୍ୟାନ୍ସର ଥଣ୍ଡା, କଫ ଓ ବାତ ଇତ୍ୟାଦି ରୋଗ ସହଜରେ ଭଲ ହୁଏ l

👉 ମନେରଖିବ ଏହି ମନ୍ତ୍ର ଜପ ପାଇଁ ଯଦି ଆପଣ ଶୁଦ୍ଧ ରୁଦ୍ରାକ୍ଷ ମାଳାରେ ଜପ କରନ୍ତି ତେବେ ଏହାର ଫଳ ଶୀଘ୍ର ମିଳିଥାଏ l

ଗାୟତ୍ରୀ ଓ ମହାମୃତ୍ୟଞ୍ଜୟ ମନ୍ତ୍ର ଭିତରେ ଏକ ବଡ଼ ପାର୍ଥକ୍ୟ

ଗାୟତ୍ରୀ ମନ୍ତ୍ରର ସୁଫଳ ପାଇବାକୁ ହେଲେ ରୋଗୀ ନିଜେ ଏହି ମନ୍ତ୍ରକୁ ଜପ କଲେ ଅଧିକ ଲାଭ ହୋଇଥାଏ କିନ୍ତୁ ମହାମୃତ୍ୟଞ୍ଜୟ ମନ୍ତ୍ରର ଜପ ଯଦି ରୋଗୀ ନ କରିପାରିଲେ ମଧ୍ୟ ରୋଗୀର ଆରୋଗ୍ୟ ପାଇଁ ଅନ୍ୟ କେହି ଆସି ଏହି ମନ୍ତ୍ରକୁ ଜପ କରିପାରିବେ l ଏହି ଦୁଇଟି ମନ୍ତ୍ର କେଉଁ ଆବାହନ କାଳରୁ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାବାନ ବ୍ୟକ୍ତିମାନଙ୍କୁ ଫଳ ଦେଇ ଆସୁଛି l ସମସ୍ତେ ଏହି ଦୁଇ ମନ୍ତ୍ରର ପରୀକ୍ଷା ନିଶ୍ଚିତ କରନ୍ତୁ l ଆପଣମାନେ କେବଳ ଯେ ଆରୋଗ୍ୟ ଲାଭ କରିପାରିବେ ତାହା ନୁହଁ ପୂର୍ବରୁ ଅର୍ଜିତ ପାପ ମଧ୍ୟ ନଷ୍ଟ ହେଇ ହେଇଯିବ l

Leave a Reply

Your email address will not be published. Required fields are marked *