ଆଜି ଆସନ୍ତୁ ଜାଣିବା ଘଣ୍ଟା କଣ୍ଟା କାହିଁକି ସବୁବେଳେ ବାମରୁ ଡାହାଣକୁ ବୁଲେ ଏବଂ ଇତିହାସରେ କଣ ଲୁଚି ରହିଛି ରହସ୍ୟ ଏ ସମ୍ବନ୍ଧରେ ।
ଆପଣ ଲକ୍ଷ କରିଥିବେ ଘଣ୍ଟାର କଣ୍ଟା ସବୁବେଳେ ଉପରୁ ତଳୁ ଓ ବାମରୁ ଡହାଣକୁ ବୁଲିଥାଏ। ଏପରି କାହିକି ? କେବେ ଚିନ୍ତା କରିଛନ୍ତି, କଣ ପାଇଁ ଘଣ୍ଟାର କଣ୍ଟା ତଳୁ ଉପରକୁ ଡାହାଣରୁ ବାମକୁ ବୁଲୁନାହିଁ। ଏହା ଜାଣିବା ପାଇଁ ଆପଣ ନିହାତି ଇଚ୍ଛୁକ ଥିବେ। ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୁଏ।
ଥ୍ରିଲିଷ୍ଟ ୱେବ୍ସାଇଟ ଓ ଅନ୍ୟ ରିପୋର୍ଟ ଅନୁସାରେ ପୁରାତନ କାଳରେ ଅଧିକାଂଶ ସଭ୍ୟତା ଉତ୍ତର ଗୋଲାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ ସମୟ ଜାଣିବା ପାଇଁ ଲୋକମାନେ ଭିନ୍ନ ପ୍ରଣାଳୀ ଆପଣାଇଥିଲେ।
ରିପୋର୍ଟ ଅନୁସାରେ ଉତ୍ତର ଗୋଲାର୍ଦ୍ଧରେ ଲୋକମାନେ ମାଟି ଉପରେ ଏକ ବାଡ଼ି ପୋତିଲେ ଓ ଏହାର ଛାଇକୁ ଦେଖି ସମୟ ଜାଣୁଥିଲେ । ଯେହେତୁ ଏହାର ଛାଇ କ୍ଲକ ୱାଇଜ ବୁଲିଲା ସେଥିପାଇଁ ସମୟର ଗତିକୁ କ୍ଲକ ୱାଇଜ ମାନି ନିଆଗଲା। କିନ୍ତୁ ବାଡ଼ିକୁ ଯେତେବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ପୋତାଗଲା ଏହାର ଛାଇ ଆଣ୍ଟି କ୍ଲକ ୱାଇଜ ବୁଲିଲା । ଏହି ଦୁଇଟି ଜାଗାରେ ସମୟର ମଧ୍ୟ ଫରକ ଦେଖାଗଲା । ସେଥିପାଇଁ ପ୍ରଥମରୁ ଆରମ୍ଭ ହୋଇଥିବା କ୍ଲକୱାଇଜ ପ୍ରଣାଳୀରେ ଘଣ୍ଟାକଣ୍ଟାର ଗତିକୁ ସ୍ଥିର କରାଗଲା। ପୃଥିବୀର ଗତି ହେତୁ ଏପରି ପାର୍ଥକ୍ୟ ଦେଖାଯାଇଥାଏ। ଉଭୟ ଗୋଲାର୍ଦ୍ଧରେ ସମୟର ଗତି ଅଲଗା ଅଲଗା ହୋଇଥାଏ।*
*(ବି:ଦ୍ର: ଉପର ଲିଖିତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ)*
*🌹🌳🔘ସୁସ୍ଥ ରୁହନ୍ତ ସୁଖୀ ହୁଅନ୍ତୁ🔘🌳🌹*