Spread the love

ତେଲେଙ୍ଗାନା : ତେଲେଙ୍ଗାନା ଇଲେକ୍ସନ ଡିୟୁଟିରେ କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶାର ୨୦୦୦,ହୋମଗାର୍ଡ ମୃତୟନ

 

ତେଲେଙ୍ଗାନା : ଓଡ଼ିଶାର କନ୍ଧମାଳ ଜିଲ୍ଲା ଏବଂ ବୌଦ୍ଧ,ସୁବର୍ଣ୍ଣପୁର,ବଲାଙ୍ଗୀର, ନୂଆପଡ଼ା,କଳାହାଣ୍ଡି,ନୟାଗଡ଼,ବାଲେଶ୍ୱର ଏପରିକି ବିଭିନ୍ନ ଜିଲ୍ଲାରୁ ୨୦୦୦, ଦୁଇ ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ କର୍ମଚାରୀ ମାନଙ୍କୁ ତେଲେଙ୍ଗାନା ଇଲେକ୍ସନ ଡିୟୁଟି ରେ ମୃତୟନ କରାଯାଇଥିଲା l ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ସେଷ ହୋଇଥିବା କହିଛନ୍ତି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା l ଓଡ଼ିଶାର ହୋମଗାର୍ଡ କର୍ମଚାରୀ ଙ୍କୁ ବିଭିନ୍ନ ରାଜ୍ୟରେ ଇଲେକ୍ସନ ଡିୟୁଟିରେ ମୃତୁ୍ୟନ କରାଯାଉଛି କିନ୍ତୁ ଅନ୍ୟ ରାଜ୍ୟ ସରକାର ଙ୍କ ଭଳି ଓଡ଼ିଶା ସରକାର ହୋମଗାର୍ଡ କର୍ମଚାରୀ ମାନଙ୍କୁ ଦରମା ବୃଦ୍ଧି ଏବଂ ବିଭିନ୍ନ ସରକାରୀ ଯୋଜନାରୁ ବଞୀତ କରୁଥିବାରୁ ଓଡ଼ିଶାର ହୋମଗାର୍ଡ ଭାଇ ଭଉଣୀ ମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳୁଛି l ଆଗାମୀ ତା 5,12,2023, ତାରିଖ ଦିନ ସୁପ୍ରିମକୋର୍ଟରେ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ଦରମା ବୃଦ୍ଧି ବିଭିନ୍ନ ସମସ୍ୟାର ସରଳ ସମାଧାନ ବିଷୟରେ ଆଲୋଚନା ହେବାକୁ ଯାଉଛି l ସୁପ୍ରିମକୋର୍ଟରେ ଓଡିଶାର ହୋମଗାର୍ଡ କର୍ମଚାରୀଙ୍କ ସପକ୍ଷରେ ସମସ୍ତ କାଗଜପତ୍ର ଦାଖଲ କରି ଉପଯୁକ୍ତ ନ୍ୟାୟ ଦେବା ପାଇଁ ମାନବାଧିକାର ମିସନ ଚୈୟାରପରସନ ଶ୍ରୀ ମହେନ୍ଦ୍ର ଶର୍ମା ସୁପ୍ରିମକୋର୍ଟ ଜଷ୍ଟିସ କେ, ଜି, ବାଳକ୍ରିଷ୍ଟାଙ୍କ ନିର୍ଦ୍ଦେଶନାରେ ମାନବାଧିକାର ମିସନ ସୁପ୍ରିମକୋର୍ଟ ଆଇନ ଜୀବି ଶ୍ରୀ ଶେଖର ଶ୍ରୀବାସ୍ତବ ଏବଂ ଅନ୍ୟ ପିଟିସନର ମାନଙ୍କ ତରଫରୁ ଦଶଜଣ ଆଇନ ଜୀବିଙ୍କୁ ଓଡ଼ିଶାର ହୋମଗାର୍ଡ ସଂଘ ତରଫରୁ ମୃତୟନ କରାଯାଇଥିବା ସଂଘ କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି l ଏଣୁ ଓଡ଼ିଶାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନେ ଡିସେମ୍ବର ମାସ ୬,୧୨,୨୦୨୩, ତାରିଖ ହୋମଗାର୍ଡ ଦିବସ ଅବସରରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟ ରାଜ୍ୟ ଭଳି ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବେ ବୋଲି ଓଡ଼ିଶାର ୧୬,୦୦୦, ହଜାରରୁ ଉର୍ଦ୍ଧ୍ବ ହୋମଗାର୍ଡ ପରିବାର ସରକାର ଙ୍କ ଶୁ ନିଷ୍ପତି ପାଇବା ଏପେକ୍ଷାରେ ଆସାବାନ୍ଧି ରହିଛନ୍ତି l

Leave a Reply

Your email address will not be published. Required fields are marked *