ଦିଲ୍ଲୀ ପବ୍ଲିକ ସ୍କୁଲରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଫୁଲନଖରା, ୨୫/୭ (ଦର୍ଶନ ସମୀକ୍ଷା) ସ୍ଥାନୀୟ ଡିପିଏସ୍ କଳିଙ୍ଗ ସ୍କୁଲ୍ ରେ ଚଳିତ ବର୍ଷ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ହାଇଯାଇଛି। ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୧୫୦ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସ୍ଵତନ୍ତ୍ର ଟ୍ରଫି, ପଦକ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦ୍ୟାଳୟ ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଶୁଭବ୍ରତ ମୁଖାର୍ଜୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିମନ୍ତ୍ରିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବରେ କିଟ୍ ବିଶ୍ଵବିଦ୍ୟାଳୟର ଡାଇରେକ୍ଟର ଜେନେରାଲ (ଆର୍ ଏଣ୍ଡ ଡି, ଇନୋଭେସନ୍) ଡଃ. ମୃତ୍ୟୁଞ୍ଜୟ ସୁଆର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାଳୟ ପ୍ରୋ-ଭାଇସ୍ଚେୟାର ପର୍ସନ୍ ମାଲା ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନିଜର ଲକ୍ଷ ପୂରଣ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରତିଭାକୁ ବିକସିତ ନିମନ୍ତେ ପ୍ରୟାସ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଉପାଧ୍ଯକ୍ଷା, ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Leave a Reply