Spread the love

ବୁଧବାର ସକାଳେ ପାନାମାର ପଶ୍ଚିମ ଭାଗରେ ଏକ ବସ୍ ଘାଇକୁ ଖସି ବେଳେ ଅତି କମରେ ୩୯ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ। ତେବେ ବସ୍‌ରେ ଥିବା ଯାତ୍ରୀମାନେ କେଉଁ ଦେଶର ନାଗରିକ ବୋଲି ଅଧିକାରୀମାନେ ଏପର୍ଯ୍ୟନ୍ତ କହି ନାହାଁନ୍ତି। ବସ୍‌ରେ ସମୁଦାୟ ୬୬ ଜଣ ପ୍ରବାସୀ ଥିଲେ। ପାନାମାର ଜାତୀୟ ଇମିଗ୍ରେସନ ସର୍ଭିସର ନିର୍ଦ୍ଦେଶକ ସମୀର ଗୋଜେନ କହିଛନ୍ତି ଯେ ଏକ ରାଜପଥରେ ବସ୍ ଅନ୍ୟ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁପାଇଁ ବସଟି ଘାଇକୁ ଖସିପଡ଼ିଥିଲା!.

Leave a Reply

Your email address will not be published. Required fields are marked *