୧୬ ନମ୍ବର ଜାତୀୟ ରାଜପଥରେ ଭୁଷୁଡିଲା ପୁରୁଣା ବ୍ରିଜ, ବ୍ରିଜ ତଳକୁ ଖସିଲା ପ୍ରୋକଲିନ ମେସିନ, ଅଳ୍ପକେ ବର୍ତିଲେ ଡ୍ରାଇଭର,
— —
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଖୋର୍ଦ୍ଧା ଜିଲା ସୀମାରେ ଥିବା ଜଳି ଶଙ୍ଖ ବ୍ରିଜଟି ଭୁଷୁଡି ଯାଇଛି।ଜାତୀୟ ରାଜପଥରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା ଉପରେ ଥିବା ପୁରୁଣା ବ୍ରିଜଟି ଭୂଷୁଡି ଯାଇଛି।
କୋବେଲ ପ୍ରୋକଲିନ ଦ୍ବାରା ବ୍ରେକର ମାଧ୍ୟମରେ କାର୍ଯ୍ୟ ଚାଲିଥିବା ବେଳେ ବ୍ରିଜଟି ସଂପୂର୍ଣ୍ଣ ଭୁଷୁଡି କୋକଲିନ ମେସନଟି ବ୍ରିଜ ତଳକୁ ଖସି ପଡିଥିଲା।
ପ୍ରୋକଲିନ ଡ୍ରାଇଭର ମୃତ୍ୟୁ ମୂଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଡ୍ରାଇଭର ଜଣକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମର ହୃଷିକେଶ ଦାସ ବୋଲି ଜଣାପଡିଛି। ଜାତୀୟ ରାଜପଥର ଚାରୋଟି ଲାଇନ ମଧ୍ୟରୁ ମଝି ଲାଇନର ବ୍ରିଜ ଭୁଷୁଡି ପଡିଥିବା ବେଳେ ଅନ୍ୟ ଲାଇନରେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି।ହୃଷିକେଶ ସାମାନ୍ୟ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଅନ୍ୟ କେହି ଆହତ ହୋଇ ନଥିବା ସୂଚନା ରହିଛି। ।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗଞ୍ଜାମ ଖୋର୍ଦ୍ଧା ଜିଲା ସୀମାରେ ଥିବା ଜଳି ଶଙ୍ଖ ବ୍ରିଜଟି ଭୁଷୁଡି ଯାଇଛି। ରାସ୍ତା କାମ ଚାଲିଥିବା ବେଳେ କୋବେଲ ପ୍ରୋକଲିନ ଦ୍ବାରା ବ୍ରେକର ମାଧ୍ୟମରେ କାର୍ଯ୍ୟ ବେଳେ ବ୍ରିଜଟି ସଂପୂର୍ଣ୍ଣ ଭୁଷୁଡି କୋକଲିନ ମେସନଟି ବ୍ରିଜ ତଳକୁ ଖସି ପଡିଥିଲା।












Leave a Reply