୧୪୨ ବିଏସଏଫ ବାଟାଲିୟନ ଓ ନବୋଦୟ ବିଦ୍ୟାଳୟ କତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଜେଏନଭି-୨ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିମେଳା ସହରରେ ମୁତ୍ତୟନ ଥିବା ୧୪୨ ବାଟାଲିୟନ ବିଏସଏଫ ଏବଂ ନବୋଦୟ ବିଦ୍ୟାଳୟ କତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ସୋମବାର ସକାଳେ ସ୍କୁଲ ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷର ଉପକାରିତା ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଯାଇଥିଲା। ବିଦ୍ୟାଳୟ ପରିସରରେ ଆମ୍ବ, ନିମ୍ୱ, ଅଁଳା, ପିଜୁଳି,କଦମ୍ବ ଭଳି ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ଚାରା ରୋପଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ୧୪୨ ବିଏସଏଫ ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଧନୁର୍ଜୟ ସିଂ କୁମାର, ସେକେଣ୍ଡ ଆଇସି ଅଭୟ ସିଂ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏଚ.ଏସ ଚୌଧୁରୀ, ବିଏସଏଫ ମେଡିକାଲ ଅଫିସର ଡାକ୍ତର ସୁରେନ୍ଦ୍ର ବାବୁ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସି.ଜୁ ଜଜ, ହରିଷ କୁମାର, ବିଦ୍ୟାଳୟ ପ୍ରିନ୍ସିପାଲ ଆର ରାମୁ, ଶିକ୍ଷକ, କବିରାଜ ସେଠି ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରୀ ଛାତ୍ର ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।
Leave a Reply