ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାର ନଗରୀ ଶାଖାର ସାରସ୍ବତ ସମାରୋହ…
ରାଉରକେଲା:ଦର୍ଶନ ସମୀକ୍ଷା
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାର ନଗରୀ ଶାଖାର ସାରସ୍ଵତ ସମାରୋହ ସ୍ଥାନୀୟ ବିଦ୍ୟା ଷ୍ଟଡି ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ. ସୁରେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀଙ୍କ ଆବାହକତ୍ଵ ତଥା ରାଉରକେଲା ମହାନଗର ସଂଗଠନ-ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସାରସ୍ଵତ ଆସରରେ ଫରେଷ୍ଟ ରେଞ୍ଜର ଜ୍ଞାନେନ୍ଦ୍ର ଲିମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଷଦର ସାହିତ୍ୟ ପ୍ରତି ପ୍ରତିବଦ୍ଧତା, ସମାଜ-ସଂସ୍କୃତି ପ୍ରତି ଦାୟିତ୍ଵବୋଧ ଏବଂ ରାଷ୍ଟ୍ର ନିର୍ମାଣ ନିମିତ୍ତ ସାରସ୍ଵତ ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ସାଧୁବାଦ ଦେଇଥିଲେ। ପ୍ରାରମ୍ଭରେ ମହାନଗର ସଂଯୋଜକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅନୁଷ୍ଠାନର ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ଡ. ବେହେରା ଉପସ୍ଥିତ ସାରସ୍ଵତ ସାଧକଙ୍କୁ ସ୍ବାଗତ କରିବା ସହ ଆଲୋଚ୍ୟ ବିଷୟ ଭାରତୀୟ ଜ୍ଞାନ ପରମ୍ପରା ଓ ବ୍ୟାସଦେବ ସମ୍ପର୍କରେ ଆଲୋଚନା କରିଥିଲେ। ବ୍ୟାସଙ୍କୁ ସେ ଗୁରୁଙ୍କର ଗୁରୁ ବୋଲି ଅବିହିତ କରିଥିଲେ। ପରିଷଦର ମହାନଗର ସାଧାରଣ ସମ୍ପାଦିକା ଡ. ସୁଷମା ମୋଦୀ ପରିଷଦର ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ଯୁବ ପିଢ଼ିର ସ୍ରଷ୍ଟାଙ୍କୁ ଅଧିକ ସଂଖ୍ୟାରେ ସାମିଲ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ବାନ ଦେଇଥିଲେ। ସାର ନଗରୀ ଶାଖାର ସମ୍ପାଦକ ଶ୍ରୀ ଚୌଧୁରୀ ପରିଷଦକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟ ନିଜର ପରିଚୟ ସହ ସାରସ୍ବତ ସୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ। ପରିଷଦ ତରଫରୁ ସମସ୍ତଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସେହିପରି ସର୍ବସମ୍ମତିକ୍ରମେ ଜ୍ଞାନେନ୍ଦ୍ର ଲିମା, ଗୈାରାଙ୍ଗ ଦାଶ ଓ ଆଦିତ୍ୟ ପ୍ରସାଦ ଷଡ଼ଙ୍ଗୀ ଶାଖାର ଉପଦେଷ୍ଟା, ହରିହର ବେହେରା ଓ ସଚ୍ଚିନ୍ଦ୍ର ସ୍ବାଇଁ ଉପସଭାପତି, ସହ-ସମ୍ପାଦକ ଭାବେ ହରପ୍ରିୟା ପରିଡ଼ା ଓ ଶୁଚିସ୍ମିତା ପଣ୍ଡା, ସଂଗଠନ-ସମ୍ପାଦକ ଭାବେ ସୁବାସ ଚନ୍ଦ୍ର ପାତ୍ର, ସଂଗଠନ ସହ-ସମ୍ପାଦକ ଭାବେ ଲକ୍ଷ୍ମୀ ପଣ୍ଡା, ମହାବିଦ୍ୟାଳୟ ପ୍ରମୁଖ ଭାବେ ସରୋଜ କୁମାର ବେହେରାଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଶେଷରେ ମହାନଗର ସମ୍ପର୍କ ପ୍ରମୁଖ ଧରିତ୍ରୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଲକ୍ଷ୍ମୀ ପଣ୍ଡା, ଜାନକୀ ସାହୁ, ଆରତୀ ବେହେରା, ଶ୍ବେତାଲିନା ଶତପଥୀ, ନମିତା ବେହେରା, ଅଶୋକ କୁମାର ସାମଲ, ଦେବେନ୍ଦ୍ର ସାହୁ, ପ୍ରତ୍ୟାଶା ମିଶ୍ର, ସାହିଲ ପ୍ରଧାନ, ସୁକାନ୍ତ ବାରିକ, ହରିଶ ଚନ୍ଦ୍ର ପାଣିଗ୍ରାହୀ, ଶାନ୍ତନୁ ମୁଦାଲି, ସ୍ବୟଂଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Leave a Reply