ଭୁବନେଶ୍ୱର //ଆର୍ଯ୍ୟ ପ୍ୟାଲେସ୍ ଠାରେ ଇନରହ୍ବିଲ ତୋଷାଳୀ ର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ୩୨୬ର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ସଙ୍ଘମିତ୍ରା ସାହୁ, ଏସୋସିଏସନର ସଦସ୍ଯ ସନ୍ଧ୍ଯାରାଣୀ ମିଶ୍ର, ଜିଲ୍ଲା ସମ୍ପାଦିକା ପୁଷ୍ପା ହରିଚନ୍ଦନ, ଜିଲ୍ଲା ଏଡିଟର ଆରତୀ ବଡ଼ପଣ୍ଡା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ

Spread the love

ଇନରହ୍ବିଲ ତୋଷାଳୀ ର ସ୍ଥାପନା ଦିବସ ପାଳିତ
ଭୁବନେଶ୍ବର, ୧୩/୭: ଦର୍ଶନ ସମୀକ୍ଷା

ସ୍ଥାନୀୟ ଆର୍ଯ୍ୟ ପ୍ୟାଲେସ୍ ଠାରେ ଇନରହ୍ବିଲ ତୋଷାଳୀ ର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ୩୨୬ର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ସଙ୍ଘମିତ୍ରା ସାହୁ, ଏସୋସିଏସନର ସଦସ୍ଯ ସନ୍ଧ୍ଯାରାଣୀ ମିଶ୍ର, ଜିଲ୍ଲା ସମ୍ପାଦିକା ପୁଷ୍ପା ହରିଚନ୍ଦନ, ଜିଲ୍ଲା ଏଡିଟର ଆରତୀ ବଡ଼ପଣ୍ଡା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ପୂର୍ବତନ ସଭାନେତ୍ରୀ ରିତୁପର୍ଣା ସୋଠୀଆ ଚଳିତ ବର୍ଷର ସଭାନେତ୍ରୀ ସୋନାଲା ମୁଖାର୍ଜୀଙ୍କୁ ଓ ପୁର୍ବତନ ସମ୍ପାଦିକା ସୋନାଲା ମୁଖାର୍ଜୀ ଚଳିତ ବର୍ଷର ସମ୍ପାଦିକା ସୁପ୍ରିୟା ପୃଷ୍ଟିଙ୍କୁ ସେମାନଙ୍କ କାର୍ଯ୍ୟଭାର ଦାୟିତ୍ବ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୯ଜଣ ନୂତନ ସଦସ୍ଯାଙ୍କ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ଥିଲେ। ଶ୍ରବଣଶକ୍ତି ହରାଇଥିବା ଭରତପୁର ନିବାସୀ ପ୍ରମୋଦ କୁମାରଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇ ଥିଲା। ରୋଟାରୀ ତୋଷାଳୀର ସଦସ୍ଯା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

କ୍ଲବର ଉପଦେଷ୍ଟା ଲିଲି ସାଇମନ ଓ ସୁପ୍ରଭା ଶତପଥୀ ସେମାନଙ୍କ ବହୁମୂଲ୍ୟ ମତାମତ ଉପସ୍ଥାପନ କରିଥିବା ବେଳେ କ୍ଲବର ସମ୍ପାଦିକା ପ୍ରୀତିନନ୍ଦା ମହାପାତ୍ର “ବେଶାଳୀ” ନାମକ ବୁଲେଟିନ୍ ପରିବେଷଣ କରିଥିଲେ। ତୋଷାଳୀ ର ସଦସ୍ଯା ଚନ୍ଦ୍ରଲେଖା ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଅନିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଦସ୍ୟମାନଙ୍କ ଯୋଗଦାନ ଅତୂଳନୀୟ ରହିଥିଲା।

Leave a Reply

Your email address will not be published. Required fields are marked *