ଧାରଣରେ ବସିଛନ୍ତି ବାଲିମେଳା ଓ କୋରୁକୋଣ୍ଡା ବ୍ଲକର ଶତାଧିକ ଗାଡି ଚାଳକ
ଡ୍ରାଇଭର ସଂଘକୁ ସମର୍ଥନ ଜଣାଇଲା ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଏମ୍ପ୍ଲଇଜ ୟୁନିୟନ
୬ ଦଫା ଦାବୀ ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କଲେ ଡ୍ରାଇଭର ସଙ୍ଘ
ଧାରଣରେ ବସିଛନ୍ତି ବାଲିମେଳା ଓ କୋରୁକୋଣ୍ଡା ବ୍ଲକର ଶତାଧିକ ଗାଡି ଚାଳକ
ଡ୍ରାଇଭର ସଂଘକୁ ସମର୍ଥନ ଜଣାଇଲା ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ଏମ୍ପ୍ଲଇଜ ୟୁନିୟନ
ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ଓଡିଶା ଡ୍ରାଇଭର ମହାସଂଘର ନିର୍ଦ୍ଧେଶ କ୍ରମେ ସଂଘର ମୋଟ ୬ ଦଫା ଦାବୀ ନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଅଞ୍ଚଳରେ ଥିବା ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ନିଜ ନିଜ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରୀ ରଖିଛନ୍ତି। ଏହି କ୍ରମେ ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଡ୍ରାଇଭର ସଂଘର ସଭାପତି ସଲମନ ପାଙ୍ଗି, ସମ୍ପାଦକ ବଲଭଦ୍ର ପଲେଇ, ଶ୍ରୀପତି ପାଙ୍ଗି ଏବଂ କୋରୁକୋଣ୍ଡା ବ୍ଲକ ଡ୍ରାଇଭର ସଂଘର ସଭାପତି ସୁରେନ୍ଦ୍ର ଗାଛାଙ୍କ ନେତୃତ୍ୱରେ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ମାନେ ଶାନ୍ତି ଶୃଙ୍ଖଳାର ସହିତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରୀ ରଖିବା ସହିତ
ସମସ୍ତ ଡ୍ରାଇଭର ଭାଇମାନେ ଚିତ୍ରକୋଣ୍ଡା ଛକ ଠାରେ ଏକତ୍ରିତ ହୋଇ ଆଜି ସକାଳୁ ସମୂହ ଧାରଣାରେ ବସିଛନ୍ତି। ସୂଚନା ଥାଉକି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଏମ୍ପ୍ଲଇଜ ୟୁନିୟନର ସଭାପତି ପ୍ରବୀର କୁମାର ଦାସ, ସଂଘର ଉପଦେଷ୍ଟା ଦେବ ପ୍ରସାଦ ଦାସ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ମିଶ୍ର,ସମ୍ପାଦକ ସନ୍ତୋଷ କୁମାର ପଣ୍ଡା,ଯୁଗ୍ମ ସମ୍ପାଦକ ମୋହନ ରାଓ ଏବଂ ସମାଜସେବୀ ରାଜେନ୍ଦ୍ର କୁଲଦୀପ ପ୍ରମୁଖ ଧାରଣା ସ୍ଥଳରେ ପହଁଞ୍ଚି ଡ୍ରାଇଭର ସଂଘର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ତେବେ ଡ୍ରାଇଭର ସଂଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ ହେଲା ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ କର୍ମଚାରୀ ୱେଲଫର ବୋର୍ଡରେ ଅଟୋ ଚାଳକଙ୍କୁ ସାମିଲ କରାଯାଉ।ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ।ବୃତ୍ତି ଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ
ପରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ। ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମାଗାର ଏବଂ ଶୌଚାଳୟ
ବ୍ୟବସ୍ଥା ପ୍ରତି ୧୦୦ କିମି ଅନ୍ତରରେ କରାଯାଉ।ଓଡିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡିକରେ ଶତକଡା ୭୦ ପ୍ରତିଶତ ଓଡ଼ିଶାର ଡ୍ରାଇଭର. ମାନଙ୍କୁ କାମ କରିବାର ଅଗ୍ରାଧିକାର ଦିଆଯାଉ।ସେପ୍ଟେମ୍ବର ୧ ତାରିଖରୁ ସ୍ୱତନ୍ତ୍ର ଡ୍ରାଇଭର ଦିବସ ରୂପେ ଘୋଷଣା କରାଯିବା ପାଇଁ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଦାବୀ କରାଯାଇଛି। ଡ୍ରାଇଭର ଭାଇ ମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓଲ୍ହାଇଥିବା ଯୋଗୁ ବାଲିମେଳା ଓ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଅଟୋ ଠାରୁ ଆରମ୍ଭ କରି ବେସରକାରୀ ବସ ଓ ଅନ୍ୟାନ୍ୟ ଗାଡି ମୋଟର ବନ୍ଦ ରହିଥିବାରୁ ଯାତ୍ରୀଙ୍କ ସମେତ ଅଞ୍ଚଳବାସୀ ବହୁ
ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେବେ ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ କରାଯାଇଥିବା ଦାବୀ ଗୁଡିକ ସରକାର ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି ବାଲିମେଳା ଡ୍ରାଇଭର ସଂଘର ସଭାପତି ଶ୍ରୀ ସଲମନ ଏବଂ କୋରୁକୋଣ୍ଡା ବ୍ଲକ ସଭାପତି ଶ୍ରୀ ଗାଛା କହିଛନ୍ତି।ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଧାରଣ ସ୍ଥଳରେ ପୋଲିସର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ମୁତ୍ତୟନ କରାଯାଇଛି

Leave a Reply