କଟକରେ ଅବସରକାଳୀନ ସମ୍ବର୍ଦ୍ଧନା//ନୁଆବାଜାର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନମ୍ରତା ଚାନ୍ଦ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି-କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

Spread the love

ଅବସରକାଳୀନ ସମ୍ବର୍ଦ୍ଧନା

କଟକ: ନୁଆବାଜାର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନମ୍ରତା ଚାନ୍ଦ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନାୟକ ଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ସଭାପତି ଉମେଶ ଚନ୍ଦ୍ର ସାହୁ ,ଏସ୍ଏମ୍‌ସି ସଭାପତି ପ୍ରଭାତୀ ମଲ୍ଲିକ ଙ୍କ ସମେତ ପରିଚାଳନା ସମିତିର ସଭ୍ୟ ପ୍ରମୁଖ ଯୋଗଦେଇ ଶିକ୍ଷୟିତ୍ରୀଙ୍କ ଗୁଣ‌ଗାନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ କଲ୍ୟାଣୀ ବିଶ୍ୱାଳ
ମାନପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଶିକ୍ଷକ ନିରଞ୍ଜନ କାନୁନଗୋ ଯୋଗଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ସାହୁ, ଅମ୍ବିକା ସାହୁ, ସନ୍ଧ୍ୟାରାଣୀ ସ୍ୱାଇଁ, ଗୀତାଞ୍ଜଳି ଛାଟୋଇ ଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ, ପରିଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ପ୍ରମିଳା ମହାରଣା ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *