୩୪ ବର୍ଷ ପରେ ଏକାଠି ହେଲେ ନିମାପଡ଼ା ଡେଲ୍ଟା ସ୍କୁଲ୍ର ୧୯୯୨ ବ୍ୟାଚ୍ର ଛାତ୍ରଛାତ୍ରୀ
ନିମାପଡ଼ା: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ଦୀର୍ଘ ୩୪ ବର୍ଷ ପରେ ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ନିମାପଡ଼ା ଡେଲ୍ଟା ସ୍କୁଲ୍ର ୧୯୯୨ ମସିହାର ପଞ୍ଚମ ଶ୍ରେଣୀ ବ୍ୟାଚ୍ର ପୁନର୍ମିଳନୀ ଅକ୍ଟୋବର ୧୧ ତାରିଖରେ ନିମାପଡ଼ାସ୍ଥିତ ଶ୍ରୀରାମ ମଣ୍ଡପଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ ଜଣ ପୁରାତନ ଛାତ୍ରଛାତ୍ରୀ ଓ ୫ ଜଣ ଶିକ୍ଷକ ଯୋଗ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷକ କୈଳାସ ସାର୍ ଏବଂ ଗୁରୁମା ରାଜଲକ୍ଷ୍ମୀ, ପ୍ରମୋଦା, ମନୋରମା ଓ କନକଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା। ପୁରାତନ ଛାତ୍ରଛାତ୍ରୀମାନେ ଗୁରୁଜନଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିବା ସହ ପୁଷ୍ପମାଳା ଓ କାଶ୍ମୀରୀ ଶାଲ୍ ପ୍ରଦାନ କରି ସମ୍ମାନିତ କରିଥିଲେ।
ଦୀର୍ଘ ବର୍ଷ ପରେ ପରସ୍ପରକୁ ଭେଟି ସମସ୍ତେ ସ୍କୁଲ୍ ଜୀବନର ମଧୁର ସ୍ମୃତି, ସାଙ୍ଗସାଥୀଙ୍କ ସହ ବିତାଇଥିବା ସମୟ ଏବଂ ଜୀବନର ବିଭିନ୍ନ ଅନୁଭୂତି ବାଣ୍ଟିଥିଲେ। ଗୁରୁଜନମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ।
ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ପ୍ରକାଶ କରିବା ସହ ପୁରୁଣା ବନ୍ଧୁତାକୁ ପୁନର୍ଜୀବିତ କରିବା ଏହି ପୁନର୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସ୍ନେହ, ସମ୍ମାନ ଓ ଆତ୍ମୀୟତାରେ ଭରା ଏହି ମିଳନ ଉପସ୍ଥିତ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଥିଲା।











