ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କ ରାଜ…..
15 ଦିନ ଧରି ପାଠପଢାରୁ ବଞ୍ଚିତ ହେଲେ ଛାତ୍ର
ପାରଳାଖେମୁଣ୍ଡି, 14/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ଥିବା ଆଇଟିଆଇ କଲେଜରେ ଅଧ୍ୟକ୍ଷଙ୍କ ରାଜରେ ଛାତ୍ରମାନେ ଅତିଷ୍ଠ ହୋଇପଡିଛନ୍ତି. ମାତ୍ର 5 ରୁ 10 ମିନିଟ ବିଳମ୍ବରେ ଆସୁଥିବା ଛାତ୍ରମାନଙ୍କୁ ଆଇଟିଆଇ କଲେଜରେ ପ୍ରବେଶ କରିବାରେ କଟକଣା ଜାରି କରି ମୁଖ୍ୟ ଫାଟକରେ ତାଲା ପକାଉ ଥିବା ଘଟଣା ନେଇ ଗତ
15 ଦିନ ଧରି ପାଠପଢାରୁ ବଞ୍ଚିତ ହୋଇଛନ୍ତି କେତେକ ଛାତ୍ର. ଘଟଣାରୁ ପ୍ରକାଶ, ଏହି କଲେଜକୁ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ
ବସ୍ ଦ୍ଵାରା ଦୂରଦୂରାନ୍ତରୁ କଲେଜକୁ ଆସୁଛନ୍ତି ଛାତ୍ରଛାତ୍ରୀ। ହେଲେ ବନ ପାହାଡ଼ ଓ ବିଭିନ୍ନ ବୁଲାଣିଆ ଘାଟି ଆଦିକୁ ଅତିକ୍ରମ କରି କୌଣସି କାରଣରୁ ବସଟି ମାତ୍ର 5 ରୁ ୧୦ ମିନିଟ୍ ବିଳମ୍ବରେ ପହଁଚିଲେ କଲେଜ ଭିତରକୁ ଅଧ୍ୟକ୍ଷ ପ୍ରବେଶ ଅନୁମତି ଦେଉନଥିବା କେତେକ ଛାତ୍ର ଅଭିଯୋଗ କରିଛନ୍ତି। ଏଥିସହ ଅଧକ୍ଷ ମୁଖ୍ୟ ଫାଟକରେ ତାଲା ପକାଇ ଦେଉଛନ୍ତି. ଯଦ୍ୱାରା କେତେକ ଛାତ୍ରଛାତ୍ରୀ ୧୫ ଦିନ ଧରି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଘଟଣା ନେଇ ଛାତ୍ରମାନେ କଲେଜ ଅଧକ୍ଷଙ୍କୁ ଗୁହାରି କରିବା ପରେ ଅଭିଭାବକମାନଙ୍କୁ ଧରି କଲେଜ ଆସିଲେ ଆଲୋଚନା କରିବା ପରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଅଧକ୍ଷ ଛାତ୍ରମାନଙ୍କୁ ନିର୍ଦେଶ ଦେଇଥିଲେ. ଅଧକ୍ଷଙ୍କ ଏହି ନିର୍ଦେଶ ଅନୁଯାୟୀ ଛାତ୍ରମାନେ ଅଭିଭାବକଙ୍କ ସହ କଲେଜରେ ପହଞ୍ଚିବା ପରେ ଅଧକ୍ଷ ଏପରି କୌଣସି ଆଲୋଚନା ନ କରି ଅଭିଭାବକମାନଙ୍କୁ ଦୁର୍ବ୍ୟବହାର ପ୍ରଦଶନ କରିବା ପ୍ରତିବାଦରେ ଛାତ୍ରମାନେ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି. ଧାରଣାରତ ଛାତ୍ରମାନେ ପ୍ରକାଶ କରି କହିଛନ୍ତିଯେ, ଦୂରଦୂରାନ୍ତରେ ଥିବା ଗ୍ରାମାଞ୍ଚଳରୁ ପାହାଡିଆ ଘାଟି ରାସ୍ତା ଦେଇ ବସରେ ଆସିବା ବେଳେ ମାତ୍ର 5 ରୁ 10 ମିନିଟ ବିଳମ୍ବ ହେଉଛି. ବସରେ କଲେଜକୁ ଆସିବା ବ୍ୟତୀତ ଅନ୍ୟ କୌଣସି ସୁବିଧା ନାହିଁ. ଏହି ଘଟଣା ଅଧକ୍ଷ ଜାଣି ସୁଦ୍ଧା ନ ଜାଣିବା ପରି 5 ରୁ 10 ମିନିଟ ବିଳମ୍ବ କାରଣରୁ କଲେଜ ପ୍ରବେଶରେ କଟକଣା ଜାରି କରିବା ଦୁଃଖଦାୟକ. ପ୍ରଶାସନ ଏନେଇ ବିହିତ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଛାତ୍ରମାନେ ଦାବି କରିଛନ୍ତି.
ଗଜପତିରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ ବେଳେ ସ୍ୱାମୀ ଓ ସ୍ତ୍ରୀଙ୍କ ସମେତ 3 ଗିରଫ
ପାରଳାଖେମୁଣ୍ଡି, 14/10 (ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରୁ ସୁଦୂର ପଶ୍ଚିମବଙ୍ଗକୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଜବତ କରିଛି. ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ -ସ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗର ଜଣେ ମୋଟ 3 ଜଣ ଗିରଫ ହୋଇଥିବା ସୂଚନା ମିଳିଛି. ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ବେଆଇନ ଗଞ୍ଜେଇ ଓ ମଦ ଚୋରାଚାଲାଣକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲା ସାରା ପୋଲିସ ପକ୍ଷରୁ ଚଢାଉ ଓ ପେଟ୍ରୋଲି ଜାରି ରହିଛି. ଏହି କ୍ରମରେ ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ପଶ୍ଚିମବଙ୍ଗ ଚୋରାଚାଲାଣ ବେଳେ ଜବତ କରାଯାଇଛି. ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନରେ ଜଗନ୍ନାଥପୁର ଛକ ନିକଟରେ ବସକୁ ଅପେକ୍ଷା କରିଥୁବା ତିନି ଜଣଙ୍କୁ ସନ୍ଦେହଜନକ ଭାବେ ଦେଖ୍ ପୋଲିସ ଯାଞ୍ଚ କରିଥିଲେ । ଗୋଟିଏ ବ୍ୟାଗରୁ ଗଞ୍ଜେଇ ଥୁବା ଦେଖିବାକୁ ମିଳିଥିଲା. ଓଜନ କରିବାରୁ ତାହା ୧୦ କିଲୋ ହେଇଥିଲା ।

ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି. ଏଥିରେ ସମ୍ପୃକ୍ତ ଥିବା ୱେଷ୍ଟବେଙ୍ଗଲର ଗୋଟିଏ ପରିବାରର ସ୍ଵାମୀ ଆନନ୍ଦ ବାସ (୪୭) ସ୍ତ୍ରୀ ସରସ୍ଵତୀ ଦେବ ନାଥ (୩୬ ) ଓ ସହଯୋଗୀ ବିଶ୍ଵଜିତ ଘୋଷ (୩୫)କୁ ଗିରଫ କରି ମୋହନା ଥାନା କେସ୍ ନଂ ୨୦୨/୨୬ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ କୁମାର ସେଠୀ ଜଣାଇଛନ୍ତି.











