Spread the love

ଗଜପତିର ବିକାଶ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଡ଼. ତିରୁପତି ପାଣିଗ୍ରାହୀଙ୍କ ଆଲୋଚନା

ପାରଳାଖେମୁଣ୍ଡି13/10(ତାରିଣୀ ପ୍ରସାଦ ପଣ୍ଡା): : ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସମେତ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶକୁ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ପାରଳାଖେମୁଣ୍ଡିର ସ୍ଥାୟୀ ବାସିନ୍ଦା ତଥା ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଗଜପତି ଜିଲ୍ଲାର ବିକାଶକୁ ଆଗକୁ ନେବା ସହ ଅଞ୍ଚଳର ବିଭିନ୍ନ ଆବଶ୍ୟକତା ଓ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲା. ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ, ପାନୀୟ ଜଳ, କୃଷି ଓ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଜରୁରୀ। ଜିଲ୍ଲାର ଲୋକମାନେ ଯେପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ଏବଂ ଅଞ୍ଚଳରେ ଉନ୍ନତ ମାନର ମୌଳିକ ସୁବିଧା ଉପଲବ୍ଧ ହେବ, ସେଥିପାଇଁ ବିକାଶମୂଳକ ସରକାରୀ ଯୋଜନା ଗୁଡିକୁ କାର୍ଯକାରୀ କରିବା ସହ

ବିଶେଷକରି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ସମେତ ଜିଲ୍ଲାର ଗ୍ରାମାଞ୍ଚଳରେ ଉନ୍ନତ ରାସ୍ତାଘାଟ, ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ, ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଭଳି ବିଷୟଗୁଡ଼ିକ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏଗୁଡିକ କାର୍ଯକାରୀ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେୱ ପ୍ରତିଶୃତି ଦେଇଥିବା ମଧ୍ୟ ଜଣା ପଡିଛି. I
ଗଜପତିର ଦୁର୍ଗମାଞ୍ଚଳରେ ହଡ଼ଫୁଟି ଆତଙ୍କ: ସ୍ୱାସ୍ଥ୍ୟଟିମର ନିୟମିତ ଯାଞ୍ଚ
ପାରଳାଖେମୁଣ୍ଡି, 13/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ଦୁର୍ଗମାଞ୍ଚଳରେ ଗତ କିଛି ଦିନ ହେଲା ହଡ଼ଫୁଟି ରୋଗର ଆତଙ୍କ ଦେଖାଦେଇଛି. ଘଟଣା ନେଇ ସ୍ୱାସ୍ଥ୍ୟବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳକୁ ନିୟମିତ ସ୍ୱାସ୍ଥ୍ୟଟିମ ପଠାଇ ଆବଶ୍ୟକ ଯାଞ୍ଚ କରିବା ସହ ସମସ୍ତ ଚିକିତ୍ସା ସୁବିଧା ଯୋଗା ଯାଉଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ କଟାମା ପଞ୍ଚାୟତ
ପାଜିଗିଡି ଗ୍ରାମରେ ହାଡଫୁଟି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 13 ଜଣ ପୁରୁଷ, ମହିଳା ଓ ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି. ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୁଲି ଯିବା ସହ ଦେହରେ କେତେକ ଫଳ ଦେଖା ଦେଇଛି. ଗତ ଏକ ସପ୍ତାହ ତଳେ ପ୍ରଥମେ 6 ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ. ବର୍ତ୍ତମାନ ହଡ଼ଫୁଟି ରୋଗ ବ୍ୟାପିବା ଯୋଗୁଁ ରୋଗୀ ସଂଖ୍ୟା 13 ରେ ପହଞ୍ଚି ଥିବା ଗ୍ରାମବାସୀ ଜଣାଇଛନ୍ତି.

ହଡ଼ଫୁଟି ଦିନକୁ ଦିନ ଏଭଳି ଭାବେ ବଢ଼ି ଚାଲି ଥିବାରୁ ସାଧାରଣଙ୍କ ଠାରେ ଭୟ ଓ ଆତଙ୍କ ଦେଖା ଦେଇଛି. ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ଼. ତ୍ରିଶୂଳ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି ଗତ ଏକ ସପ୍ତାହ ତଳେ ଏନେଇ ଜଣା ପଡିବା ପରେ ସମ୍ପୃକ୍ତ ଗ୍ରାମକୁ ମୁଁ ସ୍ୱାସ୍ଥ୍ୟଟିମ ସହିତ ପହଞ୍ଚି ଆବଶ୍ୟକ ଯାଞ୍ଚ ଓ ଶାରୀରିକ ପରୀକ୍ଷା ଆଦି କରାଯାଇଥିଲା. ଏହି ରୋଗ ନେଇ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଦିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି. ଗତକାଲି ମଧ୍ୟ ଅଡବା ଡାକ୍ତରଖାନାରୁ ସ୍ୱାସ୍ଥ୍ୟଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ରୋଗୀଙ୍କ ଶାରୀରିକ ଅବସ୍ଥା ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ଓ ଔଷଧ ପତ୍ର ପ୍ରଦାନ କରିଛନ୍ତି. ପ୍ରତେକ ଦିନ ନିୟମିତ ଭାବେ ସ୍ୱାସ୍ଥ୍ୟଟିମ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗଗାଇ ଆସୁଛନ୍ତି. ବର୍ତ୍ତମାନ ସୁଦ୍ଧା ଏହି ଗ୍ରାମର 400 ଜଣଙ୍କ ରକ୍ତ ପରୀକ୍ଷା ପାଇଁ ନମୁନା ସ୍ୱାସ୍ଥ୍ୟଟିମ ଦ୍ୱାରା ସଂଗ୍ରହ କରାଯାଇଛି.
ଗଜପତି ଅବକାରୀ ବିଭାଗର ସଫଳତା…. ବିପୁଳ ପରିମାଣର ଦେଶୀ

ରନ୍ଧାମଦ ଓ ମହୁଲ ପୋଚ ଜବତ, 3 ମହିଳାଙ୍କ ସମେତ 18 ଜଣ ଗିରଫ
ପାରଳାଖେମୁଣ୍ଡି, 13/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଥିବା ଜଣା ପଡିଛି. ଗଜପତି ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଛି. ଏହି ସମସ୍ତ ଘଟଣାରେ 3 ମହିଳାଙ୍କ ସମେତ 18 ଜଣଙ୍କୁ ଗିରଫ କରାଯାଇ କୋୖର୍ଟକୁ ଚାଲାଣ କରାଯାଇଛି. ଘଟଣାରୁ ପ୍ରକାଶ, ଶାରଦୀୟ ଦୁର୍ଗାପୂଜା ଓ ଦଶହରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଚୋରାମଦ କାରବାର ବିରୁଦ୍ଧରେ ଅବକାରୀ ବିଭାଗ ଦ୍ଵାରା ପେଟ୍ରୋଲିଂ ଓ ଚଢାଉ ଆଦି ଜାରି ରହିଛି. ଅବକାରୀ ନିରୀକ୍ଷକ ମନୁଆୟଲ, ଉପନିରୀକ୍ଷକ ବବୁନ କୁମାର ବେହେରା, ଦେବାଶିଷ ସିର୍ଦ୍ଧାର, ସହକାରୀ ଉପନିର୍ଦେଶକ ବିଜୟାନନ୍ଦ ବେହେରା, ନୀଳାମ୍ବର ନାୟକ ପ୍ରମୁଖଙ୍କ ସମେତ ଅବକାରୀ ସ୍ୱୱାର୍ଡ ପାରଳାଖେମୁଣ୍ଡି ସହର ସମେତ ଗୁରାଣ୍ଡି, ସେରଙ୍ଗ, ଗାରାବନ୍ଧ, ରାୟଗଡା ଆଦି ଅଞ୍ଚଳରେ ଚୋରା ଓ ବେଆଇନ ଭାବେ ରନ୍ଧା ଯାଇ ବିକ୍ରି ପାଇଁ ଗଛିତ ଥିବା 2081 ଲିଟର ଦେଶୀ ରନ୍ଧାମଦ ସହ 7500 ଲିଟର ଦେଶୀମଦ ତିଆରିରେ ବ୍ୟବହୃତ ହେଉଥିବା ମହୁଲ ପୋଚକୁ ଜବତ କରାଯାଇଛି. ଦେଶୀ ମଦକୁ ଜବତ କରି ରଖିବା ପରେ ପୋଚକୁ ନିଆଁ ଲଗାଇ ପୋଡି ଦିଆ ଯାଇଛି. ସେହିପରି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଓ ୠମେଶ ଗ୍ରାମରେ ଚଢାଉ କରାଯାଇ 85 ଲିଟର ଦେଶୀ ରନ୍ଧାମଦକୁ ଜବତ କରାଯାଇ ଚୋରା ମଦ କାରବାରରେ ଲିପ୍ତ 5 ଜଣଙ୍କୁ ଗିରଫ କରାଯାଇଛି. ଏଥିସହ ମୋହନା ଅବକାରୀ ଥାନା ଅଧୀନର ଅନ୍ତରବା ଓ ଚୁଡ଼ଙ୍ଗପୁର ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ବେଳେ 3 ଗୋଟି ମଟର ସାଇକେଲ ଯୋଗେ 280 ଲିଟର ଦେଶୀ ରନ୍ଧାମଦ ବେଆଇନ ଚାଲାଣ ବେଳେ ଜବତ କରାଯାଇଛି. ଚୋରାଚାଲାଣରେ ବ୍ୟବହୃତ 3 ଗୋଟି ମଟର ସାଇକେଲ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଛି. ମୋହନା ଅବକାରୀ ଥାନା ଅଧିକାରୀ ଦଣ୍ଡ ଶବରଙ୍କ ନେତୃତ୍ୱରେ ଉପରୋକ୍ତ 2 ଗୋଟି ଚଢାଉ ହୋଇଥିବା ସୂଚନା ମିଳିଛି.