Spread the love

ନର୍ବାସ କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜନ କଲା ପିକକ୍ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିଶା ନିଶାମୁକ୍ତି ପୁନର୍ବାସ କେ

ଢ଼ାଇବା କଟକ, ୧୩ ଅକ୍ଟୋବର ୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଏବଂ ମାନବସେବାର ମହତ୍ତ୍ବକୁ ଆଗକୁ ବଢ଼ା ଉଦ୍ଦେଶ୍ୟରେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ କଟକର ଭାନପୁର, ଡାହାଳିଆବାଗସ୍ଥିତ ଦିଶ ।ସ୍ଥିତ ଦିଶା ନିଶାମୁକ୍ତି ପୁନର୍ବାସ କେନ୍ଦ୍ର ପରିସରରେ ‘ସେବ ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ରକ୍ତଦାନ ଶିବିର ଆୟୋ ୟୋଜନ କରାଯାଇଥିଲା I

ପିକକ୍ ଦ୍ବାରା ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଫେବୃଆରୀ ୨୦୨୪ ଠାରୁ ଦିଶା ନିଶାମୁକ୍ତି ପୁନର୍ବାସ କେନ୍ଦ୍ର ପରିଚାଳିତ ହୋଇଆସୁଛି I ଏହି କେନ୍ଦ୍ର ମାଧ୍ଯମ ମରେ ନିଶାସକ୍ତ ବ୍ୟକ୍ତିମାନଙ୍କୁ ଚିକିତ୍ସା, ପରାମର୍ଶ ଓ ପୁନର୍ବାସ ସେବା ଯୋଗାଇ ଦିଆଯାଉଛି I ଏପର୍ଯ୍ୟନ୍ତ କେନ୍ଦ୍ର ମାଧ୍ଯମରେ ୭୮୦ ଜଣ ହିତାକାରୀ ଚିକିତ୍ସା ଓ ସହାୟତା ପାଇସାରିଛନ୍ତି I ଏଥ୍ ସହିତ, ଅନ୍ତେବାସୀମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶମୂଳକ ପ୍ରଶିକ୍ଷଣ ଦିଆଯାଉଛି, ଯାହାଦ୍ବାରା ସେମାନେ ନିଜ ପରିବାର ଓ ସମାଜରେ ସମ୍ମାନର ସହ ପୁନଃସ୍ଥାପିତ ହୋଇପାରିବେ I

ଏହି ରକ୍ତଦାନ ଶିବିରରେ ଦିଶା କେନ୍ଦ୍ରର ୧୬ ଜଣ ଅନ୍ତେବାସୀଙ୍କ ସମେତ ମୋଟ ୨୨ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଅଂଶଗ୍ରହଣ କରି ୨୨ ୟୁନିଟ୍ ଅର୍ଥାତ୍ ୬.୬ ଲିଟର ରକ୍ତ ଦାନ କରିଥିଲେ I ଏହି ମହତ୍ କାର୍ଯ୍ୟ ଜରିଆରେ ରକ୍ତଦାତାମାନେ ଅନ୍ୟର ଜୀବନ ରକ୍ଷା କରିବା ସହ ମାନବିକତା ଓ ସାମାଜିକ ଦାୟିତ୍ବବୋଧର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଥିଲେ I

ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ବିଶେଷଜ୍ଞ ରଘୁ ପ୍ରସାଦ ଶତପଥୀ, ସାମାଜିକ କର୍ମୀ ଜ୍ୟୋତି ଶଙ୍କର ମହାନ୍ତି, ଡାକ୍ତର ମିଲନ ମେହେର, ସାମାଜିକ କର୍ମୀ ରାକେଶ କୁମାର ମିଶ୍ର ଏବଂ ପିକକ୍ ର ଦିଶା ପ୍ରକଳ୍ପ ଟିମ୍‌ର ସଦସ୍ୟମାନେ ପରିଚାଳନ I କରିଥିଲେ I

ଦିଶା ପ୍ରକଳ୍ପ ଟିମ୍‌ର ଏହି ଉଦ୍ୟମକୁ ପ୍ରଶଂସା କରି ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି ଛି କହିଥିଲେ, “ରକ୍ତଦାନ ଏକ ମହତ୍ ଦାନ, ଯାହା ଅନେକ ଜୀବନ ବଞ୍ଚାଇପ ଞ୍ଚାଇପାରେ I ପିକକ୍ ସର୍ବଦା ଏଭଳି ମାନବିକ ଓ ସମାଜ କଲ୍ୟାଣମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିଆସିଛି I ଏହା ସମାଜରେ ସହାନୁଭୂତି, ସହଯୋଗ ଓ ସାମୂହିକ ଦାୟିତ୍ବବୋଧକୁ ସୁଦୃଢ଼ କରି କରିଥାଏ।”

ଏହି ପଦକ୍ଷେପ ମାଧ୍ଯମ []ଧ୍ଯମରେ ପିକକ୍ ସମାଜ କଲ୍ୟାଣ, ମାନବିକ ସେବା ଏବଂ ଏକ ସୁସ୍ଥ, ସହାନୁଭୂତିଶୀଳ ଓ ସମ୍ବେଦନଶୀଳ ସମାଜ ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ କରିଛି । ଗଠନ ପ୍ରତି ନିଜର ପ୍ରତିବଦ୍ଦତା କୁ ପୁନର୍ବାର ଦୃଢ କରିଛି |