ପଶ୍ଚିମ ଓଡିଶାସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ-2026 ଅନୁଷ୍ଠିତ ହୋଇଯାଇଛି
ରାଉରକେଲା ତା 11/10/26 (ରବିବାର) ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାନ ଗଣପର୍ବ
“ନୁଆଁଖାଇ ଭେଟଘାଟ” ମହା ସମାରୋହରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସକାଳ 10 ରୁ ରାତି 10 ଟା ପର୍ଯ୍ୟନ୍ତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଗଂଗାଧାର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଡ଼ ବ୍ୟୋମକେଶ ତ୍ରିପାଠୀ ଯୋଗଦାନ କରିଥିଲେ ।
ଉଦ୍ଘାଟକ ଶ୍ରୀ ତନ୍ତୀ ନୁଆଁଖାଇ ଭେଟଘାଟ ମାଧ୍ୟମରେ ଲୋକମାନଙ୍କ ଭିତରେ କିପରି ଭାଇଚାରା ବଳ ବତ୍ତର ହୋଇ ସାମାଜିକ ପ୍ରତିବଦ୍ଧତା ସୁଦୃଢ ହୁଏ ସେ ବିଷୟରେ ଆଲୋକ ପାତ କରିଥିଲେ। ଏହି ସାଂସ୍କୃତିକ ପରିଷଦ କିପରି ପଶ୍ଚିମ ଓଡିଶାର କଳା, ସାହିତ୍ୟ ଓ ସଂସ୍କୃତି ବିକଶିତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ସେ ବିଷୟରେ କହିଥିଲେ। ଆହୁରି ସୂଚନା ଦେଇଥିଲେ ପରିଷଦର ନେତୃତ୍ୱରେ ନୂଆଁଖାଇକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରୟାସ କରାଯିବା ଦରକାର । ଏ ନିମନ୍ତେ ତାଙ୍କର ଯଥୋଚିତ ସାହାଯ୍ୟ ଓ ସହଯୋଗ ର ପ୍ରତିଶ୍ରୁତି ଦେଇଥଲେ। ମୁଖ୍ୟ ଅତିଥି ନୁଆଁଖାଇର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ ।ସେ କହିଥିଲେ ଶିଶୁ ଓ ନବ ଯୁବ ଗୋଷ୍ଟି ଙ୍କୁ ନୂଆଖାଇର ଉଦ୍ଦେଶ୍ୟ ,ଆବଶ୍ୟକତା ଓ ବିଧି ବିଧାନ ବିଷୟରେ ଅବଗତ କରାଇବାରେ ନୂଆଖାଇ ଭେଟ୍ ଘାଟ୍ ପାଳନ ବିଶେଷ ସହାୟକ ହେବ।ଭେଟଘାଟ କାର୍ଯ୍ୟକ୍ରମ ପାରମ୍ପରିକ “ପାହୁର” ଯାତ୍ରା, ମାଆ ସମଲେଶ୍ୱରୀ ଙ୍କ ପୂଜାର୍ଚନା ଓ ମହାଆଳତି ରୁ ଆରମ୍ଭ ହୋଇ ଥିଲା। ଏହି ଉପଲକ୍ଷେ ବିଜୟ କୁମାର ବାଗ ଓ ସାଥି ନୁଆଁଖାଇ ଆଧାରିତ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବା ସହ ନୂଆଖାଇ ଆମ ପାଇଁ କେବଳ ପରମ୍ପରା ରକ୍ଷା କି ଉତ୍ସାହ ଉଦ୍ଦୀପନା ର୍ ପର୍ବ ହୋଇନାହିଁ ବରଂ ଏହା ବହୁ ସଦସ୍ୟଙ୍କୁ ଆକର୍ଷିତ କରାଇ ଅନୁଷ୍ଠାନ ର ବହୁବିଧ ପ୍ରଗତିରେ ସହାୟକ ହୋଇପାରିଛି।
ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଢ଼ୀ ପରିଷଦର କାର୍ଯ୍ୟକ୍ରମ ଗୁଡିକର ବିବରଣୀ ଉପସ୍ଥାପନ କରିଥିଲେ। ପରିଷଦର ଇ- ମେଗାଜ଼ୀନ “ଝୁଲକା” ର ସ୍ୱତନ୍ତ୍ର ନୁଆଁଖାଇ ସଂସ୍କରଣ ଏହି ଅବସରରେ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଭେଟଘାଟ ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା ଓ ବିଚାରକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମାରୋହରେ ସମ୍ବଲପୁରର ପ୍ରାକ୍ତନ ପ୍ରାଧ୍ୟାପକ ସହିତ୍ୟକ, ଉଦଘୋଷକ ତଥା ସମାଜସେବୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମ ର ପୂର୍ବାହ୍ନ ରେ ବିଜୟ ବାଗ ଓ ସାଥି କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ସନ୍ଧ୍ୟା ସଂଚାଳନ କରି ଥିଲାବେଳେ ସାଂସ୍କୃତିକ ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରି ଥିଲେ। ମଧ୍ୟାହ୍ନ ଭୋଜନ ପରେ ସୁନ୍ଦରଗଡ଼ରୁ ଆସିଥିବା ବିଶିଷ୍ଟ ହାସ୍ୟ ବ୍ୟଙ୍ଗ କବି ତଥା ଗୀତିକାର ଦୁର୍ଗା ମାଧବ ପଣ୍ଡା ହାସ୍ୟ ବ୍ୟଙ୍ଗ କାର୍ଯ୍ୟକ୍ରମ କରିଥିଲେ ।ସେହିପରି ସୋନପୁରର ଅଧ୍ୟାପକ ରଜତ ରାଜ ପାଣିଗ୍ରାହୀ ବିଲୁପ୍ତ ବା ବିଲୁପ୍ତ ପ୍ରାୟ ଲୋକ ସଂସ୍କୃତି “ମାଟିର କଲା ” ଉପରେ ଏକ ବୃତ୍ତଚିତ୍ର ଉପସ୍ଥାପନ କରିଥିଲେ। ଏହା ଲୋକଙ୍କୁ ଗଭୀର ଭାବରେ ଛୁଇଁଥିଲା। ଶୁଭେନ୍ଦୁ ପାଣ୍ଡାଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ନିଜସ୍ୱ କଳାକାରଙ୍କ ଦ୍ୱାରା ନାଟକ, ନୃତ୍ୟ ଓ ଫେଶନ ଶୋ ର ମିଶ୍ରଣ କୁ ନେଇ ଉପସ୍ଥାପନ କରାଯାଇଥିଲା “ଆମର ତିହାର ନୂଆଖାଇ ଜୁହାର” ।ନାଟକ ବିଭାଗ କୁ ଶ୍ରୀକାନ୍ତ ଷଡ଼ଙ୍ଗୀ,ନୃତ୍ୟ କୁ ସଂଗୀତା ପଟେଲ ଓ ଫେଶନ ଶୋ କୁ ବନ୍ଦନା ବେହେରା ନିର୍ଦ୍ଦେଶନା ଦେଇଥିଲେ। ସୋନପୁରର କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ ଖ୍ୟାତି ସମ୍ପନ୍ନ କଳlନୁଷ୍ଠାନ “ରୁମକୁଝୁମାନା” ଦ୍ୱାରା ସମ୍ବଲପୁରୀ ରଙ୍ଗlରଙ୍ଗ ବିଚିତ୍ରା କାର୍ଯ୍ୟକ୍ରମ ରାତି ଦଶଟା ପର୍ଯ୍ୟନ୍ତ ପରି ବେଷଣ କରାଯାଇଥିଲା।
ଏହି ଭେଟଘାଟକୁ କାର୍ଯ୍ୟକ୍ରମ ଯେଉଁ ମାନଙ୍କ ସହଯୋଗ ରେ ସଫଳ ହୋଇଥିଲା ସେମାନେ ହେଲେ ଡାକ୍ତର ବିଜୟ ସାହୁ,ଡ଼ କିଶୋରୀ ଦାଶ, ବିମଲ ବିଶି,ପଦ୍ମଲୋଚନ ବାଗ, ଅଶୋକ ଭଏଁଶା ,ଏରିଅର ଜlଲ, ନିବାସ ଦାଶ, , ଶ୍ରୀପତି ତ୍ରିପାଠୀ, ପ୍ରବୀର ମିଶ୍ର,କେଶବ ସେଠ,ହେମନ୍ତ ଭୋଇ,ଦୁତିଆ ଭୋଇ, ନରୋତ୍ତୋମ ଭୋଇ,ବିମଲ ପ୍ରଧାନ,ଶରତ ଦାଶ, ଅଜିତ ଦାଶ,ଦୁର୍ଗା ସାହୁ, ଡ ସୁବୋଧ ମେହେର,ମନୋଜ ସେଠ,ଆଲୋକ ମହାପାତ୍ର ,ଶୁଭେନ୍ଦୁ ପଣ୍ଡା, ମଦନ ବେହେରା, ଗୌରୀ ପ୍ରଧାନ,ନରେନ୍ଦ୍ର ମିଶ୍ର,ଅଙ୍ଗରୋଜ ଛନ୍ଦ ପ୍ରମୁଖ ସହଯୋଗ କରିଥିଲେ।
ପରିଷଦର ବରିଷ୍ଠ ସଦସ୍ୟ ଭାଗବାନ ପତି,ଡ ସୌଭାଗ୍ୟ ଲଷ୍ମୀ ଦାସ,ଦେବେଶ ପୁରୋହିତ,ଡ ଅଜୟ ମିଶ୍ର, ଉପସ୍ଥିତ ଥିଲେ।











