ଗଜପତି // ପାରଳା ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ପୁରା ଗୋଦାମ ସିଲ୍ ଓ ଏସପିଙ୍କ ଦ୍ୱାରା 3 ଜଣ ବରିଷ୍ଠ ପୋଲିସ ଅଧିଚାରୀ ଓ ସରକାରୀ ଓକିଲ ସମ୍ମାନୀତ

Spread the love

ପାରଳା ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ଗୋଦାମ ସିଲ୍
ପାରଳାଖେମୁଣ୍ଡି,7/10(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଆଜି ପାଟ୍ରୋଲିଂ ସମୟରେ ପାରଳାଖେମୁଣ୍ଡି ମଡେଲ ପୋଲିସ ଷ୍ଟେସନର ଏସ୍‌ଆଇ ପ୍ରଣୟ ଗନ୍ତାୟତଙ୍କ ନେତୃତ୍ୱରେ ପୋଲିସ ଟିମ୍ ରାଣୀପେଣ୍ଠସ୍ଥିତ ହନୁମାନ ଫାୟାରୱାର୍କସ୍ ପଛପଟେ ଥିବା ଏକ ଗୋଦାମରେ ବିନା ବୈଧ ଲାଇସେନ୍ସରେ ବାଣ ମହଜୁଦ ରଖି ବିକ୍ରି କରାଯାଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇଥିଲେ।

ସୂଚନା ଆଧାରରେ ପୋଲିସ ଉକ୍ତ ଗୋଦାମରେ ଚଢ଼ାଉ କରି ବିଭିନ୍ନ ପ୍ରକାରର ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରିଥିଲା। ଯାଞ୍ଚ ସମୟରେ ନନ୍ଦେଶ ଦୁର୍ଗା (୪୩), ପିତା-ସ୍ୱର୍ଗତ ନନ୍ଦେଶ କୃଷ୍ଣ ରାଓ, ଗ୍ରାମ-ସିଦ୍ଧମଡାଙ୍ଗ, ଉକ୍ତ ଗୋଦାମକୁ ବାଣ ମହଜୁଦ ଓ ବିକ୍ରି ପାଇଁ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ସେ ବାଣ ରଖିବା କିମ୍ବା ବିକ୍ରି କରିବା ସମ୍ପର୍କିତ କୌଣସି ବୈଧ ଲାଇସେନ୍ସ/ଅନୁମତିପତ୍ର ଦେଖାଇ ପାରିନଥିଲେ। ପରବର୍ତ୍ତୀ ଯାଞ୍ଚରେ ଗୋଦାମ ଘରଟି ଶ୍ରୀ ଲାଡି ଶ୍ରୀନୁଙ୍କ ମାଲିକାନାରେ ଥିବା ଜଣାପଡ଼ିଥିଲା। ପୋଲିସ ପକ୍ଷରୁ ଉକ୍ତ ଗୋଦାମକୁ ସିଲ୍ କରାଯାଇଛି। ଏହି ଘଟଣାରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନ କେସ୍ ନଂ. ୪୧୫/୨୦୨୬, ଧାରା ୨୮୮ BNS ସହ ଧାରା ୯(B), Explosives Act, 1884 ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ଗଜପତି ଏସପିଙ୍କ ଦ୍ୱାରା 3 ଜଣ ବରିଷ୍ଠ ପୋଲିସ ଅଧିଚାରୀ ଓ ସରକାରୀ ଓକିଲ ସମ୍ମାନୀତ
ପାରଳାଖେମୁଣ୍ଡି, 7/10(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଏସ୍.ପି. ପ୍ରହଲ୍ଲାଦ ସହାୟ ମୀନା 3 ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ସେମାନଙ୍କ ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ଓ ନିଷ୍ଠାପର ପ୍ରୟାସ ପାଇଁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନୀତ କରିଛନ୍ତି.

ଗଜପତି ଜିଲ୍ଲାରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ତଥା ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପ୍ରମୁଖ ଅବଦାନ ସାଜିଥିବା ସହ କର୍ଭବ୍ୟରେ ସଫଳ ସମ୍ପାଦନ ଏବଂ ବୃଭିଗତ ନିଷ୍ଠା ପାଇଁ ପାରଳାଖେମୁଣ୍ଡି ସାଇବର ଥାନାର ଡ଼ିଏସପି ଅମିତାଭ ପଣ୍ଡା, ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଆର. ଉଦୟଗିରି ଥାନାର ବରିଷ୍ଠ ପୋଲିସ ଅଧିକାରୀ କଳ୍ପଲତା ପ୍ରଧାନଙ୍କ ସମେତ ସରକାରୀ ଓକିଲ ସରୋଜ କୁମାର ରଥଙ୍କୁ ଏକ ସ୍ୱତନ୍ତ୍ର ବୈଠକରେ ଏସ୍.ପି. ଶ୍ରୀ ମୀନା ପ୍ରଂଶସା ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଛନ୍ତି.