କନ୍ଧମାଳ : ତିନିମାସ ହେବ ବସୁଧା ପାନୀୟ ଅଚଳ, ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ଅବହେଳା କାହିଁକି ?..
କନ୍ଧମାଳ କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା କ ନୂଆଗାଁ ବ୍ଲକ୍ ବଣ୍ଡଗୁଡ଼ା ପଞ୍ଚାୟତର ଉପର କଙ୍ଗେରିକିଆ ଗ୍ରାମରେ ତିନୀ ମାସ ହେବ ବସୁଧା ପାନୀୟ ଜଳ ପ୍ରକଳ୍ପ ଅଚଳ ହେଇଥିବା ଦେଖିବାକୁ ମିଳିଛି l ଗ୍ରାମାଞ୍ଚଳରେ ଲୋକମାନ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ କରାଯାଉଛି ଲକ୍ଷାଧିକ ଟଙ୍କା ର ବ୍ୟୟ ଅଟକଳ ପାନୀୟ ଜଳ ପ୍ରକଳ୍ପ କିନ୍ତୁ କିଛି ଦିନ ତଳେ ତାହା ଅଚଳ ହଇ ପଡ଼ି ରହିଛି l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କଙ୍ଗେରିକିଆ ଗ୍ରାମରେ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି l ଗ୍ରାମବାସୀ ଙ୍କ ପାନୀୟ ଜଳ ଆବଶ୍ୟକ ମେଣ୍ଟାଇବା ପାଇଁ ବହୁତ ବର୍ଷ ପୁର୍ବରୁ ବସୁଧା ପାନୀୟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l ବର୍ତ୍ତମାନ ଗୋଟିଏ ମାସ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ l ପାଣି ପମ୍ପ କୁ ବିଦ୍ୟୁତ ଠିକ୍ ଭାବରେ ଯାଉନଥିବାରୁ ରୁ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ପଡ଼ି ରହିଛି l ଏହି ବିଷୟରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ଦାୟିତ୍ୱ ରେ ପାନୀୟଜଳ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତା ମରାମତି ହୋଇ ପାରୁନଥିବା ଅଭିଯୋଗ କରିଛନ୍ତି ଯୋଶବନ୍ତ ପ୍ରଧାନ,ରିଙ୍କୁ ପ୍ରଧାନ,ଶଙ୍କର ପ୍ରଧାନ, କୃପା ନନ୍ଦ ପ୍ରଧାନ,ବିମିରାଜ ପ୍ରଧାନ, ସନ୍ତୋଷ ପ୍ରଧାନ, ସମେତ କଙ୍ଗେରିକିଆ ଅଞ୍ଚଳବାସୀ ଦାବି କରିଛନ୍ତି l











