Spread the love

କନ୍ଧମାଳ : ଜିଲ୍ଲା ସ୍ତରୀୟ ବ୍ୟାଙ୍କିଙ୍ଗ ରିଭ୍ୟୁ ବୈଠକ ଅନୁଷ୍ଠିତ..

କନ୍ଧମାଳ :କୁନା ଦିଗାଲ (ଦର୍ଶନ ସମୀକ୍ଷା)

ଜିଲ୍ଲା ପଞ୍ଚାୟତ ଭବନ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଡି ଏଲ୍ ଆର୍ ସି, ଡି ସି ସି, ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ର ସମସ୍ତ ବ୍ୟାଙ୍କ କର୍ମଚାରୀ ଏବଂ ଜିଲ୍ଲା ସ୍ତରୀୟ ବ୍ୟାଙ୍କିଙ୍ଗ ରିଭ୍ୟୁ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ଜିଲ୍ଲା ସ୍ତରୀୟ ବୈଠକ ରେ ଡିପିସି ରାମ ତାଣ୍ଡି, ଏଲ୍ଦି ଏମ୍, ଡି ଡି ଏମ୍, ନାବାର୍ଡ, day ସି ଇ ଓ ଓର୍ ମାସ୍ ଏବଂ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ଥିଲେ l ସମସ୍ତ ବ୍ୟାଙ୍କ କର୍ମଚାରି ମାନଙ୍କୁ ଜିଲ୍ଲାପାଳ ବେଦ ଭୂଷଣ ମହୋଦୟ ଙ୍କ ନିର୍ଦେଶ କି ଯେ କୌଣସି ବେନିଫିସିଆରି ବା କୌଣସି ମୃତ୍ୟୁ ଜନିତ ଘଟଣା ରେ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି l କୌଣସି ହିତାଧିକାରୀ ଯେମିତି କୌଣସି ସରକାରୀ ସହାୟତା ରୁ ବଞ୍ଚିତ ହେବେନାହିଁ ସେଥିପ୍ରତି ଧ୍ୟାନ ଦେବାପାଇଁ କହିବା ସହିତ ବ୍ୟାଙ୍କ ଜରିଆରେ ଯାହାବି ସରକାରୀ ଅନୁଦାନ ପ୍ରଦାନ କରାଯାଉଛି କିମ୍ବା ଯାହାବି ସୁବିଧା ରହିଛି ସେସବୁକୁ ଲୋକଲୋଚନ କୁ ଆଣିବା ନିତ୍ୟାନ୍ତ ଆବଶ୍ୟକ ବଲି କହିଥିଲେ l ମିଶନ ଶକ୍ତି, ଓ ଏଲ୍ ଏମ୍ , ଏସ୍ ଏ ଜି ଗ୍ରୁମ୍ ମା ମାନେ ନେଉଥିବା ଲୋନ୍ କୁ ତଦାରାଖ କରିବା, ଏମ୍ବି କେ ଏବଂ ସି ଆରର୍ପି ମାନଙ୍କୁ ତାଲିମ୍ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମହୋଦୟ ନିର୍ଦେଶ ଦେଇଥିଲେ l ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଲୋନ୍ ପ୍ରଦାନ କରିବାର ନିୟମ ରହିଛି.. ସେଥିରେ 20 % ସବସିଟି ରହିଥିବା କୁହା ଯାଇଥିଲା l ସେହିପରି ଜିଲ୍ଲା ରୁ ଆସିଥିବା ସମସ୍ତ ବ୍ୟାଙ୍କ କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ନିଜ ନିଜର ମତ ପ୍ରକାସ କରି ଅନେକ ପ୍ରକାର ର ସରକାରୀ ସହାୟତା ବିଷୟରେ ଆଲୋଚନା କରିଥିଲେ l