ଉତ୍କଳ ହସ୍ପିଟାଲରେ ୧୩ ବର୍ଷ ବାଳକ ପେଟରୁ ସାଇକେଲ ହାଣ୍ଡଲର ପ୍ଲାଷ୍ଟିକ୍ ମୁଠା ବାହାର କରାଗଲା l
23.04.2025, (ଦର୍ଶନ ସମୀକ୍ଷା )ଭୁଵନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ Multispecialty ଉତ୍କଳ ହସ୍ପିଟାଲରେ ଏକ ଜଟିଳ ସମୟ ଉପଯୋଗୀ ଅସ୍ତ୍ରୋପଚାର ସର୍ଜରୀ ବିଭାଗର ବରିଷ୍ଟ ସର୍ଜନ ଡ଼କ୍ଟର ଗୌରବ ଦାସଙ୍କ ତତ୍ତ୍ଵାବଧାନରେ ତାଙ୍କ ସହଯୋଗି ମାନଙ୍କ ଦ୍ବାରା ସଫଳତାର ସହ ସମ୍ପନ୍ନ ହୋଇଛି l
ତାଳଚେରର ୧୩ ବର୍ଷର ବାଳକ ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣା ଶିକାର ହୋଇଥିଲେ ତାଙ୍କର ସାଙ୍ଗମାନେ ହାଣ୍ଡଲେ ଟିକୁ ପେଟରୁ ବାହାର କରିଦେଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ତାଙ୍କର ଆସୁଚିକିତ୍ସା କରାଯାଇ ପେଟର କ୍ଷତ ସ୍ଥାନ ଟିକୁ ବନ୍ଦ କରି ଦିଆଯାଇଥିଲା
ପରେ ପିଲାଟିର ପେଟରେ ଯନ୍ତ୍ରଣା ହେବାରୁ ୭, ୮ ଦୀନପରେ ପରିବାର ସଦସ୍ୟ ମାନେ ଉତ୍କଳ ହସ୍ପିଟାଲର ସର୍ଜରୀ ବିଭାଗର ବରିଷ୍ଠ ସର୍ଜନ ଡ଼ାକ୍ତର Dr.Gourav Das ଙ୍କୁ ଯୋଗାଯୋଗ କରି ତାଙ୍କୁ ଉତ୍କଳ ହସ୍ପିଟାଲରେ ପିଲାଟିକୁ ଦେଖାଇ ଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ MRI କରାଗଲା ରିପୋର୍ଟ ଆସିବାପରେ ଜଣାପଡ଼ିଲା ଯେ ସାଇକେଲ ହlଣ୍ଡେଲର ପ୍ଲାଷ୍ଟିକ ମୁଠାଟି ଛୁଆଟିର ପେଟଭିତରେ ରହିଯାଇଛି l
ତୁରନ୍ତ Dr. Gourav Das ଏବଂ ତାଙ୍କ ସହଯୋଗିମାନେ ସମୟଉପଯୋଗି ଅସ୍ତ୍ରୋପଚାର କରି ପିଲାଟିର ପେଟରୁ ପ୍ଲାଷ୍ଟିକ ମୁଠା ସାଇକେଲ ହlଣ୍ଡଲର ଏବଂ ୩୦୦ ଗ୍ରାମ ପୂଜ ଏସବୁ ପେଟର ଭିତରୁ ବାହାରକରିଥିଲେ l
ଏବେ ପିଲାଟି ହସ୍ପିଟାଲର ବିଶେସଜ୍ଞ ଡକ୍ଟରଙ୍କ ହେପାଜତରେ ଅଛନ୍ତି l
ଏହି ଜଟିଳ ଓ ସମୟଉପଯୋଗି ଚିକିତ୍ସା ପ୍ରକ୍ରୀୟlଟୀକୂ ଉତ୍କଳ ହସ୍ପିଟାଲର ସର୍ଜରୀ ବିଭାଗର ବରିଷ୍ଟ ସର୍ଜନ Dr.Gourav Das ସମ୍ପନ୍ନ କରୁଥିବାରୁ ତାଙ୍କୁ ଓ ତାଙ୍କର ଟିମକୁ ପିଲାଟିର ପାରିବାର ସଦସ୍ୟ ମାନେ , ଉତ୍କଳ ହସପିଟାଲର ଚେୟାରମ୍ୟାନ Dr. Aditya Kumar Samal, ପରିଚାଳନା ନିର୍ଦେଶକ ଡ ପ୍ରଜ୍ଞାନ ରଞ୍ଜନ ଘଡେଇ,ସିଇଓ ଶ୍ରୀ ବି. କେ. ସୁବୋଧ ସିଂହ, ଡାଇରେକ୍ଟର ମେଡିକାଲ୍ ସର୍ଭିସେସ ଡ଼ାକ୍ତର ରଞ୍ଜନ କୁମାର ମହାପାତ୍ର ,COO Mr.Manav ଏବଂ ହସ୍ପିଟାଲର ଡାଇରେକ୍ଟର ମାନେ ଧନ୍ୟ ବାଦ ପ୍ରଦାନ କରିଥିଲେl