ଭୁବନେଶ୍ୱର :(ଦର୍ଶନ ସମୀକ୍ଷା) ଏପ୍ରିଲ ୩୦ରେ ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କରିବ ବିଜେପି କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ
ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ
ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ
କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ
ଭୁବନେଶ୍ୱର, ତା.୨୨/୦୪: ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ । ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ ପୂଜାର୍ଚ୍ଚନା କରିବା ସହ ମୁଠି ଅନୁକୁଳ କରି ଚାଷ କାମ ଆରମ୍ଭ କରିଥାଏ । ଏପ୍ରିଲ ୩୦ ତାରିଖ (ବୁଧବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କାର୍ଯ୍ୟକ୍ରମ କରିବ । ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ କରାଯିବ । ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।
ଶ୍ରୀ ସାହୁ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, କୃଷି ଓ କୃଷକର ଉନ୍ନତି ପାଇଁ ବିଜେପି ସରକାର ବଦ୍ଧ ପରିକର । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ସବୁ ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ଯୋଜନା କରଛନ୍ତି । ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ କୃଷି କଲ୍ୟାଣୀକାରୀ ଯୋଜନା କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏସବୁ ଯୋଜନା ଉପରେ ଚାଷୀମାନଙ୍କୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଅବଗତ କରାଯିବ । ତତ୍ସହିତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ । ଏସବୁ ଚାଷୀ ସମାବେଶ ଓ ଅକ୍ଷୟ ତୃତୀୟା ମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସାହୁ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
(ବିଜେପି ମିଡିଆ ସେଲ୍)