Spread the love

ଲକ୍ଷେ ଟଙ୍କା ଟପିଲା ସୁନା ଦର…

ପ୍ରଦୀପ କୁମାର ପଣ୍ଡା ଭୁବନେଶ୍ୱର ଦର୍ଶନ ସମୀକ୍ଷା

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସୁନା ଦର। ଘରୋଇ ବଜାରରେ ସୁନା ଓ ରୁପା ଦର ଏବେ ଆଉ ଏକ ନୂଆ ଇତିହାସ ରଚିଛି। ଚାହିଦା ବୃଦ୍ଧି ସହ ସୁନା ଦର ୯୯,୦୦୦ ଟଙ୍କା ପାର୍‌ କରିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧,୬୫୦ ଟଙ୍କା ବଢ଼ି ୯୯,୮୦୦ ଟଙ୍କା ହୋଇଛି । ଲକ୍ଷେ ହେବାକୁ ଆଉ ୨୦୦ ଟଙ୍କାର ଫରକ । ମାତ୍ର ସୁନାରେ ୩% ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବା ପରେ ଏହାର ଦର ୧,୦୦,୧୬୬ ଟଙ୍କା ଛୁଇଁଛି । ଅଖିଳ ଭାରତୀୟ ସରାଫା ସଂଘ ମୁତାବକ, ଦିଲ୍ଲୀରେ ଆଜି ୯୯.୯% ଶୁଦ୍ଧତାଯୁକ୍ତ ସୁନା ଦର ୯୯,୮୦୦ ଟଙ୍କା ହୋଇଛି । ସେହିଭଳି ୯୯.୫% ଶୁଦ୍ଧତାଯୁକ୍ତ ସୁନା ୧,୬୦୦ ଟଙ୍କା ବଢ଼ି ୯୯,୩୦୦ ଟଙ୍କା ହୋଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ବ ଅନିଶ୍ଚିତତା ଦେଇ ଗତି କରୁଛି। ଏହାକୁ ନେଇ ଦୁନିଆର ଅର୍ଥନୀତି ପ୍ରଭାବିତ ହୋଇଛି। ସୁନାରେ ନିବେଶ କରିବାରୁ ନିବେଶକମାନେ ସୁରକ୍ଷିତ ମଣୁଛନ୍ତି। ନିବେଶକମାନେ ବିପଦ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସୁନାରେ ନିବେଶ ବୃଦ୍ଧି କରୁଛନ୍ତି। ସେହିଭଳି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । କାରଣ ଯେତେବେଳେ ଟଙ୍କା ଦୁର୍ବଳ ହୁଏ, ସେତେବେଳେ ଆମଦାନିରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି ୪% ହ୍ରାସ ଘଟିଛି । ଫଳରେ ସୁନା ଦର ଉପରେ ଚାପ ବୃଦ୍ଧି ପାଇଛି ।

ଏଭଳି ସମୟରେ ସୁନା ଗହଣା ଚାହିଦା ବୃଦ୍ଧି ପାଇଛି । ଏହା ମଧ୍ୟ ଦରକୁ ଊଦ୍ଧ୍ୱର୍ମୁଖୀ କରିବାର ଅନ୍ୟ ଏକ କାରଣ । ନିବେଶ ଲାଗି ସୁରକ୍ଷିତ ମାଧ୍ୟମ ହେବା ସହ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଏହି ଧାତୁକୁ ମହଙ୍ଗା କରୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଖାଲି ସୁନା ନୁହେଁ, ରୁପା ଦର ମଧ୍ୟ ଦ୍ରୁତ ବେଗରେ ବଢ଼ିଚାଲିଛି ।

Leave a Reply

Your email address will not be published. Required fields are marked *