Spread the love

ହନୁମାନ ଚାଳିଶାର ଓଡ଼ିଆ ଭାବାର୍ଥ

ଶ୍ରୀଗୁରୁ ଚରନ ସରୋଜ ରଜ ନିଜମନୁ ମୁକୁରୁ ସୁଧାରି l
ବରନଉଁ ରଘୁବର ବିମଲ ଯସୁ, ଯୋଦାୟକୁ ଫଲଚାରି ll

ବୁଦ୍ଧିହୀନ ତନୁଜାନିକେ, ସୁମିରୌ ପବନକୁମାର l
ବଲବୁଧିବିଦ୍ୟା ଦେହୁ ମୋହିଁ, ହରହୁ କଲେଶ ବିକାର ll

ଭାବାର୍ଥ :- ଶ୍ରୀଗୁରୁଙ୍କ ଚରଣ ରେଣୁରେ ମୋ ମନକୁ ପରିଷ୍କାର କରି ଶ୍ରୀ ରଘୁବୀରଙ୍କ ତ୍ରୁଟିଶୂନ୍ୟ ଯଶକୁ ବର୍ଣ୍ଣନା କରୁଅଛି l ଯାହା ଭକ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଫଳ ପ୍ରଦାନ କରିଥାଏ ll

ହେ ପବନ ପୁତ୍ର, ମୁଁ ଆପଣଙ୍କୁ ସ୍ମରଣ କରୁଛି l ଆପଣ ମୋତେ ବଳ ବୁଦ୍ଧି ବିଦ୍ୟା ପ୍ରଦାନ କରନ୍ତୁ l ମୋର ସମସ୍ତ ଦୁଃଖ କଷ୍ଟ ଦୂର କରନ୍ତୁ ll

               ll ଚୌପାଇ ll 

ଜୟ ହନୁମାନ ଜ୍ଞାନ ଗୁନ ସାଗର l
ଜୟ କପିସ ତିହୁଁ ଲୋକ ଉଜାଗର ll

                            ରାମ ଦୂତ ଅତୁଳିତ ବଲଧାମା l
                            ଅଞ୍ଜନୀ ପୁତ୍ର ପବନସୁତ ନାମା ll

ଭାବାର୍ଥ :- ଜ୍ଞାନ ଗୁଣର ସାଗର ପ୍ରଭୁ ହନୁମାନଙ୍କର ଜୟ ହେଉ l ତିନିଲୋକରେ ଆପଣଙ୍କର ଯଶ ପ୍ରଚାରିତ ହେଉ ll ହେ ରାମ ଦୂତ ଆପଣ ଅସୀମ ବଳଶାଳୀ l ଆପଣ ମାତା ଅଞ୍ଜନା, ପିତା ପବନଦେବଙ୍କ ପୁତ୍ର ରୂପରେ ଖ୍ୟାତ ll

ମହାବୀର ବିକ୍ରମ ବଜରଙ୍ଗୀ l

କୁମତି ନିୱାର ସୁମତିକେ ସଂଗୀ ll

                          କଂଚନ ବରନ ବିରାଜ ସୁବେଶା l
                            କାନନ କୁଣ୍ଡଳ କୁଞ୍ଚିତ କେଶା ll

ଭାବାର୍ଥ :- ହେ ମହାବୀର ପ୍ରବଳ ପରାକ୍ରମଶାଳୀ ବଜରଙ୍ଗ ବଳୀ l ଆପଣ କୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ତ୍ୟାଗ କରି ଶୁବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ସହାୟତା କରନ୍ତି ll ଆପଣଙ୍କ ରଙ୍ଗ ତେଜୋମୟ ସୁବର୍ଣ୍ଣ ସମାନ l
କର୍ଣ୍ଣରେ କୁଣ୍ଡଳ ଓ କୁଞ୍ଚିତ କେଶରେ ଆପଣ ଆହୁରି ସୁଶୋଭିତ ପ୍ରତୀତ ହୁଅନ୍ତି ll

 ହାଥବଜ୍ର ଔର ଧ୍ବଜା ବିରାଜୈ l
 କାଂଧେ ମୂଁଜ ଜନେଊ ସାଜୈ ll

                             ଶଙ୍କର ସୁୱନ କେଶରୀ ନନ୍ଦନ l
                             ତେଜପ୍ରତାପ ମହା ଜଗ ବନ୍ଦନ ll

ଭାବାର୍ଥ :- ଆପଣଙ୍କ ହାତରେ ବ୍ରଜ ଓ ଧ୍ବଜା ଅଛି l କାନ୍ଧରେ କୁଶର ଉପବୀତ ଶୋଭାପାଉଛି ll ଆପଣ ସାକ୍ଷାତ ଶଙ୍କରଙ୍କ ଅବତାର l ରାଜା କେଶରୀଙ୍କ ନନ୍ଦନ l ଆପଣଙ୍କ ତେଜ ପ୍ରତାପ ସାରା ଜଗତରେ ବନ୍ଦନୀୟ ll

ବିଦ୍ୟାଵାନ ଗୁନୀ ଅତି ଚାତୁର l
ରାମକାଜ କରିବେ କୋ ଆତୁର ll

                           ପ୍ରଭୁ ଚରିତ୍ର ସୁନିବେକୋ ରସିୟା l
                           ରାମ ଲଖନ ସୀତା ମନ ବସିୟା ll

ଭାବାର୍ଥ : ଆପଣ ଅତି ଚତୁର, ବିଦ୍ୟାଵାନ ଗୁଣଵାନ ମଧ୍ୟ l ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟ କରିବାକୁ ଆପଣ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି ll ଆପଣ ପ୍ରଭୁ ଶ୍ରୀରାମଙ୍କ ଲୀଳା ଶୁଣିବାକୁ ଭଲପାଅ l ରାମ, ଲକ୍ଷ୍ମଣ, ମାତା ସୀତାଙ୍କୁ ହୃଦୟରେ ଧାରଣ କରିଥାଅ ll

ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାୱା l
ବିକଟ ରୂପ ଧରି ଲଙ୍କ ଜରାୱା ll

                           ଭୀମ ରୂପ ଧରି ଅସୁର ସଂହାରେ l
                           ରାମଚନ୍ଦ୍ରଜୀ କେ କାଜ ସଁୱାରେ ll

ଭାବାର୍ଥ :- ଆପଣ ସୂକ୍ଷ୍ମ ରୂପରେ ମାତାସୀତାଙ୍କୁ ଦେଖାଦେଲ l ଭୟଙ୍କର ରୂପରେ ଲଙ୍କା ଜଳାଇଲ llଭୀମ ରୂପ ଧାରଣ କରି
ଅସୁରଙ୍କୁ ମାରିଲ l ରାମ ଚନ୍ଦ୍ରଙ୍କ କାର୍ଯ୍ୟ ସଫଳ କଲ ll

ଲାୟ ସଂଜୀୱନ ଲଖନ ଜିୟାୟେ l
ଶ୍ରୀ ରଘୁବୀର ହରଷି ଉର ଲାୟେ ll

                                 ରଘୁପତି କିଂହ୍ନା ବହୁତ ବଡାଇ l
                                ତୁମ ମମପ୍ରିୟ ଭରତହି ସମ ଭାଈ ll

ଭାବାର୍ଥ : ଆପଣ ସଂଜୀବନୀ ଆଣି ଲକ୍ଷ୍ମଣଙ୍କୁ ବଞ୍ଚେଇଲେ l ଖୁସି ହୋଇ ଶ୍ରୀରାମ ତୁମଙ୍କୁ ହୃଦୟରେ ଲଗେଇଲେ ll ପ୍ରଭୁ ରଘୁବୀର ତୁମର ବଡ଼ ପ୍ରଶଂସା କଲେ lତୁମେ ମୋର ପ୍ରିୟ ଭରତ ସମାନ
ଭାଈ କହିଲେ ll

 ସହସ୍ର ବଦନ ତୁମ୍ଭରୋ ଯଶ ଗାୱେ l
 ଅସକହି ଶ୍ରୀପତି କଣ୍ଠ ଲଗାୱେ ll

                                  ସନକାଦିକ ବ୍ରହ୍ମାଦି ମୁନୀସା l
                                  ନାରଦ ସାରଦ ସହିତ ଅହୀସା ll

ଭାବାର୍ଥ : ସହସ୍ର ତୁଣ୍ଡରେ ତୁମର ଜସଗାନ ହେବ l ଏହା କହି ପ୍ରଭୁ ଶ୍ରୀରାମ ତୁମକୁ କଳାରେ ଲଗାଇଲେ ll ଶ୍ରୀ ସନକ ଶ୍ରୀ ସନତ କୁମାର, ଭଗବାନ ବ୍ରହ୍ମା ଆଦି l ନାରଦ, ସାରଦ ଆଦି ସମସ୍ତ ମୁନିଋଷିମାନେ ତୁମର ଗୁଣଗାନ କରନ୍ତି ll

 ଯମ କୁବେର ଦିଗପାଲ ଜହାଁତେ l
 କବି କୋବିଦ କହି ସକେ କହାଁତେ ll

                                 ତୁମ ଉପକାର ସୁଗ୍ରୀୱହିଁ କୀଂହା l
                                 ରାମ ମିଲାୟ ରାଜପଦ ଦୀଂହା ll

ଭାବାର୍ଥ : ଯମ କୁବେର ସମସ୍ତ ଦିଗପାଳ କବି ବିଦ୍ୱାନ ତୁମ ଯଶର ସମ୍ପୂର୍ଣ୍ଣ ବର୍ଣ୍ଣନା କରିପାରିବେ ନାହିଁ llବାନର ରାଜା ସୁଗ୍ରୀବଙ୍କ ଉପକାର କରିଥିଲ l ପ୍ରଭୁ ରାମଙ୍କ ସାଥିରେ ମିଶାଇ ରାଜପଦ ଦେଇଥିଲ ll

  ତୁମହରୋ ମନ୍ତ୍ର ବିଭୀଷନ ମାନା l
  ଲଙ୍କେଶ୍ୱର ଭୟେ ସବ ଜଗ ଜାନା ll

                                    ଯୁଗ ସହସ୍ର ଯୋଜନ ପର ଭାନୁ l
                                    ଲିଲୌ ତାହି ମଧୁର ଫଳ ଜାନୁ ll

ଭାବାର୍ଥ : -ତୁମର ମନ୍ତ୍ରଣା କୁ ବିଭୀଷଣ ମାନିଲେ ଓ ଲଙ୍କେଶ୍ବର ହୋଇଥିଲେ ସମସ୍ତ ଜଗତ ଜାଣେ।ସହସ୍ର ଯୁଗ ଯୋଜନ ଦୂର ସୂର୍ଯ୍ୟଙ୍କ ପାଖରେ ପହଞ୍ଚି l ମିଠାଫଳ ଭାବି ଆପଣ ତାଙ୍କୁ ଖାଇଦେଇ ଥିଲ ll

 ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ l
 ଜଳଧି ଲଂଘିଗୟେ ଅଚରଜ ନାହିଁ ll

                              ଦୁର୍ଗମ କାଜ ଜଗତକେ ଯେତେ l
                              ସୁଗମ ଅନୁଗ୍ରହ ତୁମହାରୋ ତେତେ ll

ଭାବାର୍ଥ :-ପ୍ରଭୁଙ୍କ ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରିହେଲ।ଆପଣଙ୍କ ପକ୍ଷେ ତାହା କୌଣସି ଅସାଧ୍ଯ କାର୍ଯ୍ୟ ନୁହଁ llଜଗତର ଯେତେ କଠିନରୁ କଠିନ କାର୍ଯ୍ୟ l ଆପଣଙ୍କ ଅନୁଗ୍ରହରୁ ସହଜ ହୋଇଯାଏ ll

   ରାମ ଦୁଆରେ ତୁମ ରଖୱାରେ l
   ହୋତ ନ ଆଜ୍ଞା ବିନୁ ପୈସାରେ ll

                              ସବ ସୁଖଃ ଲୌହେ ତୁମ୍ହାରୀ ସରନା l
                              ତୁମ ରକ୍ଷକ କାହୁଁକୋ ଡରନା ll

ଭାବାର୍ଥ :- ଶ୍ରୀ ରାମଙ୍କ ଦୁଆରରେ ତୁମେ ଜଗୁଆଳୀ l ତୁମ ଆଜ୍ଞାବିନା ଶ୍ରୀ ରାମଙ୍କ ଦୁଆରେ କେହି ପ୍ରବେଶ କରିପାରେ ନାହିଁ ll ତୁମ ଶରଣରେ ଆସିଥିବା ବ୍ୟକ୍ତି ସର୍ବ ସୁଖଃ ପାଇଥାଏ l ତୁମେ ଯାହା ରକ୍ଷାକର୍ତ୍ତା ତାହାର କାହାକୁ ଡର ନଥାଏ ll

  ଆପନ ତେଜ ସମ୍ହାରୋ ଆପୈ l
  ତିନୋ ଲୋକ ହାଁକତେ କାଂପୈ ll

                              ଭୂତ ପିଶାଚ ନିକଟ ନହିଁ ଆୱେ l
                              ମହାବୀର ଯବ ନାମ ସୁନାୱେ ll

ଭାବାର୍ଥ :- ଆପଣଙ୍କ ତେଜ ସ୍ୱୟଂ ଆପଣ ସମ୍ଭାଳି ପାରନ୍ତି l ତିନିପୁରର ଲୋକ ଆପଣଙ୍କ ଗର୍ଜନରେ ଡରି ଯାଆନ୍ତି ll ଭୂତ ପିଶାଚ ତା ନିକଟକୁ ଆସେନାହିଁ l ମହାବୀର ନାମ ଦିଏ ଯେ ଶୁଣାଇ ll

 ନାଶୈ ରୋଗ ହରୈ ସବ ପୀରା l
 ଜପତ ନିରନ୍ତର ହନୁମତ ବୀରା ll

                                ସଙ୍କଟ ତେ ହନୁମାନ ଛୁଡାୱେ l
                                ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ll

ଭାବାର୍ଥ :- ଯିଏ ହନୁମାନଙ୍କୁ ନିରନ୍ତର ଜପ କରେ l ତାର ସମସ୍ତ ଦୁଃଖ କଷ୍ଟ ରୋଗ ଶୋକ ନାଶ ଯାଏ ll ମନ କର୍ମ ବଚନରେ ଧ୍ୟାନ ଯିଏ କରନ୍ତି l ଆପଣ ତାର ସଙ୍କଟକୁ ହରଣ କରନ୍ତି ll

 ସବ ପର ରାମ ତପସ୍ୱୀ ରାଜା l
 ତିନି କେ କାଜ ସକଳ ତୁମ ସାଜା ll

                             ଔର ମନୋରଥ ଯୋ କୋଈ ଲାୱେ l
                             ସୋଇ ଅମିତ ଜୀୱନ ଫଳ ପାୱେ ll

ଭାବାର୍ଥ :- ସର୍ବଶ୍ରେଷ୍ଠ ତପସ୍ୱୀ ରାଜା ପ୍ରଭୁ ଶ୍ରୀରାମ ଅଟନ୍ତି l ତାଙ୍କର କାର୍ଯ୍ୟକୁ ଆପଣ ପୂର୍ଣ୍ଣ କରିଥିଲ ll ଆପଣଙ୍କ ପାଖେ ଯେ କେହି ମନସ୍କାମନା କରିଥାଏ।ସେ ମନସ୍କାମନା ଠାରୁ ଅଧିକ ଫଳ ପାଇଥାଏ ll

 ଚାରୋ ଯୁଗ ପରତାପ ତୁମ୍ହାରା l
 ହୈ ପରସିଦ୍ଧ ଜଗତ ଉଜିୟାରା ll

                               ସାଧୁ ସନ୍ଥ କେ ତୁମ ରଖୱାରେ l
                               ଅସୁର ନିକନ୍ଦନ ରାମ ଦୁଲାରେ ll

ଭାବାର୍ଥ : – ଆପଣଙ୍କ ପରାକ୍ରମ ସାରା ଜଗତରେ l ଚାରିଯୁଗରେ ପ୍ରସିଦ୍ଧି ଓ ଅମର ଅଟେ ll ସାଧୁ ସନ୍ଥଙ୍କ ତୁମେ ରକ୍ଷାକର୍ତ୍ତା। ରାମଙ୍କ ପ୍ରିୟ ଅସୁର ନାଶକର୍ତ୍ତା ll

ଅଷ୍ଟସିଦ୍ଧି ନୌ ନିଧି କେ ଦାତା l
ଅସବର ଦୀନ ଜାନକୀ ମାତା ll

                           ରାମ ରସାୟନ ତୁମ୍ହରେ ପାସା l
                          ସଦା ରହୋ ରଘୁପତି କେ ଦାସା ll

ଭାବାର୍ଥ :- ଅଷ୍ଟସିଦ୍ଧି ନବନିଦ୍ଧି ପ୍ରଦାତା l ଏହିବର ଦେଇଥିଲେ ଜାନକୀମାତା ll ରାମ ନାମ ରୁପକ ମହୌଷଧି ତୁମ ପାଖେ l
ସଦାପ୍ରଭୁ ସର୍ବଦା ରହିଛ ରଘୁପତିଙ୍କ ଦାସ ll

ତୁମ୍ହରେ ଭଜନ ରାମ କୋ ପାୱେ l
ଜନମ ଜନମ କେ ଦୁଃଖ ଵିସରାୱେ ll

                               ଅନ୍ତକାଳ ରଘୁବର ପୁର ଜାହିଁ l
                               ଜହାଁ ଜନ୍ମ ହରିଭକ୍ତ କହାଁଇ ll

ଭାବାର୍ଥ :– ତୁମରି ଭଜନେ ରାମ ମିଳିଥାନ୍ତି l ଜନ୍ମ ଜନ୍ମର ଦୁଃଖ ହୁଏ ହରଣ ହୋଇଥାଏ ll ଆପଣଙ୍କ କୃପାରୁ ପ୍ରାଣୀ ଶେଷ ସମୟରେ ଶ୍ରେଷ୍ଟପୁର ରଘୁପତିଙ୍କ ପୁରଯାଏ l ଯେଉଁଠି ଜନ୍ମନେଲେ ହରିଭକ୍ତ ରୂପେ ଖ୍ୟାତି ପାଏ ll

 ଔର ଦେବତା ଚିତ୍ତ ନ ଧରଈ l
ହନୁମତ ସେଇ ସର୍ବ ସୁଖ କରଈ ll

                               ସଙ୍କଟ କଟୈ ମିଟୈ ସବ ପୀରା l
                               ଯୋ ସୁମିରୈ ହନୁମତ ବଲବୀରା ll

ଭାବାର୍ଥ :- ଅନ୍ୟ ଦେବତା ପାଖେ ମନ ନଦେଇ l ହନୁମାନଙ୍କୁ ମନ ଦେଲେ ସମସ୍ତ ସୁଖ ମିଳଇ ll ସଙ୍କଟ ହରଣ ହୁଏ ସବୁ କଷ୍ଟରୁ ମୁକ୍ତି ମିଳେ l ଯିଏ ସୁମରଣା କରେ ହନୁମାନଙ୍କ ଯଶ କୀର୍ତ୍ତିକୁ ll

ଜୈ ଜୈ ଜୈ ହନୁମାନ ଗୋସାଇଁ l
କୃପା କରହୁ ଗୁରୁ ଦେୱକୀ ନାଇଁ ll

                               ଯୋ ସତ ବାର ପାଠ କରେ କୋଈ l
                               ଛୁଟହି ବନ୍ଦି ମହା ସୁଖ ହୋଇ ll

ଭାବାର୍ଥ :-ଜୟ ଜୟ ଜୟ ହନୁମାନ ଗୋସାଇଁ l କୃପାକର ଏ ଶିଷ୍ୟ ଉପରେ ଗୁରୁଦେବଙ୍କ ଭଳି ll ଯେଉଁ ବ୍ୟକ୍ତି ପ୍ରତିଦିନ ଶହେବାର ପାଠକରେ ଚାଳିଶା l ସଂସାରର ବନ୍ଧନରୁ ମୁକ୍ତହୋଇ ପରମଶାନ୍ତି ପ୍ରାପ୍ତିହୁଏ ll

 ଯୋ ୟହ ପଢ଼େ ହନୁମାନ ଚାଳିଶା l
 ହୋୟ ସିଦ୍ଧି ସାଖି ଗୌରୀସା ll

                              ତୁଳସୀ ଦାସ ସଦା ହରି ଚେରା l
                              କୀଜୈ ନାଥ ହୃଦୟ ମହଁ ଡେରା ll

ଭାବାର୍ଥ :- ଯେଉଁ ବ୍ୟକ୍ତି ପାଠ କରେ ହନୁମାନ ଚାଳିଶା l ତାର ସମସ୍ତ କାର୍ଯ୍ୟ ସଫଳ ହୁଏ ଭଗବାନ ଶଙ୍କର ଏଥିପାଇଁ ସାକ୍ଷୀ ଅଟନ୍ତି ll ତୁଳସୀ ଦାସ ସଦା ହରିଦାସ ହୋଇ ରହିଲେ l ଆପଣ ତାଙ୍କ ହୃଦୟରେ ନିତ୍ଯ କରନ୍ତୁ ବାସ କରନ୍ତି ll

ପୱନ ତନୟ ସଙ୍କଟ ହରନ, ମଙ୍ଗଳ ମୂରତି ରୂପ l
ରାମ ଲଖନ ସୀତା ସହିତ, ହୃଦୟ ବସହୁ ସୁର ଭୂପ ll

ଭାବାର୍ଥ :- ହେ ପବନସୁତ ସଙ୍କଟ ହରଣକାରୀ ମଙ୍ଗଳମୟ ମୁର୍ତ୍ତି l ରାମ ଲକ୍ଷଣ ସୀତାଙ୍କ ସହିତ ମୋ ହୃଦୟରେ କର ନିତ୍ୟବାସ ll

*……..
ଏବେ ବିଚାର କରିବା ସତରେ କଣ ହନୁମାନ ଜୀ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି ???

ଏହାର ଉତ୍ତର ହେଲା ହଁ, ଜୀବିତ ଅଛନ୍ତି କାରଣ ତାଙ୍କୁ ମାତାସୀତା ଅମର ବର ପ୍ରଦାନ କରିଛନ୍ତି l ସେ ପ୍ରଳୟ ସମୟ ଯାଏଁ ଏହି ପୃଥିବୀରେ ରହିବେ l ଏହାର ତିନୋଟି ପ୍ରମାଣ ରହିଛି l

୧- ଦ୍ୱାପର ଯୁଗରେ ଶେଷରେ ହୋଇଥିବା ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ଭଗବାନଙ୍କ ଅନୁରୋଧ କ୍ରମେ ହନୁମାନ ସୂକ୍ଷ୍ମ ରୂପରେ ରହି ଅର୍ଜୁନଙ୍କ ରଥର ସୁରକ୍ଷା କରିଥିଲେ ଯଦି ସେ ସୁରକ୍ଷା କରିନଥାନ୍ତେ l କର୍ଣ୍ଣ ସହଜରେ ବିଜୟ ଲାଭ କରିପାରିଥାନ୍ତା l

୨- କଳିଯୁଗରେ ତୁଳସୀ ଦାସଙ୍କୁ ନିଜର ଦିବ୍ୟ ରୂପର ଦର୍ଶନ ଦେଇଥିବାରୁ l ହନୁମାନ ଚାଳିଶା ରେ ହନୁମାନ ଭଗବାନଙ୍କ ରୂପ ରେଖ ଗୁଣର ଅବିକଳ ବର୍ଣ୍ଣନା ହୋଇଛି l

୩- ନାସା କିଛି ବୈଜ୍ଞାନିକ ଶ୍ରୀଲଙ୍କା ଯାଇ କିଛି ଆଦିମ ଆଦିବାସୀଙ୍କ ଠାରୁ ଏହି ସୂଚନା ପାଇଥିଲେ ଯେ ରାମାୟଣ କାଳରୁ ହନୁମାନ ପ୍ରତି ୪୧ ବର୍ଷରେ ଥରେ ଆସି ସେ ଆଦିବାସୀ ଗୋଷ୍ଠୀର ଲୋକମାନଙ୍କୁ ଆତ୍ମଜ୍ଞାନ ପ୍ରଦାନ କରିଥାନ୍ତି l ଆଜି ମଧ୍ୟ ରାମ କଥା ହେଉଥିବା ସ୍ଥାନରେ ହନୁମାନ ଭଗବାନ ଛଦ୍ମ ବେଶରେ ଆସି ରାମ କଥା ଶୁଣନ୍ତି l ଆଉ ବେଳେବେଳେ ନିଜର ଉପସ୍ଥିତି ଲୋକଙ୍କୁ ସଂକେତ ମାଧ୍ୟମରେ ଜଣାନ୍ତି l

ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ସଙ୍କଟ ମୋଚନ ଜୟ ହନୁମାନ

ବୋଲ ସୀୟାବର ରାମଚନ୍ଦ୍ରଜୀ କି – ଜୟ,
ପୱନ ସୁତ ହନୁମାନ ଜୀ କି – ଜୟ

‼️ ଓଁ ଶ୍ରୀ ରାମାର୍ପଣ ମସ୍ତୁ‼️

Related Post

Leave a Reply

Your email address will not be published. Required fields are marked *

You Missed