Spread the love

ପତ୍ରଝଡିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦ ଳିଯାଏ,ଠିକ୍ ସେହିପରି ମଣିଷ ବଦଳିବା ଆଗରୁ ତାର କଥା ବାର୍ତ୍ତାର ଶୈଳୀ ବଦଳି ଯାଏ।

ମନେରଖ,କାହା ବିନା କେହି କେବେ ମରନ୍ତି ନାହିଁ,ସମୟ ସମସ୍ତଙ୍କୁ ସମସ୍ତଙ୍କ ବିନା ବଞ୍ଚିବାକୁ ଶିଖେଇ ଦେଇଥାଏ।

ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ସେଥି ମଧ୍ୟରୁ “ନିନ୍ଦା” ଆଉ “ଅପବାଦ”ହେଉଛି ସର୍ବଶ୍ରେଷ୍ଠ।

ମଣିଷ ତା’ର Ego ଭଲ ସମୟରେ ଦେଖେଇ ଥାଏ କିନ୍ତୁ ତା’ର Results ତାକୁ ତା’ର ଖରାପ୍ ସମୟରେ ଭୋଗିବାକୁ ପଡ଼ିଥାଏ।

           

       


 

କେବଳ ଆତ୍ମବିଶ୍ବାସ ହିଁ ମଣିଷକୁ ସଫଳତା ପାଖରେ ପହଞ୍ଚାଇଥାଏ।

ତୁମକୁ କେତେ ଲୋକ ଚିହ୍ନିଛନ୍ତି ଏହା ମହତ୍ତ୍ଵପୁର୍ଣ୍ଣ ନୁହେଁ। କାହିଁକି ଚିହ୍ନନ୍ତି ଏହା ବିଶେଷ ମହତ୍ତ୍ଵପୁର୍ଣ୍ଣ।

ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ବିଷ ତାର ଦାନ୍ତରେ ନୁହେଁ ତା କଥା ବାର୍ତ୍ତାରେ ଥାଏ।

ସମୟ ଏବଂ ଯୌବନକୁ ଅଟକାଇ ହୁଏ ନାହିଁ । ସମୟ କାହାକୁ କେବେ ଅପେକ୍ଷା କରେନାହିଁ।ସମୟର ସଠିକ୍ ବ୍ଯବହାର ଜୀବନକୁ ଆନନ୍ଦିତ କରିଥାଏ।

             

ପିତା ମାତା ଠାରୁ ବଡ ଦେବତା କେ,
ସରଗ ରାଇଜେ ନାହିଁ,
ତାଙ୍କରି ଆଶିଷ ସାହା ଏକା ସିନା,
ବିପଦୁ ତରିବା ପାଇଁ।

କାର୍ଯ୍ୟ ଏପରି ଧୀରସ୍ଥିର ଭାବେ କରନ୍ତୁ,ଯେପରି ଅନ୍ୟ ବ୍ୟକ୍ତି ଆପଣଙ୍କ କାମର ଆଭାସ ପାଇବ ନାହିଁ । ନିରନ୍ତର ଭାବେ ଉଦ୍ୟମ ଜାରି ରଖନ୍ତୁ । ଆପଣଙ୍କ ସଫଳତା ଦିନେ କୋଳାହଳ ସୃଷ୍ଟି କରିବ ।

ରାଗ ସମୟରେ ସର୍ବଦା ନୀରବ ରୁହନ୍ତୁ । କାରଣ ଏମିତି ନକଲେ ଯୁକ୍ତି ହେବ ଆଉ ଯୁକ୍ତି ବଢ଼ିଲେ କଳି ହେବ ଆଉ କଳି ବଢ଼ିଲେ ସମ୍ପର୍କର ଶେଷ ହେବ ।
ତେଣୁ ନିଜର ରାଗ ସମୟରେ ସର୍ବଦା ନୀରବ ରହିବା ଟା ହିଁ ଭଲ ।

“ପ୍ରେମ ସିଏ ନୁହେଁ ଯିଏ ଆମର ଗୋଟେ ଭୁଲ ପାଇଁ ଆମ Relationship କୁ ଭାଙ୍ଗି ଦେଇଯାଏ ,ପ୍ରକୃତ ପ୍ରେମ ସିଏ ଯିଏ ଆମ ଭୁଲ କୁ ସୁଧାରି । ସାରା ଜୀବନ ଆମ ସାଥ ଦେଇଥାଏ……।

            

Leave a Reply

Your email address will not be published. Required fields are marked *

You Missed