Spread the love

⚫❗⚫
-: ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) : –

    ଆଜି ଓଡିଆ ଜାତିର ପାରମ୍ପାରିକ ନବବର୍ଷ ରେ ଆପାଣମାନଙ୍କୁ  ସମସ୍ତଙ୍କୁ ନବବର୍ଷ ର ଶୁଭେଚ୍ଛା  l ଭଗବାନ ସୂର୍ଯ୍ୟ ନାରାୟଣ ଏବଂ ତାଙ୍କର ଶିଷ୍ୟ ବଜରଙ୍ଗବାଲି ଭଗବାନ ଆପଣଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥାନ୍ତୁ ଏହାହିଁ ପାର୍ଥନା  l  

      ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ l ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ l  ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ l 

 ଆଜି ଦିବସର ବର୍ଣନା ର ପଟାନ୍ତର ନାହିଁ l  ସୌର ଉପାସକ ମାନଙ୍କର ଆଜି ଆଦ୍ୟ ଦିବସ l  ଉପାସନା ର ପର୍ବ l  ରୋଦ୍ର ତାପ ର ପ୍ରଚ଼ଣ୍ଡ ପ୍ରକୋପ ସକାଶେ ବୃନ୍ଦାବତି  ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ l ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ *ଜଳସଂକ୍ରାନ୍ତି* ବୋଲି କହିଥାନ୍ତି  l ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ l ବୈଶାଖ ମାସ ଗୋଟେ ଧାର୍ମିକ ମାସ ସୂର୍ଯ୍ୟ ଧର୍ମ ଦେବତା ତାଙ୍କୁ ଉପାସନା ର ପ୍ରଶସ୍ଥ ସମୟ  l 

  ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ l

Related Post

Leave a Reply

Your email address will not be published. Required fields are marked *

You Missed