Spread the love

ଭୁବନେଶ୍ୱର darshansamikhy:

ଲିଙ୍ଗ ଗତ ଉତ୍ପୀଡନ, ମାନସିକ ଦୁର୍ବଳତା ଏବଂ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆଜି ତା ୧୧.୪.୨୦୨୫ ରିଖ ଶୁକ୍ରବାର ଦିନ ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ(ULC) , ବାଣୀ ବିହାର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା (DLSA) ଦ୍ଵାରା ଲିଙ୍ଗ ଗତ ଉତ୍ପୀଡନ,ମାନସିକ ଦୁର୍ବଳତା ଏବଂ ଅନୁସୂଚିତ ଜାତି ଓ ଜନଜାତି ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସୁଭଞ୍ଜନ ମହାନ୍ତି( ୪ଅର୍ଥ ଅତିରିକ୍ତ ଜିଲ୍ଲା ଜଜ୍) POCSO ଭୁବନେଶ୍ୱର ଉପସ୍ଥିତ ଥିଲେ ଏବଂ ତାଙ୍କ ସହ ଶ୍ରୀ ବିନୋଦ ବିହାରୀ ସାହୁ ( ଅତିରିକ୍ତ ମୁଖ୍ୟ ଜିଲ୍ଲା ନ୍ୟାୟିକ ମାଜିଷ୍ଟ୍ରେଟ), ଜିଲ୍ଲା ଆଇନ ପ୍ରାଧିକରଣ ସେବା ର ସଚିବ ଶ୍ରୀମତୀ ସଲୋମି ସାହୁ ଉପସ୍ଥିତ ଥିଲେ। ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ ଅତିଥି ମାନଙ୍କୁ ସ୍ଵାଗତ ଅଭିଭାଷଣ ଦେଇଥିଲେ । ଏଥିର ମୁଖ୍ୟ ଭାବରେ ଦେଶ ରେ ହେଉଥିବା ଲିଙ୍ଗ ଗତ ଉତ୍ପୀଡନ ତଥା ମାନସିକ ଦୁର୍ବଳତା କୁ ନେଇ ଯେଉଁ ମାମଲା ସାମ୍ନା କୁ ଆସୁଚି ତାହା ଉପରେ ଚର୍ଚା ହୋଇଥିଲା। ତତ୍ ସହିତ ଅନୁସୂଚିତ ଜାତି ଓ ଜନଜାତି ଙ୍କ ଉପରେ ହୋଉଥିବା ଅତ୍ୟାଚାର ଓ ତାହାର ଆଇନଗତ ଅନୁଧ୍ୟାନ କୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ତତ୍ ସହିତ ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ରେ ଆଇନ ସେବା ପାଇଁ ଏକ କ୍ଲିନିକ୍ (LEGAL AID CLINIC) ମଧ୍ୟ ପୁନଃ ଚାଲୁ କରାଯାଇଛି। ଏଥିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ନିଯୁକ୍ତ ହୋଇଥିବା ପାଞ୍ଚ ଜଣ PLV ଛାତ୍ର ଏଲ୍.କୁମାର, ଅର୍ପିତା ମହାନ୍ତି, ଜସ୍ମିନ ଗିରି , ମହେଶ ରଞ୍ଜନ ପଟ୍ଟନାୟକ , କିରଣ କୁମାର ବେହେରା ମଧ୍ୟ ସହାୟତା କରିଥିଲେ। ଅନ୍ତିମ ରେ ଛାତ୍ରୀ ଶାଶ୍ଵତୀ ମିଶ୍ର ସମସ୍ତ ଅତିଥି ଓ ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *