— ତା୦୯.୦୪.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି –
"ହଇଓ ମଣି,
ବର୍ତ୍ତମାନର କଟ୍ଟର ଦେଶଦ୍ରୋହୀ କିଏ ପାରିବ କି ବଖାଣି”
(ଖୋକାଭାଇଙ୍କ କଣ୍ଠରୁ ବୋଲାଯାଇଥାବା” ଏ ଏ ଏ ଆଲୋ ଆଲୋ ମଣି, ପିଲାଦିନ କଥା କି ଭୁଲି ଗଲୁଣି ” ଗୀତରେ ” ମଣି” ଶବ୍ଦଟି
ବ୍ୟଙ୍ଗାତ୍ମକ ଭାବରେ ବ୍ୟବହୃତ ହୋଇଥିଲା।ମୋରି ମୁଣି, ଆଜି ” ମଣି” ସମ୍ବୋଧନଥିବା କାଗଜଖଣ୍ଡିକ ମୋତେ ଧରେଇଦେଇ,
ମୋ ପ୍ରତି ଯେଉଁ ବ୍ୟଙ୍ଗ (ଗମାତ ହେ)ର ସୂତ୍ରପାତ କରିଛି, ମୁଁ ” ତା ପ୍ରଶ୍ନର ଯଥାଯଥ ପ୍ରତ୍ୟୁତ୍ତର ଦେଇ” ତାର ବଦଲା ନେବି।)
…….. 🦪……
ମୁଣିରେ, ମୋ ଭଳି ପାଖାପାଖି “ଶହେକୋଟି କଟ୍ଟର ଦେଶଭକ୍ତ ହିନ୍ଦୁ”ଙ୍କ ହୃଦୟର ମଉଡମଣୀ ତଥା ଉତ୍ତର ପ୍ରଦେଶର ସର୍ବମାନ୍ୟ ମୂଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥଜୀ, ବୁଲଡୋଜରବାବା”ଙ୍କ ଶାସିତ ସେହି ରାଜ୍ୟଟି ବାବଦରେ,ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ ବିଚାରପତି ସଞ୍ଜୀବ ଖାନ୍ନା ମହାଶୟ ଗୋଟିଏ ମୋକଦ୍ଦମାର ବିଚାରକରି ତା୦୭.୦୫.୨୦୨୫ରିଖରେ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ” ଉତ୍ତର ପ୍ରଦେଶରେ ଆଇନ/ କାନୁନର ଶାସନ ଚାଲୁ ନାହଁ”। ମୁଣିରେ, ଏହାକୁ ଟିପାଖାତାର ଟିପିପକେଇ ରଖିଥା।
ହେ ମୁଣିରେ, ଇଏତ ଗଲା ସର୍ବୋଚ୍ଚ ବିଚାରପତି ମହାଶୟଙ୍କର ମତିଗତି। ତାଙ୍କ ଅଧିନସ୍ଥ ଦୁଇଜଣ ବିଚାରପତି ସର୍ବଶ୍ରୀ ଏ.ଏସ.ଓକା ଓ ଉଜ୍ଜ୍ୱଳ ଭୁୟାଁ ମହାଶୟଗଣଙ୍କ ନିଷ୍ପତ୍ତିକୁ ବି ସେଇଥିରେ ଟିପିପକା, ଯାହା ହେଉଛି,
” କଂଗ୍ରେସିଆ ରାଜ୍ୟସଭା ସଦସ୍ୟ ଇମ୍ରାନ ପ୍ରତାପଗଡ଼ି ଗାଇଥିବା ( ନାମରୁ ଲୋକ ଚିହ୍ନିବୁ), ଗୋଟିଏ ଦେଶବିରୋଧୀ ଗୀତ ବିରୁଦ୍ଧରେ ଦେଶର ମଡେଲ ରାଜ୍ୟ ଗୁଜୁରାଟରେ ଗୋଟିଏ ମୋକଦ୍ଦମା ହୋଇଥିଲା।
ସେଠାର ଅତ୍ୟନ୍ତ ନିରପେକ୍ଷ ହାଇକୋର୍ଟଙ୍କ ତରଫରୁ ତାଙ୍କୁ ଦୋଷୀଋପେ
ସାବ୍ୟସ୍ତ କରାଯାଇଥିଲା। କିନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟର ଏହି ଦୁଇଜଣ ବିଚାରପତି, “ଇମ୍ରାନ ନିର୍ଦ୍ଦୋଷ ଓ ସେ ଗାଇଥିବା ଗୀତରେ କୈାଣସି ଆପତ୍ତିଜନକ ଭାଷା ନାହିଁ” ବୋଲି କହି ତାଙ୍କୁ ଦୋଷମୁକ୍ତ କରିଛନ୍ତି।
ସତେକି ଯେମିତି ଏତିକି ଯଥେଷ୍ଟ ନଥିଲା ରେ ମୁଣି, ଆମ ଯଶସ୍ୱୀ ବିଶ୍ଵଗୁଋ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରଙ୍କ ତରଫରୁ ମନୋନୀତ ତାମିଲନାଡୁର ମହାମହିମ ରାଜ୍ୟପାଳ ମାନ୍ୟବର ଆର.ଏନ.ରଭିଙ୍କ କର୍ତ୍ତୃକ “ତାମିଲନାଡୁ ବିଧାନସଭାରେ ପାରିତ କିଛି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାନଯିବା” ଉପରେ ସେହି ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣ ବିଚାରପତି ସର୍ବଶ୍ରୀ ଜେ.ବି.ପାରଦିୱଲା ଓ ଆର .ମହାଦେବନ ନିଷ୍ପତ୍ତି ଶୁଣାଇଛନ୍ତି ଯେ ” ରାଜ୍ୟପାଳ ବିଧାନସଭାରେ ପାରିତ ପ୍ରସ୍ତାବକୁ ମଞ୍ଜୁରୀ ନଦେଇ ଏ ବାବଦର ସାମ୍ବିଧାନିକ ବ୍ୟବସ୍ଥାକୁ ଉଲଂଘନ କରିଛନ୍ତି “।ଏହାକୁ ବି ସେଇଥିରେ ଲେଖିପକା।
ଏ ଏ ଏ ଆରେ ମୁଣି, “ଏମାନେ ତ ଯାହା ଯାହା ନିଷ୍ପତ୍ତି ଦେଇଛନ୍ତି, ସେଗୁଡିକୁ ଟିପିରଖି ଭଲ କଲୁ”, ଏସବୁକୁ ଛାଡି ଆହୁରି କିଛି ଅଛନ୍ତି, “ଯେଉଁମାନେ ଏ ସବୁକୁ ବଢେଇ ଚଢେଇ ପ୍ରଚାର ପ୍ରସାର କରାଉଛନ୍ତି”।
କିନ୍ତୁ ଗୈାରବ ଓ ଆଶ୍ୱାସନାର କଥା ଏହି କି ଯେ, ଆମର ଟିଭି ଚ୍ୟାନେଲଗୁଡିକ କଟ୍ଟର ଦେଶଭକ୍ତ ହୋଇଥିବାରୁ ଏସବୁ ଉପରେ
ଏକଦମ ଚୁପ୍।
ତେଣୁ, “କିଏ ବର୍ତ୍ତମାନର କଟ୍ଟର ଦେଶଦ୍ରୋହୀ,
ଦେଶର ସ୍ୱାର୍ଥ ବିରୁଦ୍ଧରେ ଯାଇ,
ତାହା ତୁ ଜଣେଇ ଦେ ରେ ମୋର ମୁଣି
ଟିପାଖାତାରେ ଟିପିଥିବା ଲେଖାକୁ ତର୍ଜମା କରି
ଥଣ୍ଡା ଥଣ୍ଡା କୁଲ କୁଲ ପୁରସ୍କାର ପାଇବୁ ତୁହି”।
ଏହା ” ଏ ଏ ଏ ମୁଣିଟି” ଉପରେ ସଠିକ ମାଡଟିଏ ନୁହେଁ କି?
ଅନ୍ୟ ଯେଉଁମାନେ ସଠିକ ଉତ୍ତର ଦେବେ, ସେମାନେ ବି ପୁରସ୍କାର ପାଇବା ଗ୍ୟାରେଣ୍ଟେଡ।
(ଆ ରେ ଏ ଏ ଏ
” ମେରୀ ବିଲ୍ଲି 🐈 ମୁଝସେ ମ୍ୟାଉନ”!)