ଭୁବନେଶ୍ୱର :(ଦର୍ଶନ ସମୀକ୍ଷା ) ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ସ୍ଥାନୀୟ ପ୍ରାକ୍ଟିସିଂ ସରକାରୀ ଉନ୍ନୀତ ବିଦ୍ୟାଳୟର ୧୯୯୮-୯୯ ବ୍ୟାଚରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେବା ସହିତ ସେତେବେଳର ଶିକ୍ଷକ – ଶିକ୍ଷିକା ମାନଙ୍କୁ ନିମନ୍ତ୍ରିତ କରିବା ସହିତ ବର୍ତ୍ତମାନର ଶିକ୍ଷକ – ଶିକ୍ଷିକାମାନଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ। ଏଥିସହିତ ବିଦ୍ୟାଳୟର ସଫଳତା ପାଇଁ ମାନପତ୍ର ଦେବା ସହିତ ବର୍ତ୍ତମାନର ଶିକ୍ଷ୍ୟା ପଦ୍ଧତିକୁ ଉଚ୍ଚପ୍ରଶଂସା କରିଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ସୁରେନ୍ଦ୍ରନାଥ ପରିଡା ସଭାରେ ସଭାପତିତ୍ୱ କରିଥିବାବେଳେ କଲ୍ୟାଣୀ ସିନ୍ନା, ପ୍ରମିଳା ଦେବୀ, ଦୁଖୀ ଦେବୀ, ବିଳାସିନୀ କର, ରାଜଲକ୍ଷ୍ମୀ ମହାନ୍ତି, ରଞ୍ଜୁବାଳା ମହାପାତ୍ର, ବାମଚରଣ ଦାଶ, ଉଷାରାଣୀ ମିଶ୍ର, ପ୍ରମୋଦI ମୋହିନୀ ଦାଶ, ସୁକାନ୍ତି ଦେଇ, ନିର୍ମଳ ମିଶ୍ର, ତ୍ରିଲିପ୍ତା ମିଶ୍ର, ସ୍ନେହମୟୀ ସ୍ୱାଇଁ, ମାହେଶ୍ୱରୀ ଦାଶ, କ୍ଷଣପ୍ରଭା ପାତ୍ର ଓ ଇପ୍ସିତା ପ୍ରିୟଦର୍ଶିନୀଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଦୀପ୍ତ ସ୍ୱାଇଁ ଓ ଜଗତଜୀବନ ମଲ୍ଲିକ ସଂଯୋଜନା କରିଥିଲେ। ନିମାପଡ଼ା ବ୍ଲକ ତଥା ସମଗ୍ର ଜିଲ୍ଲାରେ ପ୍ରାକ୍ଟିସିଂ ସ୍କୁଲର ସ୍ୱଚ୍ଛତା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍କୁଲ ଏବଂ ଶିକ୍ଷକ ନିର୍ମଳ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ।