Spread the love

ଜୟଚଣ୍ଡୀ ହାଇସ୍କୁଲରେ ସିଭି ରମଣ ବିଜ୍ଞାନ ଓ ଗଣିତ କ୍ଲବର କର୍ମଶାଳା
ଦଶରଥପୁର , ୨୭/୩ (ଦର୍ଶନ ସମୀକ୍ଷା ):
ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ଦୁବକଣ ଜୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସିଭି ରମଣ ବିଜ୍ଞାନ ଓ ଗଣିତ କ୍ଲବ ଆନୁକୂଲ୍ୟରେ ଏକ କର୍ମଶାଳା ଏବଂ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର କାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଖଗେଶ୍ୱରୀ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଏସଏମଡିସି ସଭ୍ୟ ଦେବଦତ୍ତ ନାୟକ, ଆଶାଲତା ସାହୁ, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟପ୍ରକାଶ ନାୟକ, ଗଣିତକ୍ଲବ ତତ୍ୱାବଧାରକ ଧରମଜୀତ ମଲ୍ଲିକ, ବିଜ୍ଞାନକ୍ଲବ ତତ୍ୱାବଧାରକ ପ୍ରତିଭା ପଣ୍ଡା ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଶିକ୍ଷା ବ୍ୟବସ୍ଥାରେ ଗଣିତ ଓ ବିଜ୍ଞାନ ଶିକ୍ଷାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ | ଶେଷରେ ଅତିଥି ମାନଙ୍କ ଦ୍ୱାରା କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ସାଠିଫିକେଟ ପ୍ରଦାନ କରାଯାଇ ଥିଲା |କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଝୁନୁପ୍ରିୟା ସାମଲ, ଚିତ୍ରା ଘୋଷ, ମାଳବିକା ସ୍ୱାଇଁ, ଶିକ୍ଷକ ରାଜେଶ୍ୱର ରାଉତ, ପ୍ରଜାପତି ରାଉତ ଓ କର୍ମଚାରୀ ଅଶୋକ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଟିକୁ ସଂଚାଳନ କରିଥିଲେ |
ଫଟୋ
ଦଶରଥପୁର

Related Post

Leave a Reply

Your email address will not be published. Required fields are marked *

You Missed